କଟକ, ଜାନୁଆରୀ ୧୫(ଲୋକାଲ ୱାୟାର): ଇଟା, କରତ ଗୁଣ୍ଡ, ବିଭିନ୍ନ ଗଛର ଶୁଖିଲା ଡାଳ, ଶୁଖିଲା ପତ୍ର, ମିଥାଲ ଆଲକୋହଲ ଇତ୍ୟାଦି ମଶାଇ ପ୍ରସ୍ତୁତ ହେଉଥିବା ୨୫ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଗୁଣ୍ଡି ଓ ପାନମସଲା ଶୁକ୍ରବାର ଫୁଲନଖରା ନିକଟ ସାଶୋଳ ଗ୍ରାମରୁ ଜବତ କରାଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି ।
ବିଗତ ୧୫ ବର୍ଷ ଧରି ଜଣେ ବ୍ୟକ୍ତି ସାଶୋଳ ଗ୍ରାମରେ ଏହି ନକଲି ଜର୍ଦ୍ଦା ବା ପାନମସଲା କାରଖାନା ଚଳାଇ ଆସୁଥିଲେ ।
ଚଢ଼ାଉ ବେଳେ ପ୍ରାୟ ୨୦ କ୍ୱିଣ୍ଟାଲରୁ ଅଧିକ କଞ୍ଚାମାଲ ଓ ୨ ଶହ ବୋତଲ ରାସାୟନିକ ଦ୍ରବ୍ୟ ଜବତ ହୋଇଛି ।
ଏହି ଚଢ଼ାଉରେ ପୁଲିସ ଓ ଖାଦ୍ୟ ଏବଂ ଯୋଗାଣ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ ।
ଉଲ୍ଳେଖଯୋଗ୍ୟ, ବିଗତ ଦିନରେ କଟକ, ଜଗତପୁର ଓ ଭୁବନେଶ୍ୱରରେ ପାନମସଲା, ଘିଅ, ସୋୟାବିନ୍, ଛେନା ସମେତ ବିଭିନ୍ନ ଖାଦ୍ୟଦ୍ରବ୍ୟର ନକଲି ସାମଗ୍ରୀର କାରବାର ଠାବ ହେବାରେ ଲାଗିଛି ।
ଲୋକାଲ ୱାୟାର