ଭୁବନେଶ୍ୱର, ଡିସେମ୍ବର ୨୯(ଲୋକାଲ ୱାୟାର): ଏକ ଘରୋଇ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଜିଏସଟି ଏବଂ ସେଣ୍ଟ୍ରାଲ ଏକ୍ସାଇଜ ଅଡିଟ କମିଶନରେଟର ତିନି ଜଣ ଅଧୀକ୍ଷକଙ୍କୁ ଗିରଫ କରାଯାଇଥିବା ସିବିଆଇ ପକ୍ଷରୁ କୁହାଯାଇଛି ।
ଗିରଫ ହୋଇଥିବା ତିନି ଜଣ ଅଧିକାରୀ ହେଲେ ଆର୍ତ୍ତଭଞ୍ଜନ କର, ପ୍ରଦୀପ କୁମାର ଆଚାର୍ଯ୍ୟ ଏବଂ ଏନ ଏନ ସାହୁ ।
ଏମାନଙ୍କ ସହ ଘରୋଇ ବିଶ୍ୱବିଦ୍ୟାଳୟର ଆକାଉଣ୍ଟାଣ୍ଟ ଅଫିସର ଆଶୁତୋଷ ପାଢ଼ୀଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଭୁବନେଶ୍ୱରର ରାମମନ୍ଦିର ନିକଟରେ ଥିବା ହୋଟେଲ ନୁ୍ୟ-ମାରିଅନରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର ଆକାଉଣ୍ଟାଣ୍ଟ ଶ୍ରୀ ପାଢ଼ୀ ଟଙ୍କା ଜିଏସଟି ଅଫିସର ଏ.ବି କରଙ୍କୁ ଦେଇଥିଲେ ।
ପରେ ଅନ୍ୟ ଦୁଇ ଅଧିକାରୀ ଟଙ୍କା ନେବାକୁ ମଧ୍ୟ ପହଞ୍ଚିଥିଲେ । ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ସିବିଆଇ ଅଫିସରମାନେ ସମସ୍ତଙ୍କୁ କାବୁ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ ।
ଅଧିକାରୀମାନଙ୍କ ଘରେ ଚଢ଼ାଉ ଜାରି ଥିବା ସିବିଆଇ ପକ୍ଷରୁ କୁହାଯାଇଛି ।
ଲୋକାଲ ୱାୟାର
Leave a Reply