ଭୁବନେଶ୍ୱର, ଡିସେମ୍ବର ୧୦(ଲୋକାଲ ୱାୟାର): ରାଜ୍ୟରେ ୫୮୮ କୋଟି ଟଙ୍କା ନିବେଶରେ ନିର୍ମାଣାଧୀନ ୨୮ଟି ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ଗୁରୁବାର ଲୋକସେବା ଭବନରେ ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ ଏବଂ ନୋଡାଲ୍ ବିଭାଗ ଦ୍ୱାରା ଆସିଥିବା ୧୨ଟି ଏବଂ ଜିଲ୍ଲାସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ ଦ୍ୱାରା ଆସିଥିବା ୧୫ଟି ପ୍ରକଳ୍ପ ପାଇଁ ଜମି ବଣ୍ଟନ କରାଯାଇଥିଲା ।
ଏସବୁ ପ୍ରକଳ୍ପରେ ୩୨୪୫ ଜଣଙ୍କୁ ନିଯୁକ୍ତି ମିଳିପାରିବ । ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମୁଖ୍ୟ ସଚିବ ବୈଠକରେ ନିଦେ୍ର୍ଦଶ ଦେଇଥିଲେ ।
Leave a Reply