• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Jharana Jena

ବ୍ୟାଙ୍କକ୍ ସମ୍ମିଳନୀରେ ବିଶ୍ୱକୁ ବିପର୍ଯ୍ୟୟ ମୁକାବିଲା ମଡେଲ୍ ଦେଖାଇବ ଓଡ଼ିଶା

August 25, 2019 By Jharana Jena Leave a Comment

ଭୁନେଶ୍ୱର, ଅଗଷ୍ଟ ୨୫(ଲୋକାଲ ୱାୟାର): ବିପର୍ଯ୍ୟୟ ମୁକାବିଲାରେ ବେଶ୍ ସଫଳତା ହାସଲ କରିଥିବା ଓଡ଼ିଶା ଜାତିସଂଘ ପକ୍ଷରୁ ଆୟୋଜିତ ହେଉଥିବା ଏକ ବୈଠକରେ ସମଗ୍ର ବିଶ୍ୱକୁ ତାର ବିପର୍ଯ୍ୟୟ ମୁକାବିଲା ମଡେଲ ଦେଖାଇବ ।

ଜାତିସଂଘ ପକ୍ଷରୁ ଏଥିପାଇଁ ଆସନ୍ତା ୨୬ ତାରିଖ ୨୮ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କକରେ ହେବାକୁ ଥିବା ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶା ସରକାରଙ୍କ ପାଖକୁ ନିମନ୍ତ୍ରଣ ପଠାଯାଇଛି ।

ରାଜ୍ୟ ସରକାରଙ୍କ ତରଫରୁ ଓସଡମା ପରିଚାଳନା ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ବୈଠକରେ ଉଦବୋଧନ ଦେଇ ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନା କୌଶଳ ସାରା ବିଶ୍ୱକୁ ଜଣାଇବେ ।

ଶ୍ରୀ ସେଠୀ କହିଛନ୍ତି, ବିପର୍ଯ୍ୟୟ ମୁକାବିଲା ଓଡ଼ିଶା ଯେଉଁ ସଫଳତା ପାଇଛି, ତାହା ଗୋଟିଏ ଦିନ କି ମାସର ପରିଶ୍ରମ ନୁହେଁ । ଦୀର୍ଘ ୨୦ ବର୍ଷ ଧରି ନିରନ୍ତର ଉଦ୍ୟମ ଯୋଗୁ ଏହି ସଫଳତା ମିଳିପାରିଛି ।

ଲୋକାଲ ୱାୟାର

Filed Under: Odia, ବିଶେଷ

Police arrest drug peddlers with brown sugar

July 29, 2019 By Jharana Jena Leave a Comment

Paradip, July 29 (LocalWire): Two drug peddlers from Janapal were arrested by Kujang police today with around 19 grams brown sugar on them.

Abhyachandpur police also arrested another drug peddler from Bagadia village and seized 4.72 gms brown sugar from his possession.

Kujang police led by IIC Kujang police station, Dillip Kumar Sahoo, raided two houses and seized 10.23 gms brown sugar and an unnumbered bike from one accused and 8.63 gm brown sugar from the possession of another accused from Chandrapur.

The arrested men confessed that the contraband was bought from Cuttack for selling in these localities.

Police forwarded the drug peddlers to court.

LocalWire

Filed Under: English, Happenings Tagged With: Happenings, Paradip

Nandankanan Zoo reopens today

May 21, 2019 By Jharana Jena Leave a Comment

Bhubaneswar, May 20 (LocalWire): The Nandankanan Zoological Park, which was ravaged in Cyclone Fani, opened for visitors on Tuesday, an official said.

“The zoo was closed after the May 3 storm. A technical team has given its go ahead after an inspection, and accordingly it has been decided to open the park for public,” he said.

The green cover of the zoo was badly affected by the storm. A large number of trees and plants at the zoo as well as at the Botanical Garden were uprooted, or damaged, in the storm.

As many as 213 enclosures built for the animals at the zoo were also damaged in the cyclone.

LocalWire

Filed Under: English, Environment Tagged With: Bhubaneswar, Enviornment, Odisha

‘ଫନି’ ପ୍ରକୋପରେ ୬୪୯୮ଟି ସ୍କୁଲ କ୍ଷତିଗ୍ରସ୍ତ, ୪୧୭ କୋଟିର କ୍ଷତି

May 14, 2019 By Jharana Jena Leave a Comment

ଭୁବନେଶ୍ୱର, ମେ ୧୪(ଲୋକାଲ ୱାୟାର): ସାମୁଦ୍ରିକ ଝଡ଼ ‘ଫନି’ ପ୍ରକୋପରେ ରାଜ୍ୟର ୧୪ଟି ଜିଲ୍ଲାରେ ମୋଟ ୬୪୯୮ଟି ସ୍କୁଲ କ୍ଷତିଗ୍ରସ୍ତ ହୋଇଥିବା ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି

ପ୍ରାରମ୍ଭିକ ରିପୋର୍ଟରୁ ପ୍ରକାଶ, ଏହି ଝଡ଼ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୪୧୭.୮୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ପୁରୀ ଜିଲ୍ଲାରେ ସର୍ବାଧିକ ୨୧୩୪ଟି ସ୍କୁଲ ଘର ନଷ୍ଟ ହୋଇଥିବା ବେଳେ କଟକ ଜିଲ୍ଲାରେ ୧୦୦୨ଟି ସ୍କୁଲ ଘର ଧ୍ୱସ୍ତ ହୋଇଯାଇଛି ।

ସଂସ୍କୃତି ବିଭାଗ ଅଧୀନରେ ଥିବା ବିଭିନ୍ନ ଅନୁଷ୍ଠାନର ଘର ଭାଙ୍ଗି ରୁଜି ଯାଇଥିବାରୁ ୭୨ କୋଟି ଟଙ୍କାର କ୍ଷତି ହୋଇଥିବା ପ୍ର୍ରାରମ୍ଭିକ ଆକଳନ କରାଯାଇଛି । ଭୁବନେଶ୍ୱରରେ ଥିବା ସଂସ୍କୃତି ଭବନରେ କ୍ଷତିର ପରିମାଣ ୧୫ କୋଟି ଟଙ୍କା ହୋଇଥିବା ବେଳେ ଷ୍ଟେଟ ଲାଇବ୍ରେରୀର ୩ କୋଟି ଟଙ୍କାର କ୍ଷତି ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ପ୍ରକାଶ କରିଛନ୍ତି ।

ଲୋକାଲ ୱାୟାର

Filed Under: Cyclone-Fani-2019, Odia Tagged With: Cyclone-Fani-2019, ଭୁବନେଶ୍ୱର

ପାଞ୍ଚ ବାତ୍ୟା ଜିଲ୍ଲାରେ ମେ ୧୧ ଓ ୧୨ରେ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ

May 10, 2019 By Jharana Jena Leave a Comment

ଭୁବନେଶ୍ୱର, ମେ ୧୦(ଲୋକାଲ ୱାୟାର): ବାତ୍ୟା ବିଧ୍ୱସ୍ତ ୫ ଜିଲ୍ଲାରେ ମେ ୧୧ ଓ ୧୨ ତାରିଖ (ଦ୍ୱିତୀୟ ଶନିବାର ଓ ରବିବାର) ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନିର୍ଦ୍ଦେଶ ଦେଇଥିବା ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।

କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ, ଥଇଥାନ ଏବଂ ପୁନର୍ଗଠନ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନ ହେବ ସେଥିପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର, ଭୁବନେଶ୍ୱର

ଫେବୃଆରୀରେ ରାଜ୍ୟରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ବୃଦ୍ଧି , ଜିଓର ୩.୫୫ ଲକ୍ଷ ନୂତନ ଗ୍ରାହକ

April 25, 2019 By Jharana Jena Leave a Comment

ଭୁବନେଶ୍ୱର, ଏପ୍ରିଲ ୨୫ (ଲୋକାଲ ୱାୟାର) ୨୦୧୯ ଫେବୃଆରୀ ମାସ ସୁଦ୍ଧା ଓଡ଼ିଶାର ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟାରେ ୨.୨୮ ଲକ୍ଷ ବୃଦ୍ଧି ଘଟିଥିବା ବେଳେ ଏହି ମାସରେ କେବଳ ରିଲାଏନ୍ସ ଜିଓ ଓଡ଼ିଶାରେ ୩.୫୫ ଲକ୍ଷ ନୂତନ ଗ୍ରାହକ ସୃଷ୍ଟି କରିବାକୁ ସକ୍ଷମ ହୋଇଛି, ଯାହାକି ରାଜ୍ୟରେ ଟେଲି ସାନ୍ଦ୍ରତା ବୃଦ୍ଧି ଦିଗରେ ସହାୟକ ହୋଇପାରିଛି ବୋଲି ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସର୍ବଶେଷ ତଥ୍ୟରେ ଗୁରୁବାର କୁହାଯାଇଛି ।

ଟ୍ରାଏ’ର ଗ୍ରାହକ ସଂଖ୍ୟା ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଏହାର ସମ୍ପୂର୍ଣ୍ଣ ୪-ଜି ନେଟୱର୍କ ମାଧ୍ୟମରେ ନୂତନ ଗ୍ରାହକ ଯୋଡ଼ିବା କ୍ଷେତ୍ରରେ ଅଗ୍ରଣୀ ରହିଛି  ।

ଏହା ପଛକୁ ବିଏସ୍ଏନ୍ଏଲ୍ ଏହି ମାସରେ ୧.୫୧ ନୂତନ ଗ୍ରାହକ ସାମିଲ କରିଛି । ଅନ୍ୟ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ମଧ୍ୟରେ ଉଭୟ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ୍ ଗ୍ରାହକ ହରାଇଥିବା ବେଳେ କେବଳ ଭୋଡାଫୋନ୍ ଆଇଡିଆ ଏହି ମାସରେ ୨.୩୫ ଲକ୍ଷ ଗ୍ରାହକଙ୍କୁ ହରାଇଛି ବୋଲି ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।

ଏହିକ୍ରମରେ ଓଡ଼ିଶାରେ ଜିଓ’ର ମୋଟ ଗ୍ରାହକ ସଂଖ୍ୟା ୮୭ ଲକ୍ଷ ଅତିକ୍ରମ କରିବା ସହ ୨୦୧୯ ଫେବୃଆରୀ ସୁଦ୍ଧା ରାଜ୍ୟରେ ଜିଓ ୨୬.୨ ପ୍ରତିଶତ ଉପଭୋକ୍ତା ଅଂଶ ଅକ୍ତିଆର କରିବାକୁ ସକ୍ଷମ ହୋଇଛି ।

ଫେବୃଆରୀ ୨୮ ସୁଦ୍ଧା ଓଡ଼ିଶାର ମୋଟ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩.୩୫ କୋଟିରୁ ଉର୍ଦ୍ଧ୍ବରେ ପହଞ୍ଚିଥିବା ବେଳେ ଏୟାରଟେଲର ଗ୍ରାହକ ସଂଖ୍ୟା ୧.୩୧ କୋଟି ରହିଛି ଏବଂ ଏହା ପଛକୁ ରିଲାଏନ୍ସ ଜିଓ’ର ଗ୍ରାହକ ସଂଖ୍ୟା ପ୍ରାୟ ୮୮ ଲକ୍ଷ, ବିଏସ୍ଏନ୍ଏଲର ୫୭ ଲକ୍ଷ, ଭୋଡାଫୋନ୍ ଆଇଡିଆ ୫୪.୫୮ ଲକ୍ଷ ଏବଂ ଟାଟା ଟେଲି ସର୍ଭିସେସ ଗ୍ରାହକ ସଂଖ୍ୟା ୪.୬ ଲକ୍ଷ ରହିଛି ।

ଟ୍ରାଇ ଗ୍ରାହକ ସଂଖ୍ୟା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଟେଲି ସାନ୍ଦ୍ରତାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ବେଳେ ଏହା ୭୭.୭ ପ୍ରତିଶତରେ ପହଞ୍ଚିଛି, ଯଦିଓ ଓଡ଼ିଶା କମ୍ ଟେଲି ସାନ୍ଦ୍ରତା ରହିଥିବା ୫ଟି ରାଜ୍ୟ ମଧ୍ୟରେ ରହିଛି ।

ଏଠାରେ ପ୍ରକାଶଯୋଗ୍ୟ ଯେ, ୨୦୧୮ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସିକ ପାଇଁ ଟେଲିକମ ସେବା ପ୍ରଦାନକାରୀ କମ୍ପାନୀମାନଙ୍କ ପ୍ରଦର୍ଶନକୁ ନେଇ ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ସୂଚକାଙ୍କ ରିପୋର୍ଟରେ ଓଡ଼ିଶାର ପ୍ରାୟ ୬୬ ପ୍ରତିଶତ ମୋବାଇଏ ଉପଭୋକ୍ତା କେବଳ ଗ୍ରାମାଞ୍ଚଳର ବୋଲି ଦର୍ଶାଯାଇଛି ।

ଲୋକାଲ ୱାୟାର

Filed Under: Business, Odia Tagged With: Business

ବିଧାନସଭା ବଜେଟ୍ ଅଧିବେଶନ ଆଜିଠୁ: ୭ରେ କାମଚଳା ବଜେଟ୍

February 4, 2019 By Jharana Jena Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୪(ଲୋକାଲ ୱାୟାର): ସୋମବାର ଠାରୁ ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆସନ୍ତା ୭ ତାରିଖରେ କାମଚଳା ବଜେଟ ଆଗତ ହେବାର କାର୍ଯ୍ୟସୂଚୀ ରହିଛି ।

୯ ଦିନିଆ ଏହି ଅଧିବେଶନରେ ସପ୍ତାହେ କାର୍ଯ୍ୟଦିବସ ରହିଛି ।

୪ ରୁ ୧୨ ତାରିଖ ଯାଏ ଅନୁଷ୍ଠିତ ହେବ ବିଧାନସଭା ।

ସୋମବାର ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ରାଜ୍ୟ ସରକାର ହାତକୁ ନେଇଥିବା ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ଭାଷଣରେ ଗୃହକୁ ଅବଗତ କରାଇବେ ।

ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ୭ରେ ଲେଖାନୁଦାନ ଆସିବା ସହ ୮ ତାରିଖରେ ଆସିବ ବ୍ୟୟମଞ୍ଜୁରୀ ବିଲ୍ । ଅଧିବେଶନର ଶେଷ ଦିନକୁ ବେସରକାରୀ କାର୍ଯ୍ୟ ଦିବସ ଭାବେ ରଖାଯାଇଛି ।

ଏହି ଅଧିବେଶନ ପାଇଁ ରବିବାର ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାନସଭାରେ କ’ଣ ରଣକୌଶଳ ରହିବ ସେ ସଂପର୍କରେ ଦୁଇ ଦଳ ଆଲୋଚନା କରିଛନ୍ତି । ବିଜେପି ବିଧାୟକ ଦଳ ବୈଠକ ସୋମବାର ଅନୁଷ୍ଠିତ ହେବ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

CM launches several projects in Baripada

January 30, 2019 By Jharana Jena Leave a Comment

Baripada, Jan 30 (LocalWire) Odisha Chief Minister Naveen Patnaik on Wednesday laid foundation stones for several projects in Baripada town of Mayurbhanj district.

Addressing ‘Mission Shakti’ convention at Chhau Ground in Baripada, Patnaik announced a Ring Road will be constructed here to tackle flood situation.

He said the Biju Janata Dal (BJD) government will urge the Centre to revive and restore license of Baripada Urban Co-operative Bank. He promised financial support to it from state fund.

Patnaik said efforts are on to upgrade Baripada Ayurvedic College into a state-run government college.

The CM said a Chhau Dance Research Centre will be opened in Baripada to popularize the folk dance form.

Earlier on Wednesday, Patnaik inaugurated a bridge over Champa river on National Highway (NH) -19 in Baripada.

He also attended the opening of Mother and Child Care Unit at Udala.

Other projects inaugurated by the CM included girls’ hostels in Maharaja Purna Chandra (Autonomous) College (MPC) and MPC (Junior) College, three pipes for drinking water supply and a bridge over Budhabalanga river.

LocalWire

Filed Under: English Tagged With: Baripada, Odisha

Chit fund victims stage rally

January 29, 2019 By Jharana Jena Leave a Comment

Berhampur, Jan 29 (LocalWire) Several victims of a chit fund organization here on Tuesday staged a rally and threatened to resort to relay dharna in front of the office of the organization from Wednesday.

Hundreds of depositors walked the rally to the revenue divisional commission, southern division here and submitted a memorandum demanding return of their hard-earned invested money.

“Even though the special chit fund court on December, 23, 2015 had directed the government to refund the money to investors by identifying them, none at Golden Land Developers’ Private Limited got their invested money back so far,” said Bikram Kumar Beheruka, convener of Golden Land Victimized Investors Association.

“Though the investors have been identified, none of them got refund. Even though they are running from pillar to post, no one is listening to their grievances,” said Bal Krushan Pradhan, secretary of the association.

He said around 9 lakh investors are there across the state, out of which around 6 lakh are from Ganjam district.

“The state government has appointed a commissioner to expedite the process of refund of ponzi firms. But nothing has been materialized so far,” said Pradhan.

LocalWire

Filed Under: English Tagged With: Berhampur

ସିନେମା ହଲରେ ଛାତ୍ରୀଙ୍କୁ ବେଲ୍ଟରେ ପିଟି ଯୁବକ ଗିରଫ

January 29, 2019 By Jharana Jena Leave a Comment

ଭୁବନେଶ୍ବର, ଜାନୁଆରୀ ୨୯ (ଲୋକାଲ ୱାୟାର): କେଶରୀ ସିନେମା ହଲ ଗାଡି ଷ୍ଟାଣ୍ଡରେ ଜଣେ ଛାତ୍ରୀଙ୍କୁ ବେଲ୍ଟରେ ପିଟିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଥିବା ମଙ୍ଗଳବାର କହିଛି ।

ଗିରଫ ଯୁବକ ଡୁମୁଡୁମା ଅଞ୍ଚଳର ସୁଜନ ଦାସ। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

ସୋମବାର ସନ୍ଧ୍ୟାରେ ଓୟୁଏଟିର ଜଣେ ଛାତ୍ରୀ ତାଙ୍କର ଦୁଇ ସହପାଠିନୀଙ୍କ ସହିତ ଫିଲ୍ମ ଦେଖିବାକୁ କେଶରୀ ହଲ ଯାଇଥିଲେ ।

ସିନେମା ସାରିବା ପରେ ରାତି ପ୍ରାୟ ନଅଟା ୧୫ ସମୟରେ ଛାତ୍ରୀ ଜଣକ ଗାଡି ଷ୍ଟାଣ୍ଡରୁ ସ୍କୁଟି ବାହାର କରୁଥିଲେ । ଏତିକି ବେଳେ ଅଭିଯୁକ୍ତ ବୁଲେଟ ଆଣି ଛାତ୍ରୀଙ୍କ ସ୍କୁଟିରେ ଧକ୍କା ଦେଇଥିଲେ ।
ଛାତ୍ରୀ ଜଣକ ତଳେ ପଡିଯାଇଥିବା ବେଳେ ଅଭିଯୁକ୍ତ ଅଣଦେଖା କରି ସେଠାରୁ ବୁଲେଟ ନେଇ ପଳାଇ ଯାଉଥିଲା ।

ଛାତ୍ରୀ ଜଣକ ଏହାକୁ ବିରୋଧ କରିବାରୁ ସୁଜନ ନିଜର ବେଲ୍ଟ ବାହାର କରି ଯୁବତୀଙ୍କୁ ପିଟି ଥିଲା । ଅନ୍ୟ ଦୁଇ ସହପାଠିନୀ ପ୍ରତିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

ଉପସ୍ଥିତ ଲୋକ ଅଭିଯୁକ୍ତକୁ କାବୁ କରି ପୁଲିସକୁ ଖବର ଦେବାରୁ ଖାରବେଳନଗର ପୁଲିସ ଘଟଣସ୍ଥଳରେ ପହଞ୍ଚି ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିଲା ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଭୁବନେଶ୍ୱର

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire