ଭୁବନେଶ୍ୱର, ଡିସେମ୍ବର ୯(ଲୋକାଲ ୱାୟାର): ପ୍ରଥମ ଥର ଅଭିନେତାରୁ ପ୍ରଯୋଜକ ସାଜି ନିଦେ୍ର୍ଦଶନାରେ ପାଦ ରଖିଥିବା ଓଲିଉଡ ଅଭିନେତା ସ୍ୱରାଜଙ୍କ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଫ୍ରସ୍-୨’ ଆସନ୍ତା ୧୧ତାରିଖରେ ରିଲିଜ୍ ହେବ ।
ପ୍ରଥମାଷ୍ଟମୀରେ ନିଜ ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ରର ଟ୍ରେଲର୍ ରିଲିଜ୍ କରି ଏହି ସୂଚନା ଦେଇଛନ୍ତି ସ୍ୱରାଜ ।
୧ମିନିଟ୍ ୧୩ସେକେଣ୍ଡ୍ ଅବଧିର ଏହି ଟ୍ରେଲରରୁ ଗୋଟିଏ ଦିନ ମଧ୍ୟରେ ସଂଖ୍ୟାଧିକ ଦର୍ଶକ ଦେଖିବା ସହ ଲାଇକ୍ ଓ କମେଣ୍ଟସ୍ ଦେବାକୁ ପଛେଇ ନାହାନ୍ତି ।
ସ୍ୱରାଜ ମଧ୍ୟ କହିଛନ୍ତି, ଦେଖନ୍ତୁ ଭଲ ହୋଇଛି କି ଖରାପ ମତାମତ ଦିଅନ୍ତୁ । ଉଭୟ ତାଳି ଓ ଗାଳି ସହିବାକୁ ମୁଁ ପ୍ରସ୍ତୁତ ।
ଟ୍ରେଲରଟି ସ୍ୱରାଜଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ଓ କୁହୁ ସିନ ଫ୍ଲିକ୍ସ ଚ୍ୟାନେଲରେ ରିଲିଜ୍ ହୋଇଛି ।
କୁହୁ ସିନେ ଫ୍ଲିକ୍ସ ବ୍ୟାନରରେ ସ୍ୱରାଜ ବାରିକ ଫିଲ୍ମସ୍ ଦ୍ୱାରା ନିର୍ମିତ ଏ ଚିତ୍ରର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଏବଂ ନିଦେ୍ର୍ଦଶନା ଦେଇଛନ୍ତି ନିଜେ ସ୍ୱରାଜ ।
ଟ୍ରେଲରରୁ ଯେତିକି ଜଣାପଡ଼ିଛି, କାହାଣୀଟି ସାଙ୍ଗମାନଙ୍କୁ ନେଇ ଗତିଶୀଳ । ସେମାନଙ୍କ ସମସ୍ୟା ଓ ମାନସିକ ଯନ୍ତ୍ରଣାରେ ରହି ଆତ୍ମହତ୍ୟା କରୁଥିବାର କଥାକୁ ଚିତ୍ରିତ କରାଯାଇଛି ।
ଲୋକାଲ ୱାୟାର
Leave a Reply