ଭୁବନେଶ୍ୱର, ଏପ୍ରିଲ ୧୯ (ଲୋକାଲ ୱାୟାର) : କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱର ଆଇଆଇଟି ସ୍ୱଳ୍ପ ମୂଲ୍ୟରେ ଭେଣ୍ଟିଲେଟର ପ୍ରସ୍ତୁତ କରିଥିବା ନେଇ ଟାଇମ୍ସ ଅଫ୍ ଇଣ୍ଡିଆରେ ଖବର ପ୍ରକାଶ ପାଇଛି ।
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟର ଅଭାବ ଥିବା ଜାଣିବା ପରେ ଆଇଆଇଟିର ଛାତ୍ରମାନେ ତିନି ସପ୍ତାହ ପୂର୍ବରୁ ଏହାର ନିର୍ମାଣ ଆରମ୍ଭ କରିଥିଲେ ।
ଆଇଆଇଟି ପକ୍ଷରୁ ବିକଶିତ ଏହି ଭେଣ୍ଟିଲେଟରର ମୂଲ ପ୍ରାୟ ୮ ହଜାର ଟଙ୍କା ରହିଛି ।
ଏହାର ଏକ ମଡେଲ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍)କୁ ପଠାଯାଇଥିବା କହିଛନ୍ତି ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ଆର.ଭି. ରାଜକୁମାର ।
ଏହି ଭେଣ୍ଟିଲେଟରକୁ ସ୍କୁଲ ଅଫ୍ ମେକାନିକାଲ ସାଇନ୍ସ ଅଫ୍ ଦ ଇନ୍ଷ୍ଟିଚ୍ୟୁଟର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି ।
ଲୋକାଲ ୱାୟାର
Leave a Reply