ଭୁବନେଶ୍ୱର, ଏପ୍ରିଲ ୨୩ (ଲୋକାଲ ୱାୟାର) : ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ୫ଟି ସଚିବ ଭି. କେ ପାଣ୍ଡିଆନ ଗୁରୁବାର ଦିନ ରାଜ୍ୟର ତିନୋଟି ଜିଲ୍ଲା ଗସ୍ତ କରି ପ୍ରସ୍ତୁତ ହେଉଥିବା କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି ।
ପ୍ରଥମେ କୋରାପୁଟ ଜିଲ୍ଲା ଗସ୍ତ କରି ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ସ୍ଥିତି ପରଖିଥିଲେ । ଏହି ହସ୍ପିଟାଲରେ ୪ଟି ଆଇସିୟୁ ରହିଛି ।
ରୋଗୀଙ୍କୁ କିଭଳି ସୁବିଧା ମିଳିବ ଓ କୋଭିଡ୍ ଟିମ୍ କିଭଳି ପ୍ରସ୍ତୁତ ରହିଛି ତାହାର ଅନୁଧ୍ୟାନ କରିଛନ୍ତି ସଚିବ ।
ଏହି ସମୟରେ ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହାପରେ ଉଭୟ ମାଲକାନଗିରି ଗସ୍ତ କରି କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ । ଏହା ସହ ବାହାର ରାଜ୍ୟରୁ ଫେରିବାକୁ ଥିବା ଶ୍ରମିକଙ୍କୁ କିଭଳି କ୍ୱାରେଣ୍ଟାଇନ୍ରେ ରଖାଯିବ ସେ ନେଇ ଆଲୋଚନା କରିଥିଲେ ।
ଏହାପରେ ନବରଙ୍ଗପୁର ଠାରେ କୋଭିଡ୍-୧୯ ହସ୍ପିଟାଲ ବୁଲି ଦେଖିଥିଲେ ।
ଲୋକାଲ ୱାୟାର
Leave a Reply