ଭୁବନେଶ୍ୱର, ଜାନୁଆରୀ ୨୧(ଲୋକାଲ ୱାୟାର): ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଆସନ୍ତା ଫେବୃଆରୀ ୨୩ ତାରିଖ ଆରମ୍ଭ ହେବାକୁ ଯାଉଛି ‘ଅଗ୍ରଣୀ ଚାରା ଓ ଟିସୁ କଲଚର ଜ୍ଞାନ’ ସମ୍ପର୍କିତ ଏକ ଦକ୍ଷତା ବିକାଶ କର୍ମଶାଳା ।
୨୧ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନର ଟକ୍ସିନୋମି, ଗବେଷକ, ଉଦ୍ଭିଦ ବିଜ୍ଞାନୀମାନେ ଆବେଦନ କରିପାରିବେ ।
ବୈଷୟିକ ଜ୍ଞାନ କୌଶଳର ଉପଯୋଗରେ କିପରି ରୁଟିଂ, ପ୍ଲାନେଟ୍ ହାଡେନିଂ, ଲାବ ସାମଗ୍ରୀର ଯତ୍ନ, ଇନକୁ୍ୟବେସନ୍ କଲଚର, ସରଫେସ୍ ଷ୍ଟେରିଲାଇଜେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ତାଲିମ ଦିଆଯିବ ।
ଏଥିପାଇଁ ସାରା ଦେଶରୁ ୨୦ ଜଣ ପ୍ରତିଯୋଗୀ ଭାଗ ନେଇପାରିବେ । ଫେବୃୟାରୀ ୧ ତାରିଖ ସୁଦ୍ଧା ଏନେଇ ଆଶାୟୀମାନେ ଆବେଦନ କରିପାରିବେ ।
ଫେବୃଆରୀ ୩ ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ୨୧ରୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଲୋକାଲ ୱାୟାର