• Skip to primary navigation
  • Skip to main content
  • Skip to primary sidebar
  • About Us
  • Contact Us
  • Copyright
  • Privacy Policy
  • Our Advertisers
  • Careers
  • Wire-Events
  • Bhubaneswar

LocalWire

The hyper local news platform

  • Happenings
  • Special
    • Interview
  • Business
    • Tech
  • Education
  • Health
    • Travel
  • Politics
    • Election-2019
    • Opinion
  • Sports
  • Cyclone-Fani-2019
    • Weather
  • Odisha News in 30 seconds
‘ହୌସଲା’ରେ ହୌସଲା ଦେଖାଇଲେ କ୍ରୀଡ଼ାବିତ (ଅପଡେଟ୍)

‘ହୌସଲା’ରେ ହୌସଲା ଦେଖାଇଲେ କ୍ରୀଡ଼ାବିତ (ଅପଡେଟ୍)

December 3, 2019 By LocalWire Leave a Comment

Share

ଭୁବନେଶ୍ୱର, ଡିସେମ୍ବର ୨(ଲୋକାଲ ୱାୟାର): ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ମଧ୍ୟ କିଛି କମ୍ ନୁହନ୍ତି । ସରକାରଙ୍କ ଦ୍ୱାରା ନିଆଯାଇଥିବା ବିବିଧ ପଦକ୍ଷେପର ଫଳ ସ୍ୱରୂପ ସେମାନେ ଆଜି କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଦକ୍ଷତା ପ୍ରତିପାଦିତ କରିଛନ୍ତି ।

‘ହୌସଲା-୨୦୧୯’ରେ ହୌସଲା ଦେଖାଇଛନ୍ତି କ୍ରୀଡ଼ାବିତ । ଭୁବନେଶ୍ୱର ୟୁନିଟ-୬ ବାଳକ ଉଚ୍ଚ ବିଦ୍ୟାଳୟ କ୍ରୀଡ଼ାଙ୍ଗନରେ ୨ ଦିନ ଧରି ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଏହି ଖେଳକୁଦ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

ଯେଉଁଠି ରାଜ୍ୟର କୋଣ ଅନୁକୋଣରୁ ୩୦ ଟି ଜିଲ୍ଲାରେ ଥିବା ଶିଶୁଯତ୍ନ ଅନୁଷ୍ଠାନର ୧୧୦୮ ଜଣ ଅନ୍ତେବାସୀ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ ।

ଯେଉଁଠି ରାଜ୍ୟର ଉପାନ୍ତ ଅଞ୍ଚଳ ଜିଲ୍ଲା ଯଥା, ମାଲକାନଗିରି, କେନ୍ଦୁଝର, କୋରାପୁଟ ପରି ଜିଲ୍ଲାର ଶିଶୁମାନେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ।

ସଭାଶେଷରେ ୨୭ ଟି ବିଭାଗରେ ୮୬ ଜଣ ଶିଶୁ ଓ ଦଳଙ୍କୁ ପୁରସ୍କୃତ କରାଯାଇଥିଲା ।

ଫୁଟ୍ବଲ୍ ବାଳିକା ବର୍ଗରେ ଖୋର୍ଦ୍ଧା ଦଳ ରନର୍ସ ଅପ୍ ହୋଇଥିବାବେଳେ ମୟୂରଭଞ୍ଜ ଚମ୍ପିୟାନ ହୋଇଥିଲା । ଫୁଟବଲ୍ ବାଳକ ବର୍ଗରେ ଭଦ୍ରକ ରନର୍ସ ଅପ୍ ଏବଂ କେନ୍ଦୁଝର ଚମ୍ପିୟାନ ହୋଇଥିଲା ।

ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜିତ ହୌସଲା ଉତ୍ସବରେ ଶିଶୁମାନେ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଫୁଟବଲ୍, ଚେସ୍, ବକ୍ତୃତା, ଚିତ୍ରାଙ୍କନ ଓ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ଜିଲ୍ଲାସ୍ତରୀୟ ଉତ୍ସବର ବିଜେତାମାନେ ରାଜ୍ୟସ୍ତରୀୟ ଉତ୍ସବରେ ଭାଗ ନେଇଥିବାବେଳେ ରାଜ୍ୟସ୍ତରୀୟ ବିଜେତାମାନେ ଦିଲ୍ଲୀ ଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେବେ ।

ବିଗତ ଦୁଇ ବର୍ଷ ଧରି ସର୍ବଭାରତୀୟ ହୌସଲାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶା ଚମ୍ପିୟନ ହୋଇଆସିଛି ।

ଲୋକାଲ ୱାୟାର

Related Posts:

  • ପାଞ୍ଚ କ୍ରୀଡ଼ାବିତ ଏମବି ସ୍ମାରକୀ କ୍ରୀଡ଼ା ପ୍ରତିଭା ସମ୍ମାନରେ…
  • ଡିଜିପିଙ୍କୁ ସାକ୍ଷାତ କଲେ ସର୍ବଭାରତୀୟ ପୋଲିସ ରେସଲିଂ…
  • ରାସ୍ତାରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା, ମାନବିକତା ଦେଖାଇଲେ…
  • ବଢ଼ିଲା ଲକ୍ଷ୍ମୀପୁର ହଳଦୀର ଚାହିଦା, ଦିଲ୍ଲୀର ବ୍ୟବସାୟୀ…
  • ନିଜ ନିର୍ବାଚନମଣ୍ଡଳୀର ବରିଷ୍ଠ ନାଗରିକଙ୍କୁ ବିଧାନସଭା…
  • ଦୁର୍ଘଟଣାରେ ବାପ-ପୁଅ ମୃତ, ମା’-ପୁଅ ଗୁରୁତର (ଅପଡେଟ୍)

Filed Under: Odia, ଘଟଣା Tagged With: ଓଡିଶା, ଘଟଣା

Download LocalWire App for Hyperlocal Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

Primary Sidebar

  • Email
  • Facebook
  • Instagram
  • Phone
  • Twitter
  • YouTube

Most Popular

ଜଙ୍ଗଲ ବଞ୍ଚାଇ ଶୁଖିଯାଇଥିବା ଝରଣାର ପୁନରୁଦ୍ଧାର କଲେ ମହିଳା (ବିଶେଷ)

କଳକାରଖାନା ଓ ସହରାଞ୍ଚଳକୁ ଏଠାରୁ କାଠ କାଟିନେଇ ସେମାନେ ଯୋଗାଇବାରେ ଲାଗିଥିଲେ ଓ ମାଲାମାଲ୍ ହେଉଥିଲେ।

ପଠାଣି ସାମନ୍ତଙ୍କ ଜୟନ୍ତୀରେ ଜାଣିବା ତାଙ୍କ ସଂପର୍କରେ କିଛି କଥା (ବିଶେଷ)

ପୁରାତନ ଗଣନା ଶାସ୍ତ୍ର ଅଧ୍ୟୟନ କରି ମାତ୍ର ଦୁଇଟି ବାଉଁଶ ନଳୀ ସାହାଯ୍ୟରେ ଦୂରଦୂରାନ୍ତର ନକ୍ଷତ୍ରମାନଙ୍କର ସ୍ଥିତି ଦେଖି ସେ ବିଭିନ୍ନ ତିଥି ଓ ଭବିଷ୍ୟତ ସଂପର୍କରେ ସଠିକ୍ ତଥ୍ୟ ଦେଇପାରିଥିଲେ।

ଜଗନ୍ନାଥ ମନ୍ଦିର ହୁଣ୍ଡିରେ ମିଳିଥିବା ଦାନ

ଡିସେମ୍ବର ୧୪ ,ଶନିବାର

ଜଗନ୍ନାଥ ମନ୍ଦିର ହୁଣ୍ଡିରେ ମିଳିଥିବା ଦାନ

୨,୮୩,୮୮୭ଟଙ୍କା

ସୁନା ପ୍ରାୟ ୭୦ ମିଲିଗ୍ରାମ

ସୌଜନ୍ୟ: ମନ୍ଦିର ପ୍ରଶାସନ

Tags

Award Berhampur Bhubaneswar Business Cyclone-Fani-2019 Education Election-2019 Environment Festivals Happenings Health Jagatsinghpur Kendrapara Odisha Paradip Politics Rourkela Special Sports Travel Weather ଅନୁଗୁଳ ଅପରାଧ ଓଡିଶା କଟକ କାର୍ଯ୍ୟକ୍ରମ କାର୍ଯ୍ୟାଳୟ କେନ୍ଦୁଝର କେନ୍ଦ୍ରାପଡା ଖେଳ ଘଟଣା ଦୁର୍ଘଟଣା ପରିବେଶ ପର୍ବପର୍ବାଣୀ ପାଣିପାଗ ପୁରୀ ବାଲେଶ୍ଵର ବ୍ରହ୍ମପୁର ଭଦ୍ରକ ଭୁବନେଶ୍ୱର ମନୋରଞ୍ଜନ ରାଉରକେଲା ରାଜନୀତି ଶିକ୍ଷା ସମ୍ବଲପୁର

Copyright © 2019 · LocalWire