ଭୁବନେଶ୍ୱର ମେ’ ୪ (ଲୋକାଲ ୱାୟାର) : କେନ୍ଦ୍ର ସରକାର ଲକ୍ ଡାଉନ୍ ସମୟ ସୀମା ବୃଦ୍ଧି କରିବା ପରେ ଆସନ୍ତା ମେ’ ୩୧ ତାରିଖରେ ହେବାକୁ ଥିବା ପ୍ରିଲିମ୍ନାରି ପରୀକ୍ଷା ସ୍ଥଗିତ ରହିବା ନେଇ ୟୁପିଏସସି ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି ।
ସୋମବାର ଆୟୋଗ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଛି ।
ତୃତୀୟ ଥର ଲକ୍ ଡାଉନ୍ ବୃଦ୍ଧି ପରେ ବର୍ତ୍ତମାନ ବଡ ଧରଣର ପରୀକ୍ଷା ଆୟୋଜିତ କରିବା ସମ୍ଭବପର ନୁହେଁ ।
ତେଣୁ ବରିଷ୍ଠ ଅଧିକାରୀମାନେ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ମେ’ ୨୦ ତାରିଖରେ ଲକ୍ ଡାଉନ୍ ସ୍ଥିତିର ପୁନର୍ବାର ସମୀକ୍ଷା କରାଯିବା ପରେ ନୂତନ ତାରିଖ ବିଷୟରେ ୟୁପିଏସ୍ସି ୱେବସାଇଟ୍ରେ ସୂଚନା ଦିଆଯିବ ।
ଲୋକାଲ ୱାୟାର
Leave a Reply