ଭୁବନେଶ୍ୱର, ଜାନୁଆରୀ ୮(ଲୋକାଲ ୱାୟାର): ଖଣ୍ଡଗିରି ଠାରେ ଯାତ୍ରା ମାଲିକ ସଂଘର ବୈଠକ ହୋଇଯାଇଛି ।
ପବିତ୍ର ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ନିଷ୍ପତି ନିଆଯାଇଥିଲା ।
ମିଳିଥିବା ସୂଚନା ମୁତାବକ ସେଥିରେ ଯେଉଁ ବିଷୟରେ ଆଲୋଚନା ହୋଇଥିଲା, ସେଗୁଡ଼ିକ ହେଲା ୨୦୨୧-୨୨ ଯାତ୍ରା ବର୍ଷରେ କଳାକାରମାନଙ୍କ ବାର୍ଷିକ ଦରମା ଦେଢ଼ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ସ୍ଥିର କରାଯାଇଥିଲା ।
ପ୍ରତ୍ୟେକ କଳାକାର ଓ କର୍ମଚାରୀମାନଙ୍କୁ ୨ମାସର ଦରମା ଆଡଭାନ୍ସ ଆକାରରେ ମେ ମାସରୁ ଜୁନ୍ ମାସ ମଧ୍ୟରେ ଦିଆଯିବ ।
କଳାକାର ଓ କର୍ମଚାରୀମାନେ ୨୦୨୧-୨୨ ପାଇଁ ଯେଉଁ ପାର୍ଟିରୁ ଆଡଭାନ୍ସ ଆଣିଥିଲେ ସେମାନେ ସେହି ପାର୍ଟିରେ ରହିବେ ।
ଯେଉଁମାନେ ୨୦୧୯-୨୦ ଯାତ୍ରା ବର୍ଷରେ ଯେଉଁ ପାର୍ଟିରେ ଥିଲେ ସେହି ଯାତ୍ରା ପାର୍ଟିରେ ୨୦୨୧-୨୨ ବର୍ଷରେ ଅବଶିଷ୍ଟ ସମୟ କାର୍ଯ୍ୟ କରିବେ ।
ଆସନ୍ତା ୧୨ତାରିଖ ମଧ୍ୟରେ ନିଜ ବ୍ୟବହାରରେ ସୁଧାର ଆଣି ନିଜ ନିଜ ପାର୍ଟିରେ ପହଞ୍ଚି କାର୍ଯ୍ୟ କରିବେ ।
ଏହି ନିଷ୍ପତ୍ତିକୁ ଯେଉଁ ମାଲିକମାନେ ଅବମାନନା କରିବେ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ । ଏପରିକି ଯଦି କଳାକାର ଓ କର୍ମଚାରୀମାନେ ମାଲିକଙ୍କୁ ଅସମ୍ମାନ କରନ୍ତି, ତାଙ୍କ ପ୍ରତି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଲୋକାଲ ୱାୟାର
Leave a Reply