ଭୁବନେଶ୍ୱର, ଜାନୁଆରୀ ୯(ଲୋକାଲ ୱାୟାର): ହଲ୍ ଖୋଲୁ ଖୋଲୁ ପ୍ରଥମ ଦିନରେ ଶୁକ୍ରବାର ହଲକୁ ଯାଇଥିଲେ ଓଡ଼ିଆ ସେଲିବ୍ରିଟି ପାର୍ଥସାରଥୀ ରାୟ ଓ ସ୍ୱରାଜ ବାରିକ ।
ଉଭୟେ ଥିଏଟରରେ ବସି ସିନେମା ଦେଖିବା ସହ ଦୀର୍ଘଦିନର ଇଚ୍ଛାକୁ ପୂରଣ କରିଛନ୍ତି ।
ସିନେମା ହଲ୍ ସହ ସିନେ ତାରକାର ଯାହା ସମ୍ପର୍କ, ସେକଥା କାହାକୁ ବା ଅଛପା ।
ତେଣୁ ଏମାନେ କେମିତି ଆଉ କେତେଦିନ ଏମିତି ବାନ୍ଧି ହୋଇ ବଡ଼ ପରଦା ଠାରୁ ଦୂରେଇ ରହିଥାନ୍ତେ ।
ଏବେ ଅପେକ୍ଷା ରହିଲା ଏମାନଙ୍କ ଆଗାମୀ ସିନେମା ମାନେ ଓଡ଼ିଆ ସିନେମା କେବେ ହଲରେ ରିଲିଜ୍ ହେଉଛି ।
ପାର୍ଥ ଭୁବନେଶ୍ୱର ଏସପ୍ଲାନେଡ୍ ମଲରେ ଯାଇ ସିନେମା ଦେଖିଥିଲା ବେଳେ ସ୍ୱରାଜ ପୂରା ପରିବାର ସହ ନିଜ ଅଞ୍ଚଳରେ ମାନେ ବାରିପଦା ରକ୍ସି ସିନେମା ହଲରେ ‘ୱଣ୍ଡର ୱିମ୍ୟାନ୍-୧୯୮୪’ ଦେଖିଛନ୍ତି ।
ଫଟୋ ପୋଷ୍ଟ କରି ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ।
ଲୋକାଲ ୱାୟାର
Leave a Reply