ଭୁବନେଶ୍ୱର, ଡିସେମ୍ବର ୨୭(ଲୋକାଲ ୱାୟାର): ଆନ୍ତର୍ଜାତିକ ଓଡ଼ିଆ ହକି ତାରକା ନମିତା ଟପ୍ପୋଙ୍କୁ ଜାତୀ ଓ ଆର୍ନ୍ତର୍ଜାତିକ କ୍ଷେତ୍ରରେ ହକି ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ରବିବାର ୨୦୨୦ ମସିହା ପାଇଁ ଇମ୍ପାକ୍ସ ପକ୍ଷରୁ ସମ୍ମାନଜନକ ୨୮ତମ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ରାଜଧାନୀରେ କୋଭିଡ-୧୯ ଗାଇଡଲାଇନ ମଧ୍ୟରେ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କୁ ୫ ଲକ୍ଷ ଟଙ୍କା ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଛି ।
୨୦୧୮ ଏପ୍ରିଲ ୧ ତାରିଖରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଜାତୀୟ ଆନ୍ତର୍ଜାତିକ କ୍ଷେତ୍ରରେ ମିଡଫିଲ୍ଡର ଭାବେ ହକି ଖେଳାଳି ନମିତାଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଛି ।
ନମିତାଙ୍କ ସମେତ ଅନ୍ୟ ଦୁଇ ଜଣ ଖେଳାଳି ଭାରୋତ୍ତୋଳନକାରୀ ସ୍ନେହା ସୋରେନ ଏବଂ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ଖେଳାଳି ରୁତୁପର୍ଣ୍ଣା ପଣ୍ଡାଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଛି ।
କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁର ଚେକ୍ ଦେଇ ସମ୍ମାନିତ କରାଯାଇଛି ।
ପୂର୍ବତନ ସାଂସଦ ତଥା ଇମ୍ପାକ୍ଟର ଟ୍ରଷ୍ଟି ବୈଜୟନ୍ତ ପଣ୍ଡା ଭର୍ଚୁଆଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଉଲ୍ଲେଖଯୋଗ୍ୟ, ଇମ୍ପାକ୍ଟ ପକ୍ଷରୁ ୧୯୯୩ ମସିହାରୁ କ୍ରୀଡ଼ା କ୍ଷେତ୍ରରେ ଅବଦାନ ନିମନ୍ତେ ଖେଳାଳିମାନଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଆସୁଛି ।
ଲୋକାଲ ୱାୟାର
Leave a Reply