ପୁରୀ,ଡିସେମ୍ବର ୨୧(ଲୋକାଲ ୱାୟାର): ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲୁଥିବା ବେଳେ ସେବାୟତ, ପୁରୀ ବାସୀ ଏବଂ ଅନ୍ୟ ଦର୍ଶନାର୍ଥୀଙ୍କ ସକାଶେ ଠାକୁର ଦର୍ଶନର ସ୍ୱତନ୍ତ୍ର ଗାଇଡଲାଇନ ସୋମବାର ଶ୍ରୀମନ୍ଦିର ପ୍ରଶାସନ ଘୋଷଣା କରିଛି ।
ଗାଇଡଲାଇନ ଅନୁସାରେ, ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟ ସେମାନଙ୍କ ସ୍ୱାସ୍ଥ୍ୟବୀମା କାର୍ଡ ଦେଖାଇ ଦର୍ଶନର ସୁଯୋଗ ପାଇବେ ।
୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ପୁରୀ ସହରର ପାଞ୍ଚଟି ୱାର୍ଡର ଲୋକ ଟୋକନ ଏବଂ କୋଭିଡ ନେଗେଟିଭ୍ ପ୍ରମାଣପତ୍ର, ଆଧାରକାର୍ଡ଼ କିମ୍ବା ଅନ୍ୟାନ୍ୟ ପରିଚୟ ପତ୍ର ଦେଖାଇ ଦର୍ଶନ ସୁଯୋଗ ପାଇବେ ।
ଶୀଘ୍ର ପୁରୀ ସହରରେ ଲୋକଙ୍କୁ ପ୍ରଶାସନ ପକ୍ଷରୁ ଏଥିପାଇଁ ଟୋକନ ବଣ୍ଟାଯିବ ।
ତେବେ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ୬୫ ବର୍ଷରୁ ଅଧିକ ଏବଂ ଦଶ ବର୍ଷରୁ କମ ବୟସ୍କ ଭକ୍ତଙ୍କୁ ଦର୍ଶନ ପାଇଁ ନଯିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ଲୋକାଲ ୱାୟାର
Leave a Reply