ଭୁବନେଶ୍ୱର, ଅକ୍ଟୋବର ୧୦ (ଲୋକାଲ ୱାୟାର) : ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ଯୁକ୍ତ ତିନି କଲେଜରେ ନାମଲେଖା ଅବଧିକୁ ପୁନର୍ବାର ୧୭ ତାରିଖ ଯାଏ ବୃଦ୍ଧି କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ +୩ ପ୍ରଥମ ବର୍ଷ ପାଇଁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇପାରିବେ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବୃଦ୍ଧି କରାଯାଇଛି ।
ସୋମବାର ପରିବର୍ତ୍ତିତ ନାମଲେଖା ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
ଲୋକାଲ ୱାୟାର
Leave a Reply