ଭୁବନେଶ୍ୱର, ଅଗଷ୍ଟ ୩(ଲୋକାଲ ୱାୟାର): ରାଜ୍ୟରେ କରୋନା କଟକଣା କୋହଳ ହୋଇଥିବା ବେଳେ ଏବେ ବ୍ୟାଙ୍କ ଗୁଡ଼ିକ ୫୦% କର୍ମର୍ଚାରୀଙ୍କୁ ନେଇ କାର୍ଯ୍ୟ କରିବେ ଏବଂ ହୋଟେଲରେ ଗ୍ରାହକମାନେ ବସି ଖାଇବା ମନା ବୋଲି ରାଜ୍ୟ ସରକାର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ସରକାରଙ୍କ ନିଦେ୍ର୍ଦର୍ଶ ଅନୁସାରେ, ରାଜ୍ୟର ସମସ୍ତ ବୃହତ ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ୫୦% କର୍ମଚାରୀଙ୍କୁ ନେଇ କାମ କରିବେ ।
ତେବେ ଯେଉଁ ବ୍ୟାଙ୍କ ଗୁଡ଼ିକରେ କର୍ମଚାରୀଙ୍କ ସଂଖ୍ୟା ୫ କିମ୍ବା ତା’ଠାରୁ କମ୍ ଥିବ ସେଠାରେ ସମସ୍ତ କର୍ମଚାରୀ ଅଫିସ ଆସିପାରିବେ ।
କିନ୍ତୁ କରୋନା କଟକଣା ଅନୁସାରେ ବ୍ୟାଙ୍କରେ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ନିଦେ୍ର୍ଦଶରେ କୁହାଯାଇଛି ।
ସମସ୍ତଙ୍କ ପାଇଁ ମାସ୍କ ଓ ହ୍ୟାଣ୍ଡ ସାନିିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ । ଏହାକୁ ଜିଲ୍ଲା ପ୍ରଶାସନ ତଦାରଖ କରିବ ।
ଅପରପକ୍ଷରେ ହୋଟେଲ ଗୁଡ଼ିକ ପାଇଁ ମଧ୍ୟ ସ୍ୱତନ୍ତ୍ର ନିଦେ୍ର୍ଦଶନାମା ଜାରି କରାଯାଇଛି । ହୋଟେଲରେ ରୁମ୍ ଭଡ଼ା ନେଇ ରହିଥିବା ଅତିଥିମାନଙ୍କୁ ରେଷ୍ଟୁରାଣ୍ଟର ସୁବିଧା ମିଳିବ ।
କିନ୍ତୁ ଅନ୍ୟମାନେ ହୋଟେଲରେ ବସି ଖାଇବା ଉପରେ କଟକଣା କରାଯାଇଛି । ତେବେ ପାର୍ସଲ ଜରିଆରେ ସେମାନେ ଖାଦ୍ୟ ପ୍ୟାକେଟ ନେଇପାରିବେ ।
ସେହିପରି ରାଜପଥ ପାର୍ଶ୍ୱ ଢାବା ଗୁଡ଼ିକରୁ ଗ୍ରାହକମାନେ କେବଳ ପାର୍ସଲରେ ଖାଦ୍ୟ ନେବାକୁ ଅନୁମତି ଦିଆଯାଇଛି ।
ଲୋକାଲ ୱାୟାର
Leave a Reply