ଭୁବନେଶ୍ଵର, ନଭେମ୍ବର ୩ (ଲୋକାଲ ୱାୟର) ସୋମବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ହୋସଲା-୨୦୧୮ରେ ଓଡିଶାରୁ ଭାଗନେଇଥିବା ପିଲାମାନଙ୍କ ଉଚ୍ଚକୋଟିର ପ୍ରଦର୍ଶନ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଏହି ପ୍ରତିଯୋଗିତାରେ ବିଜେତା ମାନଙ୍କୁ ପୁରସ୍କୃତ କରିଛନ୍ତି।
ଏହାସହ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ପ୍ରଦର୍ଶନର ପ୍ରଶଂସା କରି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ଵକପ ଦେଖିବା ପାଇଁ ଆମନ୍ତ୍ରଣ କରିଥିଲେ।
ନଭେମ୍ବର ୨୬ ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀ ଠାରେ ଏକ ରାଜ୍ୟସ୍ତରୀୟ ଆନ୍ତଃ ଶିଶୁସେବା ଅନୁଷ୍ଠାନ ପ୍ରତିଯୋଗିତା ଉତ୍ସବ(ହୋସଲା-୨୦୧୮) ଅନୁଷ୍ଠିତ ହୋଇଥିଲା।
ଏଥିରେ ଓଡିଶାର ୩୭ ଜଣ ୧୮ ବର୍ଷରୁ କମ ପିଲା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ୧୪ ଟି ସ୍ଵର୍ଣ୍ଣ, ୪ଟି ରୌପ୍ୟ, ଓ ଦୁଇଟି କାଂସ୍ୟ ପଦକ ଜିତିଥିଲେ।
ପ୍ରତିଯୋଗିତାରେ ବିଜେତା ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ପିଲାମାନଙ୍କୁ ଯଥାକ୍ରମେ ୫୦୦୦୦ , ୩୦୦୦୦ ଏବଂ ୨୦୦୦୦ ଟଙ୍କା ରାଶିରେ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ, ମୁଖ୍ୟ ସାଶନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗୀୟ ପ୍ରମୁଖ ସଚିବ ଉପସ୍ଥିତ ଥିଲେ।
(ଲୋକାଲ ୱାୟର)