ଭୁବନେଶ୍ୱର, ଡିସେମ୍ବର ୨୩(ଲୋକାଲ ୱାୟାର): ଟାଟା ପାୱାର ୫୧% ଅଂଶଧନ ସହ ରାଜ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ୍ ଓଡ଼ିଶା (ସେସୁ)ର ପରିଚାଳନା ଅଧିଗ୍ରହଣ କରିବ ବୋଲି ଟାଟା ଗ୍ରୁପ୍ କମ୍ପାନିକୁ ଲେଟର୍ ଅଫ୍ ଇଣ୍ଟେଣ୍ଟ (ଏଲଓଆଇ) ମିଳିଥିବା ଜଣେ ବରିଷ୍ଠ ଅଧକାରୀ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ୨୫ ବର୍ଷ ପାଇଁ ଟାଟା ପାୱାରକୁ ସେସୁର ବିତରଣ ଲାଇସେନ୍ସ ପ୍ରଦାନ କରାଯାଇଛି ।
ଏକ ସ୍ପେସାଲ ପର୍ପୋଜ ଭେଇକିଲ୍ (ଏସପିଭି) ଗଠନ କରାଯାଇ ସେସୁକୁ ବିକ୍ରି କରାଯିବ । ପ୍ରସ୍ତାବିତ ଏସପିଭିରେ ରାଜ୍ୟ ସରକାରଙ୍କର ୪୯% ଅଂଶଧନ ରହିବ ।
ଉଲ୍ଲେଖଯୋଗ୍ୟ, ସେସୁ ଏବେ ଓଡ଼ିଶାର ୩୦,୦୦୦ ବର୍ଗ କିଲୋମିଟର ଅଞ୍ଚଳରେ ୨୫ ଲକ୍ଷ ଉପଭୋକ୍ତାଙ୍କ ଜରିଆରେ ୧.୪ କୋଟି ଲୋକଙ୍କୁ ବିଜୁଳି ଯୋଗାଉଛି ।
ସେସୁର ହାରାହାରି ବିଜୁଳି ଚାହିଦା ୧,୩୦୦ ମେଗାୱାଟ୍ ଥିବା ବେଳେ ଏହାକୁ ବାର୍ଷିକ ୮,୪୦୦ ନିୟୁତ ୟୁନିଟ୍ ବିଜୁଳି ଯୋଗାଣ କରୁଛି ।
ସେସୁ ନିକଟରେ ଏବେ ଥିବା ଭୁବନେଶ୍ୱର (ବିଦ୍ୟୁତ ସର୍କଲ-୧ ଓ ୨), କଟକ, ପାରାଦୀପ ଓ ଢେଙ୍କାନାଳ ଭଳି ଥିବା ୫ଟି ବିଦ୍ୟୁତ୍ ମଣ୍ଡଳର ମାଲିକାନା ଟାଟା ପାୱାର ହାତକୁ ଯିବ ।
ଟାଟା ପାୱାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରବୀର ସିହ୍ନା କହିଛନ୍ତି, କମ୍ପାନି ସରକାରୀ-ଘରୋଇ ଅଂଶୀଦାର (ପିପିପି) ଜରିଆରେ ନିଜର ବିଜୁଳି ବିତରଣ ନେଟୱର୍କକୁ ସମ୍ପ୍ରସାରଣ କରିଛି ।
ଲୋକାଲ ୱାୟାର
Leave a Reply