ଭୁବନେଶ୍ୱର, ଜାନୁଆରୀ ୧୪(ଲୋକାଲ ୱାୟାର): ରାଜ୍ୟ ସରକାର ୨୦୩୦ ସୁଦ୍ଧା ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।
ଏଥିପାଇଁ ଗ୍ରାମୀଣସ୍ତରରେ ପ୍ରୟାସ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୧୪ ଗାଁ ବାଲ୍ୟ ବିବାହମୁକ୍ତ ହୋଇଥିବା ବେଳେ ବେଳେ ଆଗକୁ ସବୁ ପଞ୍ଚାୟତର ସବୁ ଗାଁକୁ ଏଥିରେ ସାମିଲ କରାଯିବ ।
ସରକାରଙ୍କ ଏହି ଆଭିମୁଖ୍ୟକୁ ଆଉ ପାଦେ ଆଗକୁ ନେବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଆର୍ଥିକ ପ୍ରୋତ୍ସାହନ ରାଶି ଦେବାର ଘୋଷଣା କରିଛନ୍ତି ।
ଆନ୍ତର୍ଜାତିକ ବାଳିକା ଦିବସ ଅବସରରେ ଏଭଳି ଗାଁଗୁଡ଼ିକୁ ଜିଲ୍ଲା ପ୍ରଶାସନ ସାହାଯ୍ୟରେ ଚୟନ କରାଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା କରାଯାଉଛି ।
କେବଳ ସେତିକି ନୁହେଁ ବାଲ୍ୟ ବିବାହ ନିରୋଧ ଯୋଦ୍ଧା ଭାବେ ବିଭିନ୍ନ ଅଙ୍ଗନବାଡ଼ି ଦିଦି, ଡିସିପିଓ ଓ ଶିକ୍ଷକମାନଙ୍କୁ ବଛାଯାଇ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ ।
ଲୋକାଲ ୱାୟାର
Leave a Reply