ପୁରୀ, ସେପ୍ଟେମ୍ବର ୨୩(ଲୋକାଲ ୱାୟାର): ଶ୍ରୀମନ୍ଦିରର ତିନୋଟି ଦ୍ୱାରକୁ ୧୯୨୦ କିଲୋଗ୍ରାମ ରୁପାରେ ନୂଆ ଚେହେରା ଦେବାକୁ ପ୍ରକ୍ରିୟା ବୁଧବାର ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।

ରାଜ୍ୟ ବାହାରର ଦାତା ଦେଉଥିବା ଏହି ରୁପାକୁ କିଭଳି ଭାବେ ତିନି ଦ୍ୱାରରେ ଲଗାଯିବ ସେ ସମ୍ପର୍କରେ ଏକ ବୈଷୟିକ କମିଟି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି ।

ଶ୍ରୀମନ୍ଦିର ସିଂହଦ୍ୱାର, ଜୟବିଜୟ, କଳାହାଟ ଦ୍ୱାରକୁ ନୂଆ ରୂପ ଦିଆଯିବ । ପ୍ରତି ଦ୍ୱାରରେ ୬୪୦ କିଲୋ ରୁପାରେ ୧୪ରୁ ୧୮ ଗଜ୍ ମୋଟେଇର ଚାଦର ଲାଗିବ ।

ବୈଷୟିକ କମିଟି ସହ ରୁପା ଦାନ କରୁଥିବା ବ୍ୟକ୍ତି ମଧ୍ୟ ଆଲୋଚନା କରିଛନ୍ତି । ପରେ ଏହି ଟିମ୍ ଭୁବନେଶ୍ୱରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଲୋକାଲ ୱାୟାର