• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ସ୍ମୃତି ରୋମନ୍ଥନ କଲେ ବାଲାଂଦେଶ ଯୁଦ୍ଧର ନାୟକ

ସ୍ମୃତି ରୋମନ୍ଥନ କଲେ ବାଲାଂଦେଶ ଯୁଦ୍ଧର ନାୟକ

December 16, 2020 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଡିସେମ୍ବର ୧୬ (ଲୋକାଲ ୱାୟାର): ୧୯୭୧ ଡିସେମ୍ବର ୧୬ ବାଂଲାଦେଶ ମୁକ୍ତି ଯୁଦ୍ଧର ୪୯ତମ ବାର୍ଷିକୀ ଅବସରରେ ଅତୀତ ସ୍ମୃତି ରୋମନ୍ଥନ କରିଛନ୍ତି କେନ୍ଦ୍ରାପଡାର ଅବସରପ୍ରାପ୍ତ ସେନା ଅଧିକାରୀ ୭୦ ବର୍ଷୀୟ ଦୁର୍ଯ୍ୟୋଧନ ମହାନ୍ତି ।

ପାକିସ୍ତାନୀ ସେନା ସହ ଭୟଙ୍କର ଲଢେଇ କଥା ମନେ ପକାଇ ଆଜି ବି ଶିହରି ଉଠନ୍ତି ୧୯୭୧ ଯୁଦ୍ଧର ଏହି ହିରୋ ।

ଭାରତୀୟ ସେନା ଓ ମୁକ୍ତିବାହିନୀ ପାକିସ୍ତାନୀ ସେନାର ବହୁ ଟ୍ୟାଙ୍କ ଧ୍ୱଂସ କରିବା ସହ ଅନେକ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା କରିଥିଲେ ।

ଅଗରତାଲାରୁ ସୀମା ପାର ହୋଇ ୧୯୭୧ ଡିସେମ୍ବର ୧ ରେ ପୂର୍ବ ପାକିସ୍ତାନରେ ପ୍ରବେଶ କରିଥିଲୁ ।

ହାବିଗଞ୍ଜ, ଲସକରପୁର, ଆଜମିରିଗଞ୍ଜ, ଟୋଙ୍ଗି ଜଙ୍କସନ ଓ ଢାକାରେ ଚାଲିଥିବା ଲଢେଇରେ ୧୪ ବାଟାଲିୟନର ବ୍ରିଗେଡ ଅଫ ଦ ଗାର୍ଡସ ଭାବେ ଭାଗ ନେଇଥିଲୁ ବୋଲି ମନେ ପକାନ୍ତି ରାଜକନିକା ବ୍ଲକ ବରୁଣାଡିହ ଗାଁରେ ରହୁଥିବା ପୂର୍ବତନ ସେନା ଅଧିକାରୀ ଦୁର୍ଯ୍ୟୋଧନ ।

ପାକିସ୍ତାନ ସେନା ସହ ଆମେ ହବିଗଞ୍ଜ ଠାରୁ ଢାକା ପର୍ଯ୍ୟନ୍ତ ଲଢ଼ି ସେମାନଙ୍କୁ ପରାସ୍ତ କରିଥିଲୁ । ୧୭ଦିନିଆ ଯୁଦ୍ଧରେ ଉଭୟ ପକ୍ଷର ବହୁ ସୈନିକ ମୃତାହତ ହୋଇଥିଲେ ।

ଆମ ରେଜିମେଣ୍ଟର ୮ ଜଣ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର କାଶୀନାଥ ସାହୁ । ଆମର ପ୍ରଚଣ୍ଡ ଆକ୍ରମଣରେ ପରାଜିତ ପାକିସ୍ତାନୀ ସୈନ୍ୟମାନେ ଢାକା ପଳାୟନ କରିଥିଲେ ।

ଡିସେମ୍ବର ୧୬ରେ ପାକିସ୍ତାନ ସେନା ମୁଖ୍ୟ ଆମିର ଅବଦୁଲ ଖାନ ନିଆଜି ୯୩ ହଜାର ସୈନିକଙ୍କ ସହ ଭାରତୀୟ ସେନାର ଜେନେରାଲ ଜଗଜିତ ସିଂହ ଅରୋରାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।

ଏହା ବେଶ ଗର୍ବର ମୁହୂର୍ତ୍ତ ଥିଲା । ମୁକ୍ତିବାହିନୀ ଯୋଦ୍ଧାମାନଙ୍କ ସହ ଆମେ ବିଜୟ ଦିବସ ପାଳିଥିଲୁ ।

ବାଂଲାଦେଶ ମୁକ୍ତି ଯୁଦ୍ଧର ସୁବର୍ଣ୍ଣ ଜୟନ୍ତୀ ଅବସରରେ ୨୦୨୧ରେ ଢାକା ଯିବାକୁ ମୋର ସ୍ୱପ୍ନ ରହିଛି ବୋଲି କହିଛନ୍ତି ଦୁର୍ଯ୍ୟୋଧନ ।

୧୯୭୦ରେ ମାତ୍ର ୨୦ ବର୍ଷ ବୟସରେ ଭାରତୀୟ ସେନାରେ ଯୋଗ ଦେଇଥିଲି ।

ଭାରତୀୟ ସେନାରେ ୩୨ ବର୍ଷର ଚାକିରି ମଧ୍ୟରେ ମିଜୋରମ, ଆସାମ, ତ୍ରିପୁରା, କାନପୁର, କାଶ୍ମୀର, ପୁନେ ଆଦି ସ୍ଥାନରେ କାମ କରିଛି ।

୧୯୮୪ରେ ସିଆଚେନ ଅକ୍ତିଆର ପାଇଁ ଅପରେସନ ମେଘଦୂତରେ ଭାଗ ନେଇଥିଲି ।

୨୦୦୨ରେ ଅବସର ନେବା ପରେ ଗାଁରେ ରହିଛି । ଦୁଇ ଥର ସରପଞ୍ଚ ଭାବେ ଦାୟିତ୍ୱ ତୁଲାଇ ଅନେକ ଉନ୍ନତିମୂଳକ କାମ କରିଛି ବୋଲି ଦୁର୍ଯେ୍ୟାଧନ କହିଛନ୍ତି ।

ଗାଁରେ ସ୍ତ୍ରୀ ଓ ଅନ୍ୟ ପରିବାର ସଦସ୍ୟଙ୍କ ରହୁଥିବା ଦୁର୍ଯେ୍ୟାଧନଙ୍କ ବଡ଼ ପୁଅ ଭାରତୀୟ ସେନାରେ କାମ କରୁଥିବା ବେଳେ ସାନ ପୁଅ ଓଡ଼ିଶା ପୁଲିସରେ କାର୍ଯ୍ୟରତ ।

ବାଂଲାଦେଶ ଯୁଦ୍ଧ ଲଢ଼ିଥିବା ହାତଗଣତି କିଛି ଯୋଦ୍ଧା ଜୀବିତ ଅଛନ୍ତି । ବିଦେଶ ମାଟିରେ ଲଢ଼ା ଯାଇଥିବା ଏହି ଯୁଦ୍ଧରେ ହଜାର ହଜାର ସୈନ୍ୟଙ୍କ ମୃତୁ୍ୟ ହୋଇଥିଲା ।

ଦୁଃଖର କଥା ସେମାନଙ୍କ ନାମକୁ କେହି ମନେ ରଖୁନାହାନ୍ତି ବୋଲି ପୂର୍ବତନ ସୈନିକ ସଙ୍ଘର ଜିଲ୍ଲା ୟୁନିଟ ସଭାପତି ମହେଶ କର କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire