ଭୁବନେଶ୍ୱର, ଏପ୍ରିଲ ୧୭(ଲୋକାଲ ୱାୟାର): ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଶୁକ୍ରବାର ସର୍ବୋଚ୍ଚ ତାପମାତ୍ରା ସୋନପୁରରେ ୪୨.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅଧିକାରୀ କହିଛନ୍ତି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଅନୁଗୁଳରେ ୪୧.୫, ତାଳଚେରରେ ୪୧.୪, ଟିଟିଲାଗଡ଼ରେ ୪୧.୨, ମାଲକାନଗିରିରେ ୪୦, ବୌଦ୍ଧରେ ୪୧.୨ ଏବଂ ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ତେବେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ହ୍ରାସ ପାଇ ୩୭.୪ ଡିଗ୍ରୀ ସେଲସିୟସ ହୋଇଥିବା ବେଳେ ଅନ୍ୟ ସ୍ଥାନ ଗୁଡ଼ିକ ମଧ୍ୟରେ ବାରିପଦାରେ ୩୮.୨, ଝାରସୁଗୁଡ଼ାରେ ୩୯.୨, କେନ୍ଦୁଝରରେ ୩୯.୨, ସମ୍ବଲପୁରରେ ୩୯.୬, ସୁନ୍ଦରଗଡ଼ରେ ୩୯, ହୀରାକୁଦରେ ୩୯.୧, ଭବାନୀପାଟଣାରେ ୩୯.୭, ଫୁଲବାଣୀରେ ୩୯.୮, ନୟାଗଡ଼ରେ ୩୯.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
ଲୋକାଲ ୱାୟାର
Leave a Reply