ମାଲକାନଗିରି, ଅକ୍ଟୋବର ୫(ଲୋକାଲ ୱାୟାର): ମାଲକାନଗିରି ଜିଲ୍ଲାର ସର୍ଗିଗୁଡ଼ା ଅଞ୍ଚଳରେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ସ୍ଥାନୀୟ ଅବକାରୀ ଅଧୀକ୍ଷକ ଅଶୋକ ସେଠ୍ ।
ଏକ ବୋଲେରୋରେ ଚାଲାଣ କରିବାକୁ ଗଞ୍ଜେଇ ଲୋଡ୍ ହେଉଥିବା ସୂଚନା ପାଇ ଅବକାରୀ ବିଭାଗ କର୍ମଚାରୀମାନେ ଉକ୍ତ ଗ୍ରାମରେ ପହଞ୍ଚିଥିଲେ ।
କର୍ମଚାରୀମାନେ ବୋଲେରୋ ସହ ଗଞ୍ଜେଇ ଜବତ କରିଥିଲେ । ସେଠାରୁ ଦଲପତିଗୁଡ଼ା ଗ୍ରାମର ପଦ୍ମନ ପ୍ରଧାନୀ, ପଦ୍ମନ ହୋରିଜନ ଏବଂ ସର୍ଗିଗୁଡ଼ା ଗ୍ରାମର ମୁୟା କୱାସିକୁ ଗିରଫ କରାଯାଇଥିଲା ।
ତେବେ ଉକ୍ତ ଅଞ୍ଚଳରୁ ବାହାର ରାଜ୍ୟକୁ ନିୟମିତ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମାଫିଆ କାଚିଲି ଗ୍ରାମର ଉଙ୍ଗା ମାଢ଼ୀ ଓ ଜିଲେଗୁଡ଼ା ଗ୍ରାମର ନରସିଂ ମାଢ଼ୀ ଫେରାର ହୋଇ ଯାଇଥିବା କହିଛନ୍ତି ଶ୍ରୀ ସେଠ୍ ।
ଲୋକାଲ ୱାୟାର
Leave a Reply