ଭୁବନେଶ୍ୱର, ମାର୍ଚ୍ଚ ୨୪ (ଲୋକାଲ ୱାୟାର): ୟୁନିକ ଲ୍ୟାଣ୍ଡ ପାର୍ସଲ ଆଇଡେଣ୍ଟିଫିକେସନ ନମ୍ବର (ୟୁଏଲପିଆଇଏନ) ଓଡିଶାରେ ଆରମ୍ଭ ହୋଇଛି ।

ଏହି ୧୪ ସଂଖ୍ୟା ବିଶିଷ୍ଟ ନମ୍ବର ଦ୍ୱାରା ଜମି ମାଲିକାନା, ଜମିର ଆକାର ତଥା ଅନ୍ୟ ଭୌଗୋଳିକ ତଥ୍ୟ ଉପଲବ୍ଧ ହେବ ।

ୟୁଏଲପିଆଇଏନର ଅନେକ ପ୍ରକାର ଲାଭ ରହିଛି । ଜମି ମାଲିକାନା ସହଜରେ ନିର୍ଦ୍ଧାରିତ ହୋଇ ପାରୁଥିବାରୁ ସରକାରୀ ଜମି ଚିହ୍ନଟ କରା ଯାଇପାରିବ ଓ ସରକାରୀ ଜମି ସୁରକ୍ଷିତ ରହିପାରିବ ।

ତଥ୍ୟ ଓ ଆବେଦନ ସ୍ତର ମାନକୀକରଣ ଯୋଗୁଁ ଅଂଶୀଦାର ଓ ସରକାରୀ ଅନ୍ତବ୍ୟବହାର୍ଯ୍ୟତା ସଫଳତାର ସହ ହୋଇ ପାରିବ ।

ଷ୍ଟାଣ୍ଡାର୍ଡ ଇଲେକ୍ଟ୍ରୋନିକ କମର୍ସ କୋଡ ମ୍ୟାନେଜମେଣ୍ଟ ସଂଘ ଭଳି ଆନ୍ତର୍ଜାତୀୟ ମାନକ ଭଳି ଏଥିରେ ତଥ୍ୟ ବିଶ୍ଳେଷଣ ସହଜ ହେବ ।

ଜମିଜମା ରେକର୍ଡର ରକ୍ଷଣାବେକ୍ଷଣ ଓ ବିକାଶ ଦିଗରେ ୟୁଏଲପିଆଇଏନ ଉନ୍ମୁକ୍ତ, ସ୍ୱଚ୍ଛ ଓ ଦକ୍ଷ ପ୍ରକ୍ରିୟା ପ୍ରଦାନ କରିବ ।

ଟିକସ ସଂଗ୍ରହ ଓ ଜମି ମାଲିକାନା ଆଦି ଗୋଟିଏ ନମ୍ବରରୁ ଜଣାପଡ଼ିବ । ଜମି ବନ୍ଧକ ରଖି ଋଣ ଆଣିବାରେ ଏହା ଚାଷୀଙ୍କୁ ସାହାଯ୍ୟ କରିବ ।

ଓଡିଶାର ଦେବଗଡ଼ ତହସିଲର ବାରଖଣ୍ଡିଆ ଓ କାନେ୍ଦଇଜୋରି ଓ ରିଆମାଳ ତହସିଲର ବାରାଖୋଲ ଗାଁରେ ଠାରେ ୟୁଏଲପିଆଇଏନ ଆରମ୍ଭ ହୋଇଛି । ଏହି ଗାଁଗୁଡିକ ଜିଓ-ରେଫରେନ୍ସଡ ହେବ ।

ଏହି ନମ୍ବର ଉନ୍ମୋଚନ ଅବସରରେ କେନ୍ଦ୍ର ଭୂସମ୍ପଦ ଓ ଗ୍ରାମୀଣ ବିକାଶ ବିଭାଗର ସଚିବ ଅଜୟ ତିର୍କୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଓଡିଶାର ପ୍ରମୁଖ ସଚିବ ବିଷ୍ଣୁପଦ ସେଠି ଉପସ୍ଥିତ ଥିଲେ ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଓଡ଼ିଶାର ଅତିରିକ୍ତ ସଚିବ ଶୈଳେନ୍ଦ୍ର ଦ୍ୱିବେଦୀ, ଡିଏଲଆରଏସ, ଓଡ଼ିଶା ଶଶଧର ନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର