• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ସ୍ପର ନିର୍ମାଣ ଦାବିରେ ଜଗତସିଂହପୁର ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ବିରୋଧ

ସ୍ପର ନିର୍ମାଣ ଦାବିରେ ଜଗତସିଂହପୁର ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ବିରୋଧ

December 11, 2020 By Amarnath Parida Leave a Comment

ଜଗତସିଂହପୁର, ଡିସେମ୍ବର ୧୧ (ଲୋକାଲ ୱାୟାର): ସ୍ପର ନିର୍ମାଣ ଦାବିରେ ଡିସେମ୍ବର ୧୭ରୁ ଆନ୍ଦୋଳନ ତୀବ୍ର କରିବାକୁ ଧମକ ଦେଇଛି ଦେବୀ ନଦୀ ବନ୍ଧ ସୁରକ୍ଷା ସମିତି ।

ସମିତିର ବିରୋଧ ଯୋଗୁଁ ୧୦ ଦିନ ହେଲା ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ କାମ ମଧ୍ୟ ବନ୍ଦ ରହିଛି ।

ଗତ ଫେବୃୟାରୀ, ୨୦୧୮ରେ ଦେବୀ ନଦୀରେ ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୭୩ କୋଟି ଟଙ୍କା ମଞ୍ଜୁର କରିଥିଲେ ।

ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବାଲିକୁଦା ବ୍ଲକର ୬୪ଟି ଗାଁ ଓ ଏରସମା ବ୍ଲକର ୫୭ଟି ଗାଁର ପ୍ରାୟ ୧ ଲକ୍ଷ ଲୋକ ଉପକୃତ ହେବେ ।

ଏଲ ଆଣ୍ଡ ଟି କମ୍ପାନୀ ନାଉଗାଁ ବ୍ଲକର ତୁମ୍ବେଶ୍ୱର ଠାରେ ପ୍ରକଳ୍ପ ନିର୍ମାଣ କରୁଛି ।

ନିର୍ମାଣରେ ବ୍ୟବହୃତ ଯନ୍ତ୍ରପାତି ଯୋଗୁଁ ଭୌଗୋଳିକ ସ୍ଥିତି ବିପନ୍ନ ହେଉଥିବାରୁ ଗଜରାଜପୁର, ରୋହିଆ, ବାଂଶୋ, ନାଉଗାଁ, ଘୋଡ଼ାଂଶ, ଜାମୁଗାଁ, ଓଷକଣା, ଶିଖର, ତିରୁଣା, ନୂଆଗାଁ, ଅଲଣା ଆଦି ଗାଁର ଗ୍ରାମବାସୀମାନେ ସ୍ପର ନିର୍ମାଣ ପାଇଁ ଦାବି କରୁଛନ୍ତି ।

ଦେବୀ ନଦୀ ବନ୍ଧର ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ଦେବୀ ନଦୀ ବନ୍ଧ ସୁରକ୍ଷା ସମିତି ନାମରେ ଏକ କମିଟି ଗଠନ କରିଛନ୍ତି ।

ପ୍ରକଳ୍ପ ନିର୍ମାଣକୁ ବିରୋଧ କରାଯାଉନାହିଁ । ତେବେ ବନ୍ଧ ସୁରକ୍ଷା ପାଇଁ ସ୍ପର ନିର୍ମାଣକୁ ପ୍ରାଥମିକତା ପ୍ରଦାନ ଦାବିରେ ଡିସେମ୍ବର ୧ରୁ ପ୍ରକଳ୍ପ କାମ ବନ୍ଦ ରଖାଯାଇଛି ବୋଲି ସମିତି ପକ୍ଷରୁ କୁହାଯାଇଛି ।

ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜଳସମ୍ପଦ ବିଭାଗର ଇଞ୍ଜିନିୟରମାନେ ପ୍ରକଳ୍ପ ନିର୍ମାଣ ସ୍ଥଳ ପରିଦର୍ଶନ କରି ଗ୍ରାମବାସୀଙ୍କ ସହ ବନ୍ଧ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଯୋଗୁଁ ବନ୍ଧରେ ଫାଟ ସୃଷ୍ଟି ହୋଇଛି । ଏହାକୁ ମରାମତି କରାଯାଉଛି । ବର୍ଷାଦିନେ ବନ୍ୟାର କୌଣସି ଆଶଙ୍କା ନାହିଁ ।

ତେଣୁ ପ୍ରକଳ୍ପ କାମ ଜାରି ରହିବ ବୋଲି ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥି କହିଛନ୍ତି ।

ଲୋକଙ୍କ ଦାବି ଏଡାଇ ପ୍ରଶାସନ ମନମୁଖୀ ନିର୍ମାଣ କାମ ଆରମ୍ଭ କଲେ ଡିସେମ୍ବର ୧୭ରୁ ଆନ୍ଦୋଳନ ତୀବ୍ର ହେବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire