• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
୧୯୯୯ ମହାବାତ୍ୟା ପରେ ଜଗତସିଂହପୁର ଜିଲ୍ଲା ପାଇଁ ଅଟଳଜୀଙ୍କ ଅବଦାନ ଚିରସ୍ମରଣୀୟ

୧୯୯୯ ମହାବାତ୍ୟା ପରେ ଜଗତସିଂହପୁର ଜିଲ୍ଲା ପାଇଁ ଅଟଳଜୀଙ୍କ ଅବଦାନ ଚିରସ୍ମରଣୀୟ

December 25, 2020 By LocalWire Leave a Comment

ଜଗତସିଂହପୁର, ଡିସେମ୍ବର ୨୫ (ଲୋକାଲ ୱାୟାର) – ୧୯୯୯ ମହାବାତ୍ୟା ପରେ ଜଗତସିଂହପୁର ଜିଲ୍ଲା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଚିରସ୍ମରଣୀୟ ବୋଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଶୁକ୍ରବାର ଜଗତସିଂହପୁରର ଏରସମା ବ୍ଲକ ଅନ୍ତର୍ଗତ ଜପା ଠାରେ ଅଟଳଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ କହିଛନ୍ତି ।

ସେ କହିଛନ୍ତି, ମହାବାତ୍ୟା ସମୟରେ ଧ୍ୱସ୍ତବିଧ୍ୱସ୍ତ ଓଡ଼ିଶାର ପୁନଃନିର୍ମାଣ ପାଇଁ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ଅଟଳଜୀ ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କାଳଜୟୀ ବାକ୍ୟ କହିଥିଲେ । ଏହା ହିଁ ଅଟଳଜୀଙ୍କ ସୁଶାସନ ଏବଂ ଓଡ଼ିଶା ପ୍ରତି ଦାୟିତ୍ୱର ପରିଚୟ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଭାରତରତ୍ନ ଅଟଳବିହାରି ସ୍ମୃତି ପରିଷଦ ପକ୍ଷରୁ ଦେଶର ପ୍ରଭାବଶାଳୀ ନେତୃତ୍ୱ, ଜନନାୟକ ଅଟଳଜୀଙ୍କ ପ୍ରତିମୂର୍ତି ଜଗତସିଂହପୁର ଜିଲ୍ଲାରେ ପ୍ରତିଷ୍ଠା ହେବା ସମସ୍ତ ଓଡିଆଙ୍କ ପାଇଁ ବଡ଼ ଉପଲବ୍ଧି ।

ଏଥିପାଇଁ ଶ୍ରୀ ପ୍ରଧାନ ପରିଷଦର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି ।

୧୯୯୯ ମସିହା ମହାବାତ୍ୟା ସମୟରେ ଅଟଳଜୀ ଓଡିଶା ସରକାରଙ୍କୁ ଇନ୍ଦିରା ଆବାସରେ ଘର ଓ ବିଭିନ୍ନ ଆର୍ଥିକ ସହାୟତା ଓ ରିଲିଫ ପ୍ରଦାନ ସ୍ୱରୂପ ପ୍ରାୟ ୯୬୦ କୋଟି ଟଙ୍କା ପ୍ରଦାନ କରିଥିଲେ ।

ଅଟଳଜୀଙ୍କ ପ୍ରତିଟି ଶବ୍ଦ ୨୦୧୪ ମସିହାରୁ ମୋଦି ସରକାରଙ୍କ ମାର୍ଗଦର୍ଶକ । ସେ ସମୟରେ ଦେଶରେ ଏକ ବଡ଼ ପୁଞ୍ଜିନିବେଶ ପାରାଦୀପ ତୈଳ ବିଶୋଧନାଗାର ଅଟଳଜୀଙ୍କର ହିଁ ଓଡ଼ିଶା ପାଇଁ ଅବଦା ।

ଆଜି ଅଟଳଜୀଙ୍କ ଏହି ବଡ଼ ସ୍ୱପ୍ନ ମୋଦି ସରକାରରେ ଓଡ଼ିଶା ଆର୍ଥିକ ବିକାଶର ମାନଚିତ୍ରରେ ବଡ଼ ଭୂମିକା ନେବାକୁ ଯାଉଛି ।

ପୂର୍ବତଟ ରେଳପଥର ପ୍ରତିଷ୍ଠା ଏବଂ ପାରାଦ୍ୱୀପ-ହରିଦାସପୁର ରେଳପଥ ଯାହା ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାକୁ ଯୋଗାଯୋଗ କରୁଛି ତାହା ଅଟଳଜୀଙ୍କର ମାନସ ସନ୍ତାନ ।

ଅଟଳଜୀଙ୍କ ଦ୍ୱାରା ନିର୍ମିତ ସ୍ୱର୍ଣ୍ଣ ଚତୁର୍ଭୁଜ ବିଭିନ୍ନ ସହରକୁ ମଧ୍ୟ ସଂଯୋଗ କରି ଦେଶର ସର୍ବବୃହତ ତଥା ବିଶ୍ୱର ପଂଚମ ବୃହତ ରାଜପଥର ପ୍ରକଳ୍ପ ଭାବେ ସ୍ଥାନିତ ହୋଇଛି ।

ବାଜପେୟୀ ସରକାର ପୂର୍ବରୁ ଓଡ଼ିଶାରେ କେବଳ ୧୬୮୧ କିମିର ଜାତୀୟ ରାଜପଥ ଥିଲା ।

ଅଟଳଜୀଙ୍କ ନେତୃତ୍ୱରେ ଏନଡ଼ିଏର ପ୍ରଥମ ୫ ବର୍ଷ ମଧ୍ୟରେ ଓଡ଼ିଶା ଅତିରିକ୍ତ ୧୬୦୦ କିମି ଜାତୀୟ ରାଜପଥ ପାଇଥିଲା ।

ୟୁପିଏ ସରକାରର ୧୦ ବର୍ଷରେ ଓଡ଼ିଶାକୁ ୧୩୫୮ କିମିର ଜାତୀୟ ରାଜପଥ ସଂଯୋଗ କରାଯାଇଥିଲା ଏବଂ ସର୍ବମୋଟ ଜାତୀୟ ରାଜପଥ ୪୬୫୦ କିମିରୁ କମ୍ ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି ଅବସରେ ବାଜପେୟୀଙ୍କ ଜନ୍ମଜୟନ୍ତୀ ତଥା ତାଙ୍କ ସ୍ମୃତି ଉଦ୍ଦେଶ୍ଯରେ ଏକସସ୍ମରଣିକା “ଅଟଳ ଜ୍ୟୋତି”କୁ ଦଳୀୟ ସଦସ୍ୟଙ୍କ ସହ ଶ୍ରୀ ପ୍ରଧାନ ଉନ୍ମୋଚନ କରିଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire