ଭୁବନେଶ୍ୱର, ଫେବ୍ରୁଆରୀ ୨(ଲୋକାଲ ୱାୟାର): ଋତୁପି୍ରୟା ପ୍ରଡକ୍ସନ୍ସ, ଏସଏମ୍ ପ୍ରଡକ୍ସନ୍ସ ଓ ଉର୍ବସୀ ଆର୍ଟ ବ୍ୟାନରରେ ନିର୍ମିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ହାପି ଏଣ୍ଡିଙ୍ଗ’ ।
୪ବନ୍ଧୁଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ଆଧାର କରି ପ୍ରସ୍ତୁତ ଏ ସିନେମାଟି ଏକ ମୌଳିକ କାହାଣୀ ଉପରେ ଆଧାରିତ ।
ଯାହାର ମ୍ୟୁଜିକ୍ ରିଲିଜ୍ ଅନୁଷ୍ଠିତ ହୋଇଯାଇଛି । ମୋଟ୍ ୪ଟି ଗୀତ ଥିଲା ବେଳେ ଗୀତଗୁଡ଼ିକ ରଚନା କରିଛନ୍ତି ସରୋଜ ପଟ୍ଟନାୟକ ଓ ପୁଷ୍ପକ ପରିଡ଼ା ।
ବିଶ୍ୱଜିତ ମହାପାତ୍ରଙ୍କ ସଙ୍ଗୀତ ନିଦେ୍ର୍ଦଶନାରେ କଣ୍ଠଦାନ କରିଛନ୍ତି କୁମାର ଦେବାନନ୍ଦ, ଅବିନାଶ ଜେନା, ସୁମନ ଦାଶ ଓ ଅନୁରାଧା ।
ସିନେମାର ନିଦେ୍ର୍ଦଶନା ଦେଇଛନ୍ତି ତୁଷାର ସିହ୍ନା ଏବଂ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଅତିସ କୁମାର ରାଉତ ।
ସିନେମା ‘ରହସ୍ୟ’ ପରେ ନାୟକ ଓ ନିଦେ୍ର୍ଦଶନାର ଦ୍ୱୈତ ଭୂମିକାରେ ନଜର ଆସିବେ ତୁଷାର । ତାଙ୍କ ନାୟିକା ସାଜିଛନ୍ତି ପ୍ରିୟଙ୍କା ।
ଅନ୍ୟାନ୍ୟ ଚରିତ୍ରରେ ମାନସ ମହାପାତ୍ର, ଲିପିକା ପରିଡ଼ା, ଶାଶ୍ୱତ ଭୂୟାଁ, ଅଶୋକ ଦାସ, ପପି ସନ୍ତୁକା, ପିଣ୍ଟୁ ନନ୍ଦ, ଆର୍ଯ୍ୟମାନ ଅଗ୍ନିହୋତ୍ରୀ, ସୂର୍ଯ୍ୟ ଓ ଇପସିତା ପ୍ରମୁଖ ଅଭିନୟ କରିଛନ୍ତି ।
ଖୁବଶୀଘ୍ର ଏହା ରିଲିଜ୍ ହେବ ବୋଲି ସିନେମାର ସହ-ପ୍ରଯୋଜକ ସୁବୋଧ ମହାପାତ୍ର, ସୁଜିତ କୁମାର ରାଉତ ସୂଚନା ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply