ଭୁବନେଶ୍ୱର, ଡିସେମ୍ବର ୨୯(ଲୋକାଲ ୱାୟାର): ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ସ୍ତରରେ ଅଦଳବଦଳ କରି ୧୩ ଜଣ ଅଫିସରଙ୍କୁ ନୂତନ ସ୍ଥାନରେ ନିଯୁକ୍ତି ଦେଇଛନ୍ତି ।
ରାଜସ୍ୱ ବିଭାଗର ବିଜ୍ଞପ୍ତି ଅନୁସାରେ, ସୂର୍ଯ୍ୟାଂଶୁ ରୁଟଙ୍କୁ ସୁବର୍ଣ୍ଣପୁର ମୁ୍ୟନିସିପାଲିଟିର ନିର୍ବାହୀ ଅଧିକାରୀ, ନବକିଶୋର ପାଢ଼ୀଙ୍କୁ ସୁବର୍ଣ୍ଣପୁର ତହସିଲଦାର, ରାଜକିଶୋର ଜେନାଙ୍କୁ ବୁଗୁଡ଼ା ତହସିଲଦାର, ବିଶ୍ୱମ୍ବର ରଥଙ୍କୁ ଛତ୍ରପୁର ଡେପୁଟି କଲେକ୍ଟର, ଅନାଦି ଚନ୍ଦ୍ର ସାହୁଙ୍କୁ ତରଭା ତହସିଲଦାର, ସଂଜୀବ କୁମାର ମେହେରଙ୍କୁ ଖପ୍ରାଖୋଲ ତହସିଲଦାର, ଭାସ୍କର ସାହୁଙ୍କୁ ଗୁମ୍ମା ତହସିଲଦାର, ଅନନ୍ତ କୁମାର ହାଁସଦା ମୋରଡ଼ା ତହସିଲଦାର, ନାରାୟଣ ମିଶ୍ରଙ୍କୁ ଗୁଣୁପୁର ତହସିଲଦାର, ଲଳିତ ମଣ୍ଡଳଙ୍କୁ ମାଲକାନଗିରି ଡେପୁଟି କଲେକ୍ଟର, ସ୍ନିଗ୍ଧାଛାୟା ମହାପାତ୍ରଙ୍କୁ ଢେଙ୍କାନାଳ ଡେପୁଟି କଲେକ୍ଟର, ରାଜେନ୍ଦ୍ର ମାଝୀଙ୍କୁ ରାୟଗଡ଼ା ବିଡିଓ ଭାବେ, କୁମୁଦିନି ସୁବୁଦ୍ଧିଙ୍କୁ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି ।
ଲୋକାଲ ୱାୟାର
Leave a Reply