ଭୁବନେଶ୍ୱର, ଏପ୍ରିଲ ୨୬ (ଲୋକାଲ ୱାୟାର) : କରୋନା ସଂକ୍ରମଣ ରୋକିବା ପାଇଁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଲାଗୁ କରାଯାଇଥିବା ୬୦ ଘଣ୍ଟିଆ ସଟ୍ ଡାଉନ୍ ଆଜି ସକାଳ ୧୦ଟାରେ ଉଠାଇ ଦିଆଯାଇଛି।
ହେଲେ ପୂର୍ବପରି ଏହି ଜିଲ୍ଲାଗୁଡ଼ିକରେ ଲକ୍ ଡାଉନ୍ ନିୟମ ବଳବତ୍ତର ରହିବ ।
ସଟ୍ ଡାଉନ୍ ହଟିବା ପରେ ପୁଲିସ ଓ ପ୍ରଶାସନକୁ ସହଯୋଗ କରିଥିବାରୁ ୩ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି ଅଭୟ।
ଏହା ସହ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ଡିଜିପି ।
ଜିଲ୍ଲାବାସୀଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଡିଜିପି ନିବେଦନ କରିଛନ୍ତି ।
ସୂଚନା ଅନୁସାରେ, ଏହି ୩ଟି ଜିଲ୍ଲାରେ ଅଧିକ କରୋନା ପଜିଟିଭ ଚିହ୍ନଟ ହେବା ସହ ପଶ୍ଚିମବଙ୍ଗ ଲିଙ୍କ୍ ମିଳିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ୍ ୨୩ ତାରିଖ ରାତି ୧୦ ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା ।
ଲୋକାଲ ୱାୟାର
Leave a Reply