ଭୁବନେଶ୍ୱର,ଏପ୍ରିଲ ୨୮(ଲୋକାଲ ୱାୟାର): ରାଜ୍ୟରେ ମଙ୍ଗଳବାର ୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ୭ ଜିଲ୍ଲାର ୮୦ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଅଛନ୍ତି ।
ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରରେ ମୋଟ ୪୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୫ ଜଣ ସୁସ୍ଥ ହୋଇଛନ୍ତି ।
୨୦ ଜଣ ଏବେ ଡାକ୍ତରଖାନାରେ ଅଛନ୍ତି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।
ପଶ୍ଚିମବଙ୍ଗର ଅନ୍ୟ ଜଣେ ରୋଗୀ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଅନ୍ୟ ରୋଗରେ ପ୍ରାଣ ହରାଇଥିଲେ ।
ଯାଜପୁର ଜିଲ୍ଲାରେ ୧୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ୧୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭଦ୍ରକ ଜିଲ୍ଲାରେ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ଅନ୍ୟମାନେ ଡାକ୍ତରଖାନାରେ ଅଛନ୍ତି ।
ବାଲେଶ୍ୱର ଜିିଲ୍ଲାରେ ୧୬ ଆକ୍ରାନ୍ତ ଏବେ ଡାକ୍ତରଖାନାରେ ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣ ଡାକ୍ତରଖାନାରେ ଅଛନ୍ତି ।
କେନ୍ଦ୍ରାପଡ଼ାରେ ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି ଏବଂ ଜଣେ ଡାକ୍ତରଖାନାରେ ଅଛନ୍ତି । କୋରାପୁଟ ଜିଲ୍ଲାରେ ଗତକାଲି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇ ଡାକ୍ତରଖାନାରେ ଅଛନ୍ତି ।
ତେବେ କଳାହାଣ୍ଡିି (୨ ଜଣ), କଟକ (ଜଣେ), ଢେଙ୍କାନାଳ (ଜଣେ) ଏବଂ ପୁରୀ (ଜଣେ) ଜିଲ୍ଲା ଆକ୍ରାନ୍ତମାନେ ଇତି ମଧ୍ୟରେ ସୁସ୍ଥ ହୋଇ ସାରିଥିବାରୁ ଏହି ୪ଟି ଜିଲ୍ଲା କରୋନା ମୁକ୍ତ ହୋଇପାରିଛି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାର ମୋଟ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ ସୁସ୍ଥ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply