ଭୁବନେଶ୍ୱର, ଡିସେମ୍ବର ୩ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୨୮ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍ରୁ ୪୩୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଗୁରୁବାର ସୂଚନା ଓ ଲୋକସମ୍ପର୍କ ବିଭାଗ କହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୧୮୫ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
୪୩୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୪ ଜଣ ଥିବାବେଳେ ଅନୁଗୁଳରୁ ୪୫, ବାଲେଶ୍ୱରରୁ ୧୦, ବରଗଡ଼ରୁ ୨୩, ଭଦ୍ରକରୁ ୮, ବଲାଙ୍ଗିରରୁ ୨୯, ବୌଦ୍ଧରୁ ୩,କଟକରୁ ୨୮, ଦେବଗଡ଼ରୁ ୧, ଢେଙ୍କାନାଳରୁ ୨, ଗଞ୍ଜାମରୁ ୯, ଜଗତସିଂହପୁରରୁ ୯, ଯାଜପୁରରୁ ୧୬, ଝାରସୁଗୁଡ଼ାରୁ ୭, କଳାହାଣ୍ଡିରୁ ୮, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୨୫, କୋରାପୁଟରୁ ୬, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୨୭, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୧, ନୂଆପଡ଼ାରୁ ୩୦, ପୁରୀରୁ ୧୯, ରାୟଗଡ଼ାରୁ ୧, ସମ୍ବଲପୁରରୁ ୮, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୪୧ ଏବଂ ଷ୍ଟେଟ୍ ଫୁଲ୍ରୁ ୧୧ ଜଣ ଅଛନ୍ତି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ୬୦, ୧୯, ୮୫୫ କରୋନା ନମୁନା ପରୀକ୍ଷଣ ହୋଇଛି ।
ଗୁରୁବାର ସକାଳ ସୁଦ୍ଧା ୩,୨୦,୦୧୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩,୧୩, ୩୯୪ ଜଣ ସୁସ୍ଥ ହୋଇଛନ୍ତି ।
୪୮୧୫ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୭୫୫ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply