ଭୁବନେଶ୍ୱର, ଡିସେମ୍ବର ୭ (ଲୋକାଲ ୱାୟାର) : ଓଡ଼ିଶାରେ ଶୀତ ବଢୁଥିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ପ୍ରଚଣ୍ଡ ଜାଡ଼ ଅନୁଭୂତ ହେଉଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୧୨ଟି ସହରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ତଳକୁ ଖସିଥିବା ବେଳେ ଫୁଲବାଣୀରେ ସବୁଠାରୁ କମ୍ ୮.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି ।
ସର୍ବନିମ୍ନ ୧୪ ଡିଗ୍ରୀ ସେଲସିୟସ ତଳେ ଥିବା ୧୨ ସହର ହେଲା, ସୋନପୁର (୮.୮), ଦାରିଙ୍ଗିବାଡ଼ି (୯), ଅନୁଗୁଳ (୧୦.୬), କୋରାପୁଟ (୧୦.୬), ଭବାନୀପାଟଣା (୧୧.୬), ସୁନ୍ଦରଗଡ଼ (୧୩), ମାଲକାନଗିରି (୧୩), ବୌଦ୍ଧ (୧୩), ତାଳଚେର (୧୩.୩), ଝାରସୁଗୁଡ଼ା, (୧୩.୪) ଏବଂ ବଲାଙ୍ଗୀରରେ (୧୩.୫) ।
ତେବେ ଭୁବନେଶ୍ୱରରେ ତାପମାତ୍ରା ୧୭.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ କଟକରେ ୧୬.୪ ଡିଗ୍ରୀ ଅଛି ।
ଅନ୍ୟପଟେ ଚାନ୍ଦବାଲି ଏବଂ ରାୟଗଡ଼ାରେ ଅତିଘନ କୁହୁଡ଼ି ହୋଇଥିବା ବେଳେ ଦୃଶ୍ୟମାନ ଦୂରତା ୪୦ ମିଟର ରହିଥିଲା ।
ସେହିଭଳି ପାରାଦୀପ, ସୋନପୁର ଏବଂ ବୌଦ୍ଧରେ ମଧ୍ୟ ଘନକୁହୁଡି ରହିଥିଲା । ପାରାଦୀପଠାରେ ଦୃଶ୍ୟମାନ ଦୂରତା ୫୦ ମିଟର ଥିବାବେଳେ ସୋନପୁର ଏବଂ ବୌଦ୍ଧ ଠାରେ ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଥିଲା ।
ଭୁବନେଶ୍ୱର, କଟକ, କୋରାପୁଟ ଏବଂ ନୟାଗଡ଼ରେ ହାଲୁକା କୁହୁଡି ରହିଥିଲା ।
ଲୋକାଲ ୱାୟାର
Leave a Reply