ଭୁବନେଶ୍ୱର, ଏପ୍ରିଲ ୨୭ (ଲୋକାଲ ୱାୟାର) : ରାଜ୍ୟର ୧୦୩ ନଂ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସୋମବାର ପ୍ରକାଶ କରିଛନ୍ତି ରାଜ୍ୟ ସରକାର ।
ଏହି ଆକ୍ରାନ୍ତ ଜଣକ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସ୍ଥିତ ନାଲାରୋଡ୍ ଅଞ୍ଚଳର ୬୦ ବର୍ଷୀୟ ବୃଦ୍ଧ ।
ଲକ୍ ଡାଉନ୍ ଯୋଗୁଁ ସେ ମାର୍ଚ୍ଚ ୨୨ ରୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ଘରେ ରହିଥିଲେ ।
ଏପ୍ରିଲ୍ ୨୧ ରୁ ଏପ୍ରିଲ୍ ୨୩ ତାରିଖ ମଧ୍ୟରେ ତାଙ୍କ ନିକଟରେ ସାଧାରଣ ଥଣ୍ଡାର ଲକ୍ଷଣ ଦେଖା ଦେଇଥିବାରୁ ସେ ରାଉରକେଲାରେ ଜଣେ ଘରୋଇ ଡାକ୍ତରଙ୍କୁ ଦେଖାଇଥିଲେ ।
ଗତ ୨୩ ତାରିଖରେ ରାଉରକେଲା ସ୍ଥିତ ହାଇଟେକ୍ କୋଭିଡ୍ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ତାଙ୍କୁ ରଖାଯାଇଥିଲା ।
ଗତ ୨୫ ତାରିଖରେ ତାଙ୍କର ନମୁନା ପଜିଟିଭ ଆସିବା ପରେ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତେବେ ସେ କିପରି ଓ କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ସେ ସମ୍ପର୍କରେ କିଛି ସୂଚନା ମିଳି ନାହିଁ ।
ଲୋକାଲ ୱାୟାର
Leave a Reply