ଭୁବନେଶ୍ୱର, ମାର୍ଚ୍ଚ ୧୧(ଲୋକାଲ ୱାୟାର): ୟେସ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ କବଜାରେ ରଖିଥିବାରୁ ଏହି ବ୍ୟାଙ୍କରେ ଜମା ଥିବା ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା କିପରି ମିଳିବ ସେ ନେଇ ହସ୍ତକ୍ଷେପ କରିବାକୁ ବୁଧବାର ବିଜେଡି ସାଂସଦମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣଙ୍କୁ ଭେଟି ଅନୁରୋଧ କରିଛନ୍ତି ।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅଚୁ୍ୟତ ସାମନ୍ତ, ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ପ୍ରମୁଖ ସୀତାରମଣଙ୍କୁ ଭେଟିଥିଲେ ।

ତେବେ ମହାପ୍ରଭୁଙ୍କର ଗୋଟିଏ ହେଲେ ଟଙ୍କା ବୁଡ଼ିବନି ଏବଂ ସମସ୍ତ ଟଙ୍କା ମିଳିବ ବୋଲି ସୀତାରମଣ ନିର୍ଭର ପ୍ରତିଶ୍ରୁତି ଦେଇଥିବା ସାଂସଦ ଶ୍ରୀ ଆଚାର୍ଯ କହିଛନ୍ତି ।

ଲୋକାଲ ୱାୟାର