ବ୍ରହ୍ମପୁର, ଡିସେମ୍ବର ୭ (ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ମୁନିସିପେଣ୍ଠ ଗାଁର ହେମନ୍ତ କୁମାର ସୁବୁଦ୍ଧି ଶତ ପ୍ରତିଶତ ଦୃଷ୍ଟିହୀନ ହେବା ସାଙ୍ଗକୁ ଶାରୀରିକ ଭିନ୍ନକ୍ଷମତା ସତ୍ତ୍ୱେ ସଫଳ ଶିକ୍ଷକ ହୋଇ ପାରିଛନ୍ତି ।
ଏବେ ଗାଙ୍ଗପୁର ସରକାରୀ ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତ ହେମନ୍ତ ଦୀର୍ଘ ଦୁଇ ଦଶନ୍ଧି ଧରି ଶିକ୍ଷକତା କରି ଆସୁଛନ୍ତି ।
କୋଭିଡ ଯୋଗୁଁ ସ୍କୁଲ ବନ୍ଦ ରହିଥିବାରୁ ସେ ଭିଡିଓ ମାଧ୍ୟମରେ ପଢାଇବା ସହ ପିଲାମାନଙ୍କୁ ବ୍ୟକ୍ତିଗତ ଭାବେ ପାଠ ବୁଝାଉଛନ୍ତି ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତର ଓ ବିଇଡି କରିଥିବା ହେମନ୍ତ ଜାତୀୟ ଦୃଷ୍ଟିହୀନ ପ୍ରତିଷ୍ଠାନ, ଡେରାଡୁନରୁ ସ୍ୱତନ୍ତ୍ର ତାଲିମ ହାସଲ କରିଛନ୍ତି ।
୧୯୯୬ରେ ଏକ ଦୁର୍ଘଟଣାରେ ଦୃଷ୍ଟିହୀନ ହେମନ୍ତ ଗୋଟିଏ ପାଦ ଓ ପାପୁଲି ହରାଇଥିଲେ । ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ ଆଶା ହରାଇ ନାହିଁ ।
ୟୁପିଏସସି ପ୍ରିଲିମିନାରୀ ପରୀକ୍ଷାରେ ସଫଳ ହୋଇଥିଲି । ୨୦୦୧ରେ ସରକାରୀ ଶିକ୍ଷକ ଭାବେ ଚୟନ ହୋଇଥିଲା । ହେଲେ ଭିନ୍ନକ୍ଷମତା ଯୋଗୁଁ ଚାକିରିରେ ଯୋଗ ଦେବାରେ ବିଳମ୍ବ ଘଟିଥିଲା ।
ଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର କ୍ଲାସ ନେବା ପରେ ନିଯୁକ୍ତି ମିଳିଥିଲା । ଲାପଟପ ଓ ମୋବାଇଲ ଫୋନରେ ଦୃଷ୍ଟିବାଧିତଙ୍କ ପାଇଁ ସ୍ୱତନ୍ତ୍ର ସଫ୍ଟୱେର ବ୍ୟବହାର କରିବାରେ ପରିବାର ସଦସ୍ୟମାନେ ସାହାଯ୍ୟ କରନ୍ତି ବୋଲି ହେମନ୍ତ କହିଛନ୍ତି ।
ଲୋକାଲ ୱାୟାର
Leave a Reply