ଭୁବନେଶ୍ୱର, ଜାନୁଆରୀ ୯(ଲୋକାଲ ୱାୟାର): ‘ମୋ ବସ୍’ରେ ନିୟମିତ ଯାଉଥିବା ଜଣେ ଛାତ୍ର ସ୍କୁଲରେ ପହଞ୍ଚିବାରେ ବିଳମ୍ବ ହେଉଥିବା ନେଇ ଟ୍ୱିଟ୍ କରିବା ପରେ ସଂପୃକ୍ତ ଛାତ୍ରଙ୍କ ଅଞ୍ଚଳରୁ ଚଳାଚଳ କରୁଥିବା ‘ମୋ ବସ୍’ର ସମୟ ବଦଳାଇବା ଲାଗି ନିଷ୍ପତ୍ତି ହୋଇଥିବା ଓଡ଼ିଶା ରାଜ୍ୟ ପରିବହନ ନିଗମର ସିଏମଡି ଅରୁଣ ବୋଥ୍ରା ଟ୍ୱିଟ କରି ଜଣାଇଛନ୍ତି ।
ଲିଙ୍ଗିପୁରରେ ରହୁଥିବା ଏମବିଏସ ପବ୍ଲିକ ସ୍କୁଲର ଛାତ୍ର ସାଇ ଅନ୍ୱେଷ ଅମୃତମ ପ୍ରଧାନଙ୍କର ସ୍କୁଲ ପହଞ୍ଚିବାର ସମୟ ସକାଳ ୭ଟା ୩୦ ମିନିଟ ।
‘ମୋ ବସ୍’ ରୁଟ ନମ୍ବର-୧୩ ବସ ରେ ସେ ନିୟମିିତ ଯାଉଛନ୍ତି । ଏବେ ଲିଙ୍ଗିପୁର ଅଞ୍ଚଳରୁ ଏହି ବସ୍ ସକାଳ ୭ଟା ୪୦ ମିନିଟରେ ଯାତ୍ରାରମ୍ଭ କରୁଛି ।
‘ମୋ ବସ’ର ଏହି ନୂତନ ଟାଇମିଂ ଯୋଗୁ ସବୁଦିନ ସାଇ ବିଳମ୍ବରେ ସ୍କୁଲରେ ପହଞ୍ଚୁଥିବା କ୍ରୁଟ୍ କର୍ତ୍ତୃପକ୍ଷଙ୍କୁ ଟ୍ୱିଟ କରି ଜଣାଇଥିଲେ ।
ଏହାର ଉତ୍ତରରେ ସିଏମଡି ଶ୍ରୀ ବୋଥ୍ରା ଟ୍ୱିଟ କରି ଜଣାଇଛନ୍ତି, ‘ସାଇ ମୋ ବସ୍ ତୁମଭଳି ଯାତ୍ରୀଙ୍କ ସେବାରେ ରହିଛି ।
ଆସନ୍ତା ସୋମବାରଠାରୁ ସକାଳ ୭ଟାରୁ ତୁ ରୁଟ୍ ର ମୋ ବସ୍ ଯାତ୍ରାରମ୍ଭ କରିବ । ଏହା ଫଳରେ ତୁମେ ଆଉ ସ୍କୁଲରେ ପହଞ୍ଚିବା ବିଳମ୍ବ ହେବନାହିଁ ।
ଲୋକାଲ ୱାୟାର
Leave a Reply