ଭୁବନେଶ୍ବର, ଡିସେମ୍ବର ୭ (ଲୋକାଲ ୱାୟାର): ଅଲିମ୍ପିଆନ୍ ଦୌଡ଼ରାଣୀ ଦୂତୀ ଚାନ୍ଦ ହୋଟେଲ ଉଦ୍ୟୋଗରେ ପ୍ରବେଶ କରି ଭୁବନେଶ୍ବରରେ ଦୁଇଟି ହୋଟେଲ ଖୋଲିଛନ୍ତି।
‘ଡିଟି ଡିଲାଇଟ୍ସ’ ନାମରେ ସରୋଜ କୁମାର ମିଶ୍ରଙ୍କ ସହ ମିଶି ଶୈଳଶ୍ରୀ ବିହାର ଓ ଏମ୍ସ ନିକଟରେ ସେ ଏହି ଦୁଇ ହୋଟେଲ ଖୋଲିଛନ୍ତି।
ଏସବୁ ହୋଟେଲ ପାଇଁ ଓୟୋ ସହ ଦୂତୀ ଓ ସରୋଜ ୧୦ ବର୍ଷିଆ ଚୁକ୍ତି କରିଥିବା ଜଣାପଡ଼ିଛି।
ଧୀରେ ଧୀରେ ଲୋକେ ତାଙ୍କର ହୋଟେଲ ପ୍ରତି ଆକର୍ଷିତ ହେଉଛନ୍ତି ଓ ଏବେ ପ୍ରତିଦିନ ବୁକିଂ ହେଉଥିବା ଦୂତୀ ସୂଚନା ଦେଇଛନ୍ତି।
ଆସନ୍ତା ଦୁଇ ତିନି ବର୍ଷ ଭିତରେ ଦୂତୀ ସାରା ରାଜ୍ୟରେ ଏହିଭଳି ଶହେଟି ହୋଟେଲ ଖୋଲିବା ଯୋଜନା ରଖିଛନ୍ତି।
ତା ସହିତ ଆଗାମୀ ଦିନରେ ଏକ ପଞ୍ଚତାରକା ହୋଟେଲ ଖୋଲିବା ଯୋଜନା ବି ତାଙ୍କର ଅଛି ବୋଲି ସେ କହିଛନ୍ତି।
ଲୋକାଲ ୱାୟାର
Leave a Reply