ଭୁବନେଶ୍ୱର, ଫେବ୍ରୁଆରୀ ୨(ଲୋକାଲ ୱାୟାର): ଧାନକିଣାରେ ଅନିୟମିତତା ସହ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ ଜଣ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ସମ୍ପାଦକଙ୍କୁ ନିଲମ୍ବିତ କରାଯାଇଥିବା ସମାବୟ ବିଭାଗ ପକ୍ଷରୁ କୁହାଯାଇଛି ।
ନିଲମ୍ବିତ ସମ୍ପାଦକମାନେ ହେଲେ ବରଗଡ଼ ଜିଲ୍ଲା ଝାରବନ୍ଧ ପାକ୍ସର ଉମାକାନ୍ତ ପ୍ରଧାନ, ଡଭା ପାକ୍ସର ସହକାରୀ ସମ୍ପାଦକ ଗୋବିନ୍ଦ ସାହୁ, ସୋହେଲାର ରାଜେଶ ପ୍ରଧାନ, କଟାପାଲି (ବିପିଏଲ) ପାକ୍ସର ବିଦ୍ୟାଧର ପ୍ରଧାନ, ପାହାରଶ୍ରିଗିଡ଼ା ପାକ୍ସର ଶମ୍ଭୁ କ୍ଷେତ୍ରୀ, ନାରାୟଣ ପାକ୍ସର ସୁଦାମ ସାହୁ, ଭୁକ୍ତାର ହୃଷିକେଶ ପ୍ରଧାନ, ଚଢ଼େଇ ଗାଁ ପାକ୍ସର ଭାରପ୍ରାପ୍ତ ସମ୍ପାଦକ ଲିଙ୍ଗରାଜ ସାହୁ, କନ୍ଦପାଳ ପାକ୍ସର କ୍ଷୀରୋଦ ସାହୁ, ଚୁଡ଼ାପଲ୍ଲୀ ପ୍ରାଥମିକ କୃଷି ସମବାୟ ସମିତିର ଗୋପବନ୍ଧୁ ସାହୁ ।
ଲୋକାଲ ୱାୟାର
Leave a Reply