କଟକ, ଜାନୁଆରୀ ୧୩(ଲୋକାଲ ୱାୟାର): କଟକର ବିଡ଼ାନାସୀ ଥାନା ଅନ୍ତର୍ଗତ ଦେଉଳସାହିରେ ପୁଲିସ ପ୍ରାୟ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ସୁନାଖଳାର ସୁମନ୍ତ ମାଝି, କଟକ ଦେଉଳସାହିର ଦେବାଶିଷ ବିଶ୍ୱାଳ ଓ ବିଶ୍ୱରଞ୍ଜନ ସ୍ୱାଇଁ, କଟକ ଖ୍ରୀଷ୍ଟିଆନ୍ ସାହିର ସିରାଜ ପାତ୍ର ଏବଂ ଯୋବ୍ରା ମଲ୍ଲା ସାହିର ମନୋଜ ଦାସ ।
ଏମାନେ ଖୋର୍ଦ୍ଧା ଅଞ୍ଚଳରୁ ବ୍ରାଉନ ସୁଗର ଆଣି କଟକରେ ବିଭିନ୍ନ ଯୁବକଙ୍କୁ ନିୟମିତ ଯୋଗାଉଥିଲେ ।
ଲୋକାଲ ୱାୟାର
Leave a Reply