ଭୁବନେଶ୍ୱର, ଜୁଲାଇ ୧୭ (ଲୋକାଲ ୱାୟାର): ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ‘କାଳିଆ’ରେ ୫୧ ଲକ୍ଷ ୫ ହଜାର ୨୯୦ ଜଣ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଥିବା କୃଷିମନ୍ତ୍ରୀ ଅରୁଣ ସାହୁ ବୁଧବାର ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ।
ବିଜେଡି ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ୨୦୧୧ର ଜନଗଣନା ଅନୁଯାୟୀ ରାଜ୍ୟରେ ୩୨ ଲକ୍ଷ ୭୯ ହଜାର ୭୬୯ ଜଣ ଚାଷୀ ଥିବା ବେଳେ ୨୪ ଲକ୍ଷ ୨୦ ହଜାର ୫୪୦ ଜଣ ଭୂମିହୀନ କୃଷି ଶ୍ରମିକ ଅଛନ୍ତି ।
‘କାଳିଆ’ ଯୋଜନାରେ ସହାୟତା ପାଇବାକୁ ମୋଟ ୫୭.୧୧ ଲକ୍ଷ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଚାଷୀ ଏବଂ ୩୯.୩୦ ଲକ୍ଷ ଚାଷୀ ପରିବାର ଆବେଦନ କରିଥିଲେ । ରାଜ୍ୟ ସରକାର ଏହି ଯୋଜନାରେ ୭୫ ଲକ୍ଷ ହିତାଧିକାରୀଙ୍କୁ ସହାୟତା ଦେବାକୁ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ ।
ଲୋକାଲ ୱାୟାର
Leave a Reply