ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୁବ୍ରତଙ୍କୁ ମାନପତ୍ର ଦେବା ସହ ପୁରସ୍କାର ଅର୍ଥରାଶି ପ୍ରଦାନ କରିବା ସହ ତାଙ୍କର ପ୍ରଶଂସା କରିଥିଲେ
ଭୁବନେଶ୍ବର, ଅଗଷ୍ଟ ୧୬ (ଲୋକାଲ ୱାୟାର) ଭୁବନେଶ୍ବରରେ ଅଟୋରେ ଯାଉଥିବା ବେଳେ ତାଙ୍କ ମାଁଙ୍କ ସୁନା ହାର ଛିଣ୍ଡାଇ ଦୁଇଟି ବାଇକରେ ପଳାଇ ଯାଉଥିବା ଲୁଟେରାଙ୍କୁ କାବୁ କରିଥିବାରୁ ଜଣେ ଯୁବକଙ୍କୁ କମିଶନେରେଟ ପୁଲିସ ଶୁକ୍ରବାର ସମ୍ମାନିତ କରିଛି।
ଅଦମ୍ୟ ସାହସ ପ୍ରଦର୍ଶନ କରିଥିବା ଏହି ଯୁବକ ହେଉଛନ୍ତି ସୁବ୍ରତ ଓଝା।
ଦୁଇଦିନ ତଳେ ନିଜ ମାଁ ଙ୍କ ସହ ଏକ ଅଟୋରେ ଯାଉଥିବା ବେଳେ ଲୁଟେରା ମାନେ ଦୁଇଟି ବାଇକରେ ଆସି ତାଙ୍କ ମାଁ ଙ୍କ ବେକରୁ ସୁନା ହାର ଛିଣ୍ଡାଇ ପଳାଇବାକୁ ଚେଷ୍ଟା କରିଥିଲେ।
ସାହାସିକତାର ପରିଚୟ ଦେଇ ସୁବ୍ରତ ରାସ୍ତା ଉପରେ ସେମାନଙ୍କୁ ଗୋଡୋଇ ଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଲୁଟେରାଙ୍କୁ କାବୁ କରିବା ସହ ସେମାନେ ଛିଣ୍ଡାଇ ଥିବା ହାର ଫେରି ପାଇଥିଲେ ।
ସ୍ଥାନୀୟ ଅଧିକାରୀଙ୍କ ଉପସ୍ଥିତିରେ ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୁବ୍ରତଙ୍କୁ ମାନପତ୍ର ଦେବା ସହ ପୁରସ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି ଓ ତାଙ୍କର ପ୍ରଶଂସା କରିଛନ୍ତି ।
ଲୋକାଲ ୱାୟାର
ବ୍ୟବସାୟଧର୍ମୀ ନୁହେଁ, ଏହା ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ହେବ ବୋଲି ମହୁରତ ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା…
ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳା ପରିଷଦ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି…
ଏହାକୁ ମିଶାଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସର୍ବମୋଟ୍ ୨୫ଟି ପୁରସ୍କାର ଲାଭ କରିବା ସହିତ ବିରଳ ରେକର୍ଡ ହାସଲ…
ନବେ ଦଶକର ଏହି ଅପ୍ରତିଦ୍ୱନ୍ଦ୍ୱୀ ନାୟିକା ଜଣକ ହେଉଛନ୍ତି ସସ୍ମିତା ପ୍ରଧାନ । ‘କି ହେବ ଶୁଆ ପୋଷିଲେ' ଫିଲ୍ମରୁ…
ଏଥିରେ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ନୀରଜ ଗୁପ୍ତା ସଭାପତିତ୍ୱ କରିଥିଲେ । ସାଂସ୍କୃତିକ କମିଟି ଅଧ୍ୟକ୍ଷ ଡଃ ଶୁଭାଶିଷ୍ ଭଦ୍ର…
ଏହି ମେଳାରେ ୬୦ଟି ଷ୍ଟଲରେ କାର୍ପାସ, ସିଲ୍କ ଓ ମସଲିନ୍ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ…
This website uses cookies.