ଭୁବନେଶ୍ୱର, ଡିସେମ୍ବର ୧୦(ଲୋକାଲ ୱାୟାର): ଏକ ବର୍ଷ ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାର କରି ପିଲାଟିର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ଭୁବନେଶ୍ୱର ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ।
ଏକ ବର୍ଷର ଶିଶୁର ଅୟାଂଶ କୁମାର ରାଉତର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ଥିବା ବେଳେ ଶିଶୁଟି ଗୋଟିଏ ଖୋଲା ସେଫ୍ଟିପିନ୍ ଗିଳି ଦେଇଥିଲା ।
ଏ ବିଷୟରେ ଅବଗତ ନ ଥିବା ତା’ର ପରିବାର ଲୋକେ ତାକୁ ଜୋର ଜବରଦସ୍ତ ଖାଦ୍ୟ ମଧ୍ୟ ଖୁଆଇଥିଲେ ।
ତେବେ ଯେତେବେଳେ ପିଲାଟିର କାଶ ଆରମ୍ଭ ହେଲା ଓ ସେ କାନ୍ଦିବାରେ ଲାଗିଲା ସେତେବେଳେ ବ୍ୟସ୍ତ ହୋଇ ତା’ ଅଭିଭାବକ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ ।
ଏକ୍ସରେ କରିବା ପରେ ତା’ର ଖାଦ୍ୟନଳୀରେ ଖୋଲା ସେଫ୍ଟିପିନ୍ଟି ଅଟକିଥିବାର ଜଣାପଡ଼ିଥିଲା । ଏହା ପରେ ତୁରନ୍ତ ତାକୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି କରାଯାଇଥିଲା ।
ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନଟି ଆଣ୍ଡ ସ୍କଲବେସ୍ ସର୍ଜରୀ ମୁଖ୍ୟ ଡଃ ରାଧାମାଧବ ସାହୁ ତରୁନ୍ତ ଶିଶୁଟିର ପରୀକ୍ଷା କରିବା ସହ କାଳବିଳମ୍ବ ନ କରି ମିନିମାଲ୍ ଇନଭୋସିଭ୍ ସର୍ଜରୀ ପ୍ରକ୍ରିୟାରେ ସେଫ୍ଟିପିନଟିକୁ କାଢ଼ିବାରେ ସଫଳ ହୋଇଥିଲେ ।
ଦୁଇ ଦିନ ଅବଜରଭେସନରେ ରଖିବା ପରେ ଶିଶୁଟିକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।
ଲୋକାଲ ୱାୟାର
Leave a Reply