ଭୁବନେଶ୍ୱର, ମାର୍ଚ୍ଚ ୧୪(ଲୋକାଲ ୱାୟାର): ଜୟଦେବ ଭବନଠାରେ ଆଜି ଗାନ୍ଧୀ ସମ୍ପର୍କିତ ଏକ କବିତା ପାଠ ଉତ୍ସବ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମକୁ ଏକାଡେମୀର ସଭାପତି ହରିହର ମିଶ୍ର, ବିଭାଗୀୟ ନିଦେ୍ର୍ଦଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଏକାଡେମୀର ପୂର୍ବତନ ସଭାପତି ଡକ୍ଟର ହୁସେନ ରବି ଗାନ୍ଧୀ ଓ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ । ପରେ ଦେଶାତ୍ମବୋଧକ ଓ ଗାନ୍ଧୀ ସମ୍ପର୍କିତ କବିତା ପାଠ କରାଯାଇଥିଲା ।

ଲୋକାଲ ୱାୟାର