• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Jharana Jena

ଟିକାକରଣ କେନ୍ଦ୍ର ଚିହ୍ନଟ ଲାଗି ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି

January 4, 2021 By Jharana Jena Leave a Comment

ଭୁବନେଶ୍ୱର, ଜାନୁଆରୀ ୪(ଲୋକାଲ ୱାୟାର): ରାଜ୍ୟରେ ଖୁବ ଶୀଘ୍ର କରୋନା ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୋମବାର କହିଥିବା ବେଳେ ତୁରନ୍ତ ଟିକାକରଣ କେନ୍ଦ୍ର ଚିହ୍ନଟ କରିବାକୁ ସମସ୍ତ ଜିଲ୍ଲାପାଳ ଏବଂ ମୁ୍ୟନିସିପାଲିଟି ଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

ନିଦେ୍ର୍ଦଶ ଅନୁସାରେ, ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ଏହିସବୁ କେନ୍ଦ୍ର ଚିହ୍ନଟ ହେବ । ଆସନ୍ତା ୮ ତାରିଖ ପୂର୍ବରୁ ଏହା ଚିହ୍ନଟ କରାଯିବା ଜରୁରି ।

କେବଳ ସ୍ୱାସ୍ଥ୍ୟାନୁଷ୍ଠାନରେ ଏହି ଟିକାକରଣ ହୋଇପାରିବ । ଏହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ତାହାଠାରୁ ବଡ଼ ହେବା ଆବଶ୍ୟକ ।

ପ୍ରତି କେନ୍ଦ୍ରରେ ୫ ଜଣିଆ ଟିମ୍ ଏବଂ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ ଅଧିକାରୀ ରହିବେ ।

ଟିକାଦାନ କେନ୍ଦ୍ରରେ ପ୍ରତୀକ୍ଷାଳୟ, ଟିକାଦାନ ରୁମ ଓ ନିରୀକ୍ଷଣ ରୁମ୍ ରହିବ । ପ୍ରଥମେ ପଂଜିକୃତ ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ଟିକାକରଣ ହେବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

ରାଜ୍ୟରେ ଦିନକରେ ଆଉ ୨୯୮ ଆକ୍ରାନ୍ତ ସୁସ୍ଥ

January 4, 2021 By Jharana Jena Leave a Comment

ଭୁବନେଶ୍ୱର, ଜାନୁଆରୀ ୪ (ଲୋକାଲ ୱାୟାର) : ରାଜ୍ୟରେ ସୋମବାର ଆଉ ୨୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୩, ୨୬, ୫୦୭ ଜଣ ଆରୋଗ୍ୟ ହୋଇଛନ୍ତି ।

ଆଜି ସୁନ୍ଦରଗଡ଼ରୁ ୪୯, ଅନୁଗୁଳରୁ ୪୮, କଟକରୁ ୨୪, କେନ୍ଦ୍ରାପଡ଼ରୁ ୧୬, ବାଲେଶ୍ୱର ଓ କେନ୍ଦୁଝରରୁ ୧୫ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୪, ଯାଜପୁରରୁ ୧୩, ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୧୨ ଜଣ ଲେଖାଏଁ, ବରଗଡ଼ ଓ ବଲାଙ୍ଗୀରରୁ ୧୦ ଜଣ ଲେଖାଏଁ, ସମ୍ବଲପୁରରୁ ୮, ଦେବଗଡ଼, ଗଞ୍ଜାମ ଓ ନବରଙ୍ଗପୁରରୁ ୬ ଜଣ ଲେଖାଏଁ, ଭଦ୍ରକ ଓ ଜଗତସିଂହପୁରରୁ ୫ ଜଣ ଜଣ ଲେଖାଏଁ, ନୂଆପଡ଼ାରୁ ୪, ରାୟଗଡ଼ାରୁ ୩, ବୌଦ୍ଧ, କଳାହାଣ୍ଡି, କୋରାପୁଟ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ, ମାଲକାନଗିରିରୁ ୧ ଏବଂ ଷ୍ଟେଟ୍ ପୁଲ୍‌ରୁ ୮ ଜଣ ଆରୋଗ୍ୟ ହୋଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୩,୩୦,୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୮୫ ଜଣଙ୍କର ମୃତ୍ୟୁ ହୋଇଛି ।

ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା

ବାଣ ବିକ୍ରି ଅନୁମତି ଦେବାକୁ ନବୀନଙ୍କୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

November 5, 2020 By Jharana Jena Leave a Comment

ଭୁବନେଶ୍ୱର, ନଭେମ୍ବର ୫(ଲୋକାଲ ୱାୟାର): କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶାରେ ବାଣ ବିକ୍ରି ଓ ଫୁଟାଇବା ଉପରେ ରାଜ୍ୟ ସରକାର ନିଷେଧାଦେଶ ଜାରି କରିଥିବା ବେଳେ ବାଣ ବିକ୍ରିକୁ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ.କେ. ପାଲାନିସ୍ୱାମୀ ଚିଠି ଲେଖିଛନ୍ତି ।

ସେ ଲେଖିଛନ୍ତି, ତାମିଲନାଡ଼ୁର ଶିବକାଶୀରେ ମୁଖ୍ୟତଃ ଗ୍ରୀନ୍-ବାଣ ପ୍ରସ୍ତୁତ କରାଯାଉଛି, ଯାହାଦ୍ୱାରା କି ପ୍ରଦୂଷଣର ଆଶଙ୍କା କମ୍ । ଦେଶରେ ହେଉଥିବା ବାଣ ଉତ୍ପାଦନର ୯୦% କେବଳ ତାମିଲନାଡ଼ୁରେ ହିଁ ହେଉଛି ।

ଏଥିରେ ପ୍ରତ୍ୟକ୍ଷ ଭାବେ ୪ ଲକ୍ଷ ଏବଂ ପରୋକ୍ଷ ଭାବେ ୪ଲକ୍ଷ ଲୋକ ସଂପୃକ୍ତ ଅଛନ୍ତି । ବାଣ ବିକ୍ରିରେ ମଧ୍ୟ ୮ ଲକ୍ଷ ଲୋକ ଜଡ଼ିତ ।

ବାଣ ବିକ୍ରି ବନ୍ଦ ହୋଇଗଲେ ଏସବୁ ପରିବାରଗୁଡ଼ିକର ଜୀବିକା ବିପନ୍ନ ହୋଇପଡ଼ିବ ବୋଲି ପାଲାନିସ୍ୱାମୀ ଦର୍ଶାଇଛନ୍ତି । ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମଧ୍ୟ ଏହି ଅନୁରୋଧ କରି ଅନ୍ୟ ଏକ ପତ୍ର ଲେଖିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

ରାଜ୍ୟରେ ଆରୋଗ୍ୟ ହେଲେ ଆଉ ୧୪୬୦ କରୋନା ଆକ୍ରାନ୍ତ

November 5, 2020 By Jharana Jena Leave a Comment

ଭୁବନେଶ୍ୱର, ନଭେମ୍ବର ୫ (ଲୋକାଲ ୱାୟାର) : ରାଜ୍ୟରେ ଗୁରୁବାର ଆଉ ୧୪୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

ଏ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨, ୮୩, ୫୩୩ ଜଣ ଆରୋଗ୍ୟ ହୋଇଛନ୍ତି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୯ ଜଣ ଆରୋଗ୍ୟ ହୋଇଥିବା ବେଳେ ବାଲଶ୍ୱରରୁ ୧୧୦, କଟକରୁ ୧୦୭, ସୁନ୍ଦରଗଡପୁ ୯୭, ଜଗତସିଂହପୁରରୁ ୯୩, କେନ୍ଦୁଝରରୁ ୯୦, ଅନୁଗୁଳରୁ ୮୪, ବଲାଙ୍ଗୀରରରୁ ୬୭, ମୟୂରଭଞ୍ଜରୁ ୬୦, ନୂଆପଡାରୁ ୬୦, କେନ୍ଦ୍ରାପଡାରୁ ୫୦, ଢେଙ୍କାନାଳରୁ ୪୧ ଓ କଳାହାଣ୍ଡିରୁ ୪୦ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ନୟାଗଡରୁ ୩୫, ଝାରସୁଗୁଡାରୁ ୩୩, ବରଗଡରୁ ୩୨, ପୁରୀରୁ ୩୨, ଯାଜପୁରରୁ ୨୯, ନବରଙ୍ଗପୁରରୁ ୨୮, ଗଞ୍ଜାମରୁ ୨୬, ସମ୍ବଲପୁରରୁ ୨୩, କୋରାପୁଟରୁ ୨୨, କନ୍ଧମାଳରୁ ୧୯, ବୌଦ୍ଧରୁ ୧୫, ଭଦ୍ରକରୁ ୧୪, ସୋନପୁରରୁ ୧୩, ଦେବଗଡରୁ ୧୧, ମାଲକାନଗିରିରୁ ୧୧, ଗଜପତିରୁ ୧୦, ରାୟଗଡାରୁ ୮ ଓ ଷ୍ଟେଟ୍ ପୁଲ୍‌ରୁ ୩୧ ଜଣ ଆରୋଗ୍ୟ ହୋଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୯୭ ହଜାର ୨୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୭୮ ଜଣଙ୍କର ମୃତ୍ୟୁ ହୋଇଛି ।

ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କରୋନା

ଅଙ୍ଗଦାନ କରିଥିବା ୩ ଜଣଙ୍କୁ ଦିଆଗଲା ମରଣୋତ୍ତର ‘ସୁରଜ ସମ୍ମାନ’

August 13, 2020 By Jharana Jena Leave a Comment

ଭୁବନେଶ୍ୱର, ଅଗଷ୍ଟ ୧୩(ଲୋକାଲ ୱାୟାର): ନିକଟ ଅତୀତରେ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇଥିବା ରାଜ୍ୟର ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ଅଙ୍ଗଦାନ ଦିବସ ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ‘ସୁରଜ ସମ୍ମାନ’ରେ ସମ୍ମାନିତ କରିଛନ୍ତି ।

ମରଣୋତ୍ତର ସମ୍ମାନରେ ସମ୍ମାନିତ ହୋଇଥିବା ୩ ଜଣ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ପି.ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ ଏବଂ ପୁରୀ ଜିଲ୍ଲା ଡେଲାଙ୍ଗର ରାଜଲକ୍ଷ୍ମୀ ଦାସ ।

ମୁଖ୍ୟମନ୍ତ୍ରୀ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେଇଥିଲେ ।

ଉଲ୍ଳେଖଯୋଗ୍ୟ, ୨୦୧୯ ଅକ୍ଟୋବରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଜଣେ ଯୁବକ ‘ସୁରଜ’ ଗୁଜରାଟର ସୁରଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।

ମୃତ୍ୟୁ ପୂର୍ବରୁ ପିତାମାତା ସୁରଜଙ୍କ ବୃକକ୍, ଲିଭର, ହୃତପିଣ୍ଡ, ଦୁଇ ଆଖି ଦାନ ସକାଶେ ନିଷ୍ପତ୍ତି ନେବାରୁ ୬ ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚିପାରିଥିଲା ।

ସୁରଜଙ୍କ ତ୍ୟାଗକୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତିମାନଙ୍କୁ ‘ସୁରଜ ସମ୍ମାନ’ରେ ସମ୍ମାନିତ କରିବାକୁ ଘୋଷଣା କରିଥିଲେ ।

ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ପଣ୍ଡା,ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ବିଧାୟକ ପ୍ରଦୀପ ମହାରଥୀ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

ନିର୍ମଳ ଯୋଜନାର ସଂପ୍ରସାରଣ, ୪୫ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସାମିଲ ହେବ

August 12, 2020 By Jharana Jena Leave a Comment

ଭୁବନେଶ୍ୱର, ଅଗଷ୍ଟ ୧୨(ଲୋକାଲ ୱାୟାର): ରାଜ୍ୟରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ସୁଦୃଢ଼ କରିବାକୁ ‘ନିର୍ମଳ’ ଯୋଜନାର ସଂପ୍ରସାରଣ କରିବାକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ସେ କହିଛନ୍ତି, ‘ନିର୍ମଳ’ ଯୋଜନା ଏହା ସଫଳ ହୋଇଥିବାରୁ ଏବେ ‘ନିର୍ମଳ +’ ଓ ‘ନିର୍ମଳ ++’ ଲାଗୁ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ୪ଟି ନୂଆ ମେଡିକାଲ କଲେଜ ଓ ହସପିଟାଲ, ୯ଟି ଆୟୁଷ କଲେଜ ହସପିଟାଲ, ଏବଂ ହଷ୍ଟେଲ, ୩୨ ନର୍ସିଂ କଲେଜ, ସ୍କୁଲ ଏବଂ ହଷ୍ଟେଲକୁ ମିଶାଇ ୪୫ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସାମିଲ୍ ହେବ ।

ଏହା ପରେ ରାଜ୍ୟର ୭ ପ୍ରମୁଖ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ (ଏସସିବି, ଏମକେସିଜି ଓ ଭିମସାର ମେଡିକାଲ କଲେଜ ଓ ହସପିଟାଲ, କ୍ୟାପିଟାଲ ହସପିଟାଲକୁ ସାମିଲ କରାଯିବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

କୋଭିଡ ଯୋଦ୍ଧାମାନଙ୍କ ପାଇଁ ଏକ ମିନିଟ (ଦେଖନ୍ତୁ ଚିତ୍ରରେ)

August 5, 2020 By Jharana Jena Leave a Comment

ଭୁବନେଶ୍ୱର, ଅଗଷ୍ଟ ୫(ଲୋକାଲ ୱାୟାର): କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ବୁଧବାର ସନ୍ଧ୍ୟା ୬ଟାରେ ରାଜ୍ୟବ୍ୟାପୀ ଜନସାଧାରଣ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ ।

ଆସନ୍ତୁ ଦେଖିବା ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ କିପରି ଲୋକମାନେ ନିରବ ପ୍ରାର୍ଥନା କରିବା ସହ ଶପଥ ପାଠ କରିଥିଲେ.. .. ।

 

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ

ରାଜଧାନୀରେ ଟୋକାଙ୍କ ଖଟି, ଆଡ୍ଡା ଉପରେ ଚଢ଼ାଉ କରିବ ପୁଲିସ

February 21, 2020 By Jharana Jena Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୦ (ଲୋକାଲ ୱାୟାର): ବେଆଇନ ମଦ୍ୟପାନ ଓ ଡ୍ରଗ୍ସ ସେବନରେ ତରୁଣମାନଙ୍କ ସଂପୃକ୍ତି ଯୋଗୁଁ କମିଶନରେଟ ପୁଲିସ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ୧୮ ବର୍ଷରୁ ଅଧିକ ଅପରାଧୀଙ୍କୁ ତଡ଼ିପାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।

ନିକଟରେ ଦୁଇ ନମ୍ବର ମାର୍କେଟରେ ହୋଇଥିବା ଭଙ୍ଗାରୁଜା ଓ ପୋଷ୍ଟାଲ କଲୋନୀରେ ଜଣେ ଯୁବକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣରେ ବହୁ ସଂଖ୍ୟକ ତରୁଣ ଜଡ଼ିତ ଥିବା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ନିଆଯାଇଛି ।

ମାର୍କେଟ ବିଲଡିଂ ଘଟଣାରେ ୩୪ ଅଭିଯୁକ୍ତଙ୍କ ମଧ୍ୟରୁ ୧୯ ଜଣଙ୍କ ବୟସ ୧୮ରୁ କମ୍ ଥିଲା । ଓଡ଼ିଶା ସହରାଞ୍ଚଳ ପୁଲିସ ନିୟମ ଅନୁସାରେ ୪ ଜଣଙ୍କୁ ତଡିପାର ପ୍ରକ୍ରିୟାରେ ଭୁବନେଶ୍ୱର ବାହାରକୁ ପଠାଇ ଦିଆଯାଇଛି ।

ଡ୍ରଗ୍ସ ଓ ଅସାମାଜିକ କାର୍ଯ୍ୟକଳାପ ନିର୍ମୂଳ କରିବାକୁ କମିଶନରେଟ ପୁଲିସ ଉଦ୍ୟମ ଆରମ୍ଭ କରିଛି ।

ଯେଉଁଥିରେ ୧୫୦ ଚୋରା ଡ୍ରଗ୍ସ ବେପାରୀ ଗିରଫ ହୋଇ ସାରିଥିବା ବେଳେ ୧୫ ଜଣଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଅଟକ ରଖାଯାଇଛି ।

୧୭ରୁ ୨୦ ବୟସ ବର୍ଗର ପିଲାମାନେ ଦେଖା ଯାଉଥିବା ବିଭିନ୍ନ ଖଟି ଓ ଆଡ୍ଡା ଉପରେ ଚଢ଼ାଉ କରିବା ପାଇଁ ଏକ ୧୫ ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ ।

ଏପରି କାମରେ ଲିପ୍ତ ରହୁଥିବା ପିଲାମାନଙ୍କୁ ସହର କିମ୍ବା ନିର୍ଦ୍ଦିଷ୍ଟ ସ୍ଥାନରୁ ତଡିପାର କରିବାକୁ କାରଣଦର୍ଶାଅ ନୋଟିସ ଦିଆଯିବ ।

ନିକଟରେ ହୋଇଥିବା ଏକ ବୈଠକରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ୱର ଡିସିପି ଓ ଆଇଆଇସିମାନଙ୍କୁ ଯୁବ ବର୍ଗଙ୍କୁ କେନ୍ଦ୍ର କରି ନିବାରଣ ଓ ପ୍ରବର୍ତ୍ତନ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ।

ସମନ ବେଳେ ଯୁବକମାନଙ୍କ ଅଭିଭାବକଙ୍କୁ ସାମିଲ କରିବାକୁ ପୁଲିସର ଯୋଜନା ରହିଛି ଓ ଅଧିକାରୀମାନଙ୍କୁ ଏହା ସୁନିଶ୍ଚିତ କରିବାକୁ କୁହାଯାଇଛି । ପୁଲିସର ଆଶା ରହିଛି ଯେ, ଖଟିରେ ବସି ବେଆଇନ ମଦ୍ୟପାନ, ଡ୍ରଗ୍ସ ସେବନ, ମହିଳା ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରୁଥିବା କିଶୋର ଓ ଯୁବକମାନଙ୍କ ଅଭିଭାବକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ସେମାନେ ସାବାଡ ହେବେ ।

ମହିଳା, ଝିଅ ଓ ସାଧାରଣ ନାଗରିକଙ୍କ ଯିବା ଆସିବା ସ୍ୱାଧୀନତାରେ ବାଧକ ସାଜୁଥିବା ବ୍ୟକ୍ତିଙ୍କୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଡିସିପି, ଭୁବନେଶ୍ୱର ଓ ଆଇଆଇସିମାନଙ୍କୁ ଅସାମାଜିକ କାର୍ଯ୍ୟକଳାପ ତଥା ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ପ୍ରତି ଜିରୋ-ଟଲେରାନ୍ସ ପ୍ରଦର୍ଶନ କରିବାକୁ କୁହାଯାଇଛି ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟାଳୟ Tagged With: ଓଡିଶା, ଘଟଣା, ଭୁବନେଶ୍ୱର

Youth held for killing pet cat

December 18, 2019 By Jharana Jena Leave a Comment

Bhubaneswar, Dec 18 (LoccalWire) In a rare incident of cruelty against animal, a youth was arrested on charge of killing a pet cat at Unit-IV area of the city on Wednesday, police said.

After being hit by an indigenous instrument, the cat was seriously injured and taken to the veterinary at OUAT where the vets declared the pet brought dead.

On the basis of a complaint lodged by the owner of the cat and the animal rights organisation People for Animal (PFA), police arrested the accused identified as Ashutosh Nayak, a college student.

Inquiry into the incident is continuing, police said .

LocalWire

Filed Under: English, Happenings Tagged With: Happenings, Odisha

ଅନ୍ତର୍ଜାତୀୟ ବାଳୁକାକଳା ପ୍ରଦର୍ଶନୀର ସର୍ବକନିଷ୍ଠ ଶିଳ୍ପୀ ସ୍ବୟଂ ସହାୟ

December 5, 2019 By Jharana Jena Leave a Comment

କୋଣାର୍କ, ଡିସେମ୍ବର ୫ (ଲୋକାଲ ୱାୟାର): କୋଣାର୍କ ମହୋତ୍ସବ ଉପଲକ୍ଷେ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ନବମ ଅନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଭୁବନେଶ୍ବରର ୧୩ ବର୍ଷର ଛାତ୍ର ସ୍ବୟଂ ସହାୟ।

ରାଜଧାନୀର ଏକ ଘରୋଇ ସ୍କୁଲରେ ପଢୁଥିବା ସ୍ବୟଂ ହେଉଛନ୍ତି ଏହି ପ୍ରଦର୍ଶନୀର ସର୍ବକନିଷ୍ଠ ବାଲୁକାକଳା ଶିଳ୍ପୀ। ଗତ ୧ ତାରିଖ କୋଣାର୍କ ମହୋତ୍ସବ ସହ ଏହି ବାଲୁକାକଳା ପ୍ରଦର୍ଶନୀ ଆରମ୍ଭ ହୋଇଥିଲା ଓ ଏହା ଆଜି (ଗୁରୁବାର) ଶେଷ ହେବ।

ଏଥିରେ ଭାରତ ସମେତ ଆମେରିକା, ଆୟର୍ଲାଣ୍ଡ, ଡେନମାର୍କ, ରୁଷିଆ, କାନାଡ଼ା, ଟୋଗୋ ଓ ଶ୍ରୀଲଙ୍କାର ୧୨୩ ଜଣ ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି।

ସୂଚନାଯୋଗ୍ୟ, ସ୍ବୟଂଙ୍କୁ ଏହି ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଭାଗ ନେବା ଲାଗି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ମନୋନୀତ କରିଛି।

ଲୋକାଲ ୱାୟାର

Filed Under: Happenings, Odia, କାର୍ଯ୍ୟକ୍ରମ Tagged With: Festivals, Happenings, କାର୍ଯ୍ୟକ୍ରମ, କୋଣାର୍କ

  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire