• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Prabeen Sahoo

ପୁରୀ ରଥ ଟାଣିବା ଲାଗି ମେସିନ କିମ୍ବା ହାତୀ ବ୍ୟବହାର ପାଇଁ ହାଇକୋର୍ଟଙ୍କ ପରାମର୍ଶ

June 14, 2020 By Prabeen Sahoo Leave a Comment

କଟକ, ଜୁନ ୧୪ (ଲୋକାଲ ୱାୟାର) : କରୋନା ଜନିତ ସ୍ଥିତି ଲାଗି ଏଥର ରଥଯାତ୍ରା ପରିଚାଳନା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିବା ପରେ ଓଡିଶା ହାଇକୋର୍ଟ ଏଥରେ ସାମାଜିକ ଦୂରତ୍ବ ରକ୍ଷା ଲାଗି ଲାଗି ତିନିରଥଙ୍କୁ ଟାଣିବା ଲାଗି ମଣିଷ ପରିବର୍ତ୍ତେ ହାତୀ କିମ୍ବା କୌଣସି ଯାନ୍ତ୍ରୀକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିବା ଆବେଦନକାରୀଙ୍କ ଓକିଲ ଶନିବାର ଦିନ କହିଛନ୍ତି ।

ରଥଯାତ୍ରା ସପକ୍ଷ ଏବଂ ବିପକ୍ଷରେ ଏକାଧିକ ମାମଲା ହାଇକୋର୍ଟରେ ରୁଜୁ ହୋଇଥିବା ବେଳେ ଏହାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଏବଂ ବିଚାରପତି ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମତ ଦେଇଛନ୍ତି ।

ଆଇନଜୀବୀ ଦିଲ୍ଲୀପ ରାୟ ଏକ ମାମଲାରେ ଦର୍ଶାଇଥିଲେ ଯେ, ଯଦି ରଥଯାତ୍ରା ଲାଗି ଯଦି ଅନୁମତି ଦିଆଯାଏ ତେବେ କେନ୍ଦ୍ର ସରକାରଙ୍କ କୋଭିଡ-୧୯ ନେଇ ଯେଉଁ ନିର୍ଦ୍ଦେଶାବଳୀ ରହିଛି ତାହାକୁ କଡାକଡି ଭାବେ ପାଳନ କରାଯିବା ଉଚିତ୤ ଯଦି ଲୋକଙ୍କ ଦ୍ବାରା ରଥ ଟଣାଯାଏ ତେବେ ଏହି ରଥ ଟାଣିବାକୁ ଅତିକମ୍‌ରେ ୭ଶହରୁ ୮ଶହ ଲୋକଙ୍କର ଆବଶ୍ୟକତା ପଡିବ।

ଏହା ପରିବର୍ତ୍ତେ ଶକ୍ତିଶାଳୀ ଯନ୍ତ୍ର ଚାଳିତ ଯାନ ଦ୍ବାରା ରଥ ଟଣାଯିବା ଉଚିତ ।

ହାଇକୋର୍ଟ ଆବେଦନକାରୀ ଦିଲ୍ଲୀପଙ୍କ ଯୁକ୍ତିକୁ ଗ୍ରହଣ କରି ମାମଲାର ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ

ଦୁଇ ବର୍ଗ ଫୁଟ ଗଭୀର ରାସାୟିନକ ଭର୍ତ୍ତି ଗର୍ତ୍ତ ମାରିପାରିବ ପଙ୍ଗପାଳ : ଏନଆରଆରଆଇ

May 29, 2020 By Prabeen Sahoo Leave a Comment

କଟକ, ମେ ୨୯ (ଲୋକାଲ ୱାୟାର) : ଦୁଇ ବର୍ଗ ଫୁଟ ଗଭୀର ରାସାୟିନକ ଭର୍ତ୍ତି ଗର୍ତ୍ତ ପଙ୍ଗପାଳମାନଙ୍କୁ ମାରି ପାରିବ ବୋଲି କଟକ ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଏନଆରଆରଆଇ)ର କୀଟବିଜ୍ଞାନ ବିଭାଗର ପ୍ରଧାନ ବୈଜ୍ଞାନିକ ଡ. ଶ୍ୟାମାରଞ୍ଜନ ଦାସମହାପାତ୍ର ଶନିବାର ଦିନ କହିଛନ୍ତି ।

ଖାଦ୍ୟ ଏବଂ କୃଷି ସଂଗଠନର ସୂଚନା ଅନୁଯାୟୀ ଚଳିତ ମେ ମାସ ୨୬ ତାରିଖ ସୁଦ୍ଧା ଗୋଟିଏ ପଙ୍ଗପାଳ ଦଳ ରାଜସ୍ଥାନ ଅତିକ୍ରମ କରି ମଧ୍ୟପ୍ରଦେଶ ରାଜ୍ୟର ଭୋପାଳର ଉତ୍ତର-ପୂର୍ବ ଦିଗ ପର୍ଯ୍ୟନ୍ତ ପହଞ୍ଚି ଗଲେଣି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅମ୍ଫାନ ଦ୍ଵାରା ଶକ୍ତିଶାଳୀ ପଶ୍ଚିମାଭିମୁଖୀ ପବନ ପଙ୍ଗପାଳ ଦଳର ଗତି ପଥକୁ ପ୍ରଭାବିତ କରିଛି ।

ଖାଦ୍ୟ ଏବଂ କୃଷି ସଂଗଠନର ପୂର୍ବାନୁମାନ ଅନୁଯାୟୀ ଜୁଲାଇ ପର୍ଯ୍ୟନ୍ତ ରାଜସ୍ଥାନରେ ପଙ୍ଗପାଳ ଦଳର ପ୍ରକୋପ ରହିବାର ସମ୍ଭାବନା ରହିଛି ତଥା ପୂର୍ବାଭିମୂଖୀ ହୋଇ ବିହାର ଓ ଓଡିଶା ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ଏନଆରଆରଆଇ ପକ୍ଷରୁ ଏହାର ନିରାକରଣ ଦିଗରେ ପଦକ୍ଷେପ ନିଆଯାଉଛି ।

ବିଶେଷ କରି ଏହି ପଙ୍ଗପାଳ ଯଦି ନିର୍ଦ୍ଧାରିତ ସମୟରେ ରାଜ୍ୟରେ ପହଞ୍ଚି ଯାଆନ୍ତି ତା ହେଲେ ଧାନଫସଲକୁ ବେଶୀ କ୍ଷତି ପହଞ୍ଚାଇବେ।

ଏହି ଶୁଷ୍କ ଅବସ୍ଥାରେ ଓ ପଙ୍ଗପାଳର ଖାଦ୍ୟାଭାବ ଦେଖାଦେଲେ ଏକକ(ସୋଲିଟାରୀ) ପଙ୍ଗପାଳ ସୀମିତ ସବୁଜ ଉଦ୍ଭିଦ ଆବରଣ ଥିବା କ୍ଷେତ୍ରରେ ଏକତ୍ର ହୋଇଥାନ୍ତି ।

ସେ ସମୟରେ ପଙ୍ଗପାଳ ତାଙ୍କର କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀରୁ ସେରୋଟନିନ ନାମକ ରାସାୟନିକ ପଦାର୍ଥ ନିର୍ଗତ କରିଥାନ୍ତି ।

ଏହି ରାସାୟନିକ ପଦାର୍ଥ ପଙ୍ଗପାଳମାନଙ୍କୁ ଅଧିକ ସହଭାଗୀ, ଦ୍ରୁତ ଗତିରେ ଯିବା ଏବଂ ଅଧିକ ହଜମ ଶକ୍ତି ବଢାଇବାର ସାହାଯ୍ୟ କରିଥାଏ ।

ବର୍ଷା ସମୟରେ ମାଟିର ଆର୍ଦ୍ରତା ଏବଂ ଜମିରେ ଉଦ୍ଭିଦ ଆବରଣ ବଢିଥାଏ । ସେହି ସମୟରେ ପଙ୍ଗପାଳ ଅଧିକ ମାତ୍ରାରେ ନିଜର ବଂଶବୃଦ୍ଧି କରିଥାନ୍ତି ।

ଆମର ସୀମାବର୍ତ୍ତୀ ରାଜ୍ୟରେ ପଙ୍ଗପାଳ ଦଳ ପହଞ୍ଚିବାର ସୂଚନା ପାଇଲେ କ୍ଷେତରେ ଯାନ୍ତ୍ରିକ ପଦ୍ଧତିରେ ପଙ୍ଗପାଳ ଦମନ କରିବା ପାଇଁ ୨ ଫୁଟ ଓସାର ଓ ୨ ଫୁଟ ଗଭୀରର ଖାଲ ଖୋଳି ସେଥିରେ କୀଟନାଶକ ଯେପରିକି ମାଲାଥିଅନ ୫% ଡିପି କିମ୍ବା କୁଇନାଲଫସ ୧.୫% ଡିପି ଆଦି ପ୍ରୟୋଗ କଲେ ପଙ୍ଗପାଳ ଖାଲରେ ପଡି ମରିପାରିବେ।

ସେହିପରି ନିମ୍ବ ଆଧାରିତ କୀଟନାଶକ ଏହାକୁ କେତେକାଂଶରେ ଦମନ କରିବାରେ ସହାୟକ ହୋଇପାରିବ ।

ପଙ୍ଗପାଳ ଦ୍ଵାରା ଗୋଟିଏ ବର୍ଗ କିଲୋମିଟର ଆଚ୍ଛାଦିତ କ୍ଷେତ୍ରଫଳରେ ପ୍ରାୟ ୪୦ ରୁ ୮୦ ଲକ୍ଷ ସଂଖ୍ୟାର ପଙ୍ଗପାଳ ଥାଆନ୍ତି ।

ଗୋଟିଏ ବୃହତାକାର ପଙ୍ଗପାଳ ଦିନକରେ ୩୫ ଲୋକଙ୍କର ଖାଦ୍ୟ ଖାଇଯାଇଥାନ୍ତି । ଗୋଟିଏ ପଙ୍ଗପାଳ ଦିନକୁ ନିଜ ଓଜନର ଖାଦ୍ୟ ଖାଇଥାଏ ।

ଗୋଟିଏ ମାଈ ପଙ୍ଗପାଳ ନିଜର ଜୀବନ କାଳରେ ପ୍ରାୟ ୬୦ ରୁ ୮୦ ଟି ଅଣ୍ଡା ଦେଇଥାନ୍ତି ।

ଏହି ପଙ୍ଗପାଳ ଘଣ୍ଟାକୁ ୧୬ ରୁ ୧୯ କିଲୋମିଟର ବେଗରେ ଗତି କରିଥାନ୍ତି ତଥା ଦିନକରେ ୫ ରୁ ୧୩୦ କିଲୋମିଟର ଦୂରତା ଅତିକ୍ରମ କରିଥାନ୍ତି ।

ସାଧାରଣତଃ ଏକକ ପଙ୍ଗପାଳ ରାତିରେ ଉଡିଥାନ୍ତି ଏବଂ ଗ୍ରେଗ ପଙ୍ଗପାଳ ଦିନରେ ଉଡିଥାନ୍ତି ।

ରସାୟନିକ କୀଟନାଶକ ଖାଦ୍ୟରେ ମିଶ୍ରିତ ବିଷ ଥୋପ ପ୍ରସ୍ତୁତ କରାଯାଇ ଜାଗା ଜାଗାରେ ରଖିଲେ ପଙ୍ଗପାଳ ସେହି ଥୋପକୁ ଖାଇ ମରନ୍ତି ।

ଏନଆରଆଇ ପକ୍ଷରୁ ମଧ୍ୟ ଏ ନେଇ ଚାଷୀଙ୍କ ଉଦ୍ଦେଶ୍ୟରେ ସତର୍କ ସୂଚନା ଦିଆଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

ରାଜ୍ୟରେ କଟକର ପ୍ରଥମ ଡାକ୍ତର କରୋନା ଆକ୍ରାନ୍ତ

May 27, 2020 By Prabeen Sahoo Leave a Comment

କଟକ, ମେ ୨୭ (ଲୋକାଲ ୱାୟାର) : ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିବା ବେଳେ ସମ୍ପୃକ୍ତ ଡାକ୍ତର ଜଣକ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ସିଟି ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ବୋଲି କଟକ ମହାନଗର ନିଗର ଜଣେ ଅଧିକାରୀ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ।

କିଛି ଦିନ ତଳେ ସେ ଥଣ୍ଡା ଓ ଜ୍ୱରରେ ପୀଡିତ ଥିବାରୁ ତାଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା।

ଏହି ରିପୋର୍ଟ ମଙ୍ଗଳବାର ଆସିଥିବା ବେଳେ ତାହା କୋଭିଡ ପଜିଟିଭ ବୋଲି ଜଣାପଡିଛି।

ଏଣୁ ତାଙ୍କୁ ଚିକିତ୍ସା ଲାଗି କଟକର ଅଶ୍ବିନୀ କୋଭିଡ-୧୯ ହସ୍ପିଟାଲକୁ ପଠାଯାଇଛି।

ଆକ୍ରାନ୍ତ ଡାକ୍ତରଙ୍କ ପତ୍ନୀ କେନ୍ଦ୍ରାପଡାରେ ରହୁଥିଲେ। ସେ କିଛି ଦିନ ତଳେ ତାଙ୍କୁ ଆଣିବାକୁ କେନ୍ଦ୍ରାପଡା ଯାଇଥିଲେ।

ସେଠାରୁ ଫେରିବା ପରେ ତାଙ୍କୁ ଥଣ୍ଡା ଓ ଜ୍ୱର ଲାଗି ରହିଥିଲା ।

କେନ୍ଦ୍ରାପଡା ଅଞ୍ଚଳ ରେଡ ଜୋନ ହୋଇଥିବାରୁ କରୋନା ସନ୍ଦେହ କରି ତାଙ୍କର ସ୍ୱାବ ପରୀକ୍ଷା ଲାଗି ସଂଗ୍ରହ କରାଯାଇଥିଲା।

ସିଟିହସ୍ପିଟାଲରେ ତାଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ କର୍ମଚାରୀଙ୍କୁ ମିଶାଇ ମୋଟ ୨୦ଜଣଙ୍କର ସ୍ୱାବ ନମୂନା ସଂଗ୍ରହ କରାଯାଇ ଲାବୋରୋଟୋରୀକୁ ପରୀକ୍ଷା ନିମନ୍ତେ ପଠାଯାଇଛି ।

ଫଳରେ ସିଟି ହସ୍ପିଟାଲର ଡାକ୍ତର,କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ ଏହା ଆତଙ୍କ ଖେଳାଇ ଦେଇଛି।

ଏବେ ସିଟି ହସ୍ପିଟାଲକୁ ସମ୍ପୂର୍ଣ୍ଣ ସାନିଟାଇଜେସନ କରାଯାଇଛି । ତାଙ୍କ ପତ୍ନୀଙ୍କର ମଧ୍ୟ ସ୍ୱାବ ସଂଗ୍ରହ କରାଯାଇ ଅବଜରଭେସନରେ ରଖାଯାଇଛି ।

ଡାକ୍ତରଙ୍କ ଟ୍ରାଭେଲ ହିଷ୍ଟ୍ରି ଓ ତାଙ୍କ ସଂସ୍ପର୍ଶରେ କେଉଁ ମାନେ ଅଛନ୍ତି ସେଗୁଡିକୁ ଯାଞ୍ଚ କରାଯାଉଛି ।

ଖୁବ ଶୀଘ୍ର ରିପୋର୍ଟ ମିଳିବା ପରେ ସେମାନଙ୍କ ମଧ୍ୟ ପରୀକ୍ଷା କରାଯିବ ।

ଅନ୍ୟପକ୍ଷରେ କଟକ ଜିଲ୍ଲାରେ ମୋଟ ୧୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି ‌।

ସେମାନଙ୍କ ମଧ୍ୟରୁ କଟକ ମହାନଗର ନିଗମ ଅନ୍ତର୍ଗତ ୪ଜଣଙ୍କ ସ୍ୱାବ ନମୂନାରୁ କରୋନା ପଜିଟିଭ ବାହାରିବାରୁ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କଟକ ସହରର ୪ ଜଣ ସକ୍ରିୟ ରୋଗୀଙ୍କ ମଧ୍ୟରୁ ୩ଜଣଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ସେମାନେ ଦୁବାଇ ଲିଙ୍କରେ ଥିବାବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଲିଙ୍କରେ ଥିବା ସିଏମସି ପକ୍ଷରୁ କୁହାଯାଇଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ

ବେଆଇନ ଟଙ୍କା ସହ ଫରେଷ୍ଟ ରେଞ୍ଜ ଅଫିସର ଧରାପଡିଲେ : ଭିଜିଲାନ୍ସର ତନାଘନା

May 26, 2020 By Prabeen Sahoo Leave a Comment

କଟକ, ମେ ୨୬ (ଲୋକାଲ ୱାୟାର) : ଏକ ବଲେରୋ ଗାଡିରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କା ଧରି ଯାଉଥିବା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅଫିସର ମନମୋହନ ସ୍ବାଇଁ କଟକ ମହାନଦୀର ମୁଣ୍ଡଳୀ ବ୍ରିଜ ନିକଟରେ କଟକ ଭିଜିଲାନ୍ସ ସେଲ ଟିମ ହାତରେ ଧରାପଡିଥିବା ଜଣେ ଅଧିକାରୀ ମଙ୍ଗଳବାର ଦିନ କହିଛନ୍ତି ।

ମନମୋହନ ବିଭିନ୍ନ ସୂତ୍ରରୁ ବେଆଇନ ଭାବେ ଟଙ୍କା ଆଦାୟ କରି ଅନୁଗୁଳରୁ ଭୁବନେଶ୍ବର ଅଭିମୁଖେ ଏକ ଘରୋଇ ବଲେରୋ ଗାଡି (ଓଡି୦୨ଏପି ୪୨୮୮)ରେ ଯାଉଥିବା ଖବର ପାଇ ଭିଜିଲାନ୍ସ ପକ୍ଷରୁ ତାଙ୍କର ଗତିବିଧି ଉପରେ ନଜର ରଖାଯାଇଥିଲା ।

ମୁଣ୍ଡଳୀ ନିକଟରେ ତାଙ୍କ ଗାଡିକୁ ଅଟକାଇ ଭିଜିଲାନ୍ସ ଟିମ ଯାଞ୍ଚ କଲା ବେଳେ ଗାଡିରୁ ୨ ଲକ୍ଷ ୭୯ହଜାର୩୦୦ଟଙ୍କା ମିଳିଥିଲା । ଏହି ଟଙ୍କାର ପ୍ରମାଣ ସେ ଦେଖାଇ ପାରିନଥିଲେ ।

ଏହାପରେ ତାଙ୍କ ଛେଣ୍ଡିପଦା ସରକାରୀ କ୍ବାର୍ଟରସ, ଯାଜପୁର ଜିଲ୍ଲା ଧର୍ମଶାଳା ଖଣ୍ଡିଆବନ୍ଧ ଠାରେ ଥିବା କୋଠା, ବଲାଙ୍ଗୀରସ୍ଥିତ ଭଡାଘର ଆଦି ଯାଞ୍ଚ କରାଯାଇଥିଲା ।

ଛେଣ୍ଡିପଦା ସରକାରୀ କ୍ବାର୍ଟରସରୁ ନଗଦ ୫୦ ହଜାର ଟଙ୍କା ମିଳିଥିବା ବେଳେ ଏ ସଂକ୍ରାନ୍ତରେ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ ଜାରି ରହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଅନୁଗୁଳ, ଓଡିଶା, କଟକ

ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ କଟକରେ ଅନଲାଇନରେ ମଦ ବିକିବାକୁ ରାଜି ହେଲେ ବ୍ୟବସାୟୀ

May 24, 2020 By Prabeen Sahoo Leave a Comment

କଟକ, ମେ ୨୪ (ଲୋକାଲ ୱାୟାର) : ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ କଟକରେ ଅନଲାଇନରେ ମଦ ବିକିବାକୁ ବ୍ୟବସାୟୀମାନେ ରବିବାର ରାତିରେ ରାଜି ହୋଇଥିବା ଜଣେ ଅଧିକାରୀ କହିଛନ୍ତି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରବିବାର ଠାରୁ ସମଗ୍ର ରାଜ୍ୟରେ ଅନଲାଇନରେ ମଦ ବିକ୍ରି ହେବାର ଥିଲେ ମଧ୍ୟ କଟକରେ ମଦ ବ୍ୟବସାୟୀମାନେ ଏହାକୁ ବିରୋଧ କରିବାରୁ ରବିାର ମଦ ଦୋକାନ ଖୋଲିନଥିଲା ।

କଟକ ମଦ ବ୍ୟବସାୟୀ ସଂଘର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହିତ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ ।

ତେବେ ଶେଷରେ ସେମାନେ ସୋମବାର ଠାରୁ ମଦ ଅନଲାଇନରେ ବିକିବାକୁ ରାଜି ହୋଇଛନ୍ତି । ସରକାରଙ୍କ ଧାର୍ଯ୍ୟ ପ୍ରକ୍ରିୟା ଅନୁସାରେ ଏହା ଚାଲୁ ରହିବ ବୋଲି ଜଣାପଡିଛି ।

ବିଶେଷକରି ମଦ ଦୋକାନ ଖୋଲି ଅନଲାଇନରେ ବିକ୍ରି କଲେ ସେମାନଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ପରେ କଟକ ଡିସିପି ଅଖିଳେଶ୍ବର ସିଂହ ସୁରକ୍ଷା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ

ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ : ହାଇକୋର୍ଟ

May 23, 2020 By Prabeen Sahoo Leave a Comment

କଟକ, ମେ ୨୩ (ଲୋକାଲ ୱାୟାର): ଉଭୟଙ୍କ ସହମତିରେ ଶାରୀରିକ ସମ୍ପର୍କ ରଖିବା ରଖିବା ଅର୍ଥ ବାଳାତ୍କାର ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ ଦେଇଥିବା ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ଧଳ ଶନିବାର ଦିନ କହିଛନ୍ତି।

କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ଥାନା ଅଞ୍ଚଳର ଜି. ଅଚ୍ୟୁତ କୁମାର ଜଣେ ୧୯ ବର୍ଷିୟା ଅନୁସୂଚୀତ ଉପଜାତିର ଜଣେ ବାଳିକାକୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିଲେ।

ଏଥିରେ ବାଳିକା ଜଣକ ଅନ୍ତଃସତ୍ତ୍ବା ହେବାରୁ ଅଭିଯୁକ୍ତ ତାଙ୍କ ଗର୍ଭ ନଷ୍ଟ କରିଥିବା ନେଇ ଅଭିଯୋଗ ହୋଇଥିଲା।

ଏହି ମାମଲାରେ ଗିରଫ ଅଚ୍ୟୁତ କୁମାରଙ୍କ ଜାମିନ ଆବେଦନକୁ କୋରାପୁଟ-ଜୟପୁର ସ୍ବତନ୍ତ୍ର ଦୌରାଜଜ ନାମଞ୍ଜୁର କରିବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା।

ନିମ୍ନ ଅଦାଲତଙ୍କ ଆଦେଶ ବିରୋଧରେ ଅଚ୍ୟୁତ କୁମାର ଓଡିଶା ହାଇକୋର୍ଟରେ ଅପିଲ କରିଥିଲେ।

ଏହି ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟର ବିଚାରପତି ସଞ୍ଜିବ କୁମାର ପାଣିଗ୍ରାହୀ ଉପରୋକ୍ତ ମନ୍ତବ୍ୟ ଦେବା ସହ ନିମ୍ନ ଅଦାଲତର ଆଦେଶକୁ ଖାରଜ କରି ଆବେଦନକାରୀ ଅଚ୍ୟୁତ କୁମାରଙ୍କୁ ଜାମିନ ଦେବାକୁ ଆଦେଶ ଦେଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବୀ ପ୍ରସାଦ ଧଳ ଯୁକ୍ତି କରିଥିଲେ ଯେ, ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ରୁଜୁ କରିଥିବା ଭାରତୀୟ ଦଣ୍ଡବିଧି ଆଇନର ୩୭୬(ବଳାତ୍କାର) ଦଫା ପ୍ରଯୁଜ୍ୟ ନୁହେଁ।

ତେବେ ସରକାରଙ୍କ ପକ୍ଷରୁ ଆଇନଜୀବୀ ସଂଗ୍ରାମ କେଶରୀ ମିଶ୍ର ଏହାକୁ ବିରୋଧ କରିଥିଲେ।

ଉଭୟ ପକ୍ଷର ଯୁକ୍ତି ଓ ପ୍ରତିଯୁକ୍ତି ଶୁଣିବା ପରେ ହାଇକୋର୍ଟ ଉପରୋକ୍ତ ରାୟ ଦେଇ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ୪ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିବା ପ୍ରାଥମିକ ପ୍ରମାଣରୁ ଜଣାପଡିଛି।

ଏକଥା ମଧ୍ୟ ପୀଡିତା ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରେ ପୀଡିତାଙ୍କ ଅଭିଯୋଗ ମଧ୍ୟ ସତ୍ୟ ଅଟେ।

ଅଭିଯୁକ୍ତ ତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଧାରରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା।

ସହମତି ଭିତ୍ତିରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା।

ଉଭୟ ଅଭିଯୁକ୍ତ ଏବଂ ପୀଡିତା ପ୍ରାପ୍ତ ବୟସ୍କ ଏବଂ ସୁସ୍ଥ ମାନସିକତାର ହୋଇଥିବାରୁ ତାଙ୍କୁ କେହି ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାଧ୍ୟ କରି ଶାରିରୀକ ସମ୍ପର୍କ ରକ୍ଷା କରିବାର ପ୍ରଶ୍ନ ଉଠୁନାହିଁ।

ଏ କ୍ଷେତ୍ରରେ ଶାରୀରିକ ସମ୍ପର୍କକୁ ବଳାତ୍କାର ଭାବେ ଧରାଯିବ ନାହିଁ।

ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର କି’ ନୁହେଁ ସେ ନେଇ ବିଭିନ୍ନ ଅଦାଲତରେ ହୋଇଥିବା ତର୍ଜମାକୁ ହାଇକୋର୍ଟ ରାୟରେ ଉଲ୍ଲେଖ କରାଯିବା ସହ ଏହି ଘଟଣାରେ ଆଇନ ପ୍ରଣେତାମାନଙ୍କର ଆଭିମୁଖ୍ୟରେ ରହିଥିବା ସ୍ପଷ୍ଟତାକୁ ଗୁରୁତ୍ବ ଦେଇ ହାଇକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ

ସାବତ ମା’ ଚେଙ୍କରେ ନାବାଳକ ଆହତ : ଥାନାରେ ମାମଲା

May 20, 2020 By Prabeen Sahoo Leave a Comment

କଟକ, ମେ ୧୯ (ଲୋକାଲ ୱାୟାର) : ସାବତ ମା’ର ତତଲା ଚେଙ୍କରେ ଆହତ ଜଣେ ନାବାଳକକୁ ଚାଇଲ୍ଡ ଲାଇନ ଉଦ୍ଧାର କରିବା ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ସହ ଏ ନେଇ ମର୍କତନଗର ଥାନାରେ ଏକ ଏତଲା ଦିଆଯାଇଥିବା ଜଣେ ଅଧିକାରୀ ମଙ୍ଗଳବାର ଦିନ କହିଛନ୍ତି।

ମର୍କତନଗର ସେକ୍ଟର-୭ ପ୍ଲଟ ନଂ ଜି/୩୧ରେ ରହୁଥିବା ତାଡେକ ସାଓଙ୍କ ପ୍ରଥମ ପତ୍ନୀ ୬ ବର୍ଷ ପୂର୍ବେ କେଉଁଆଡେ ଚାଲିଯିବା ପରେ ସେ ରାନୀ ସାଓଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି।

ପ୍ରଥମ ପତ୍ନୀଙ୍କର ୭ ବର୍ଷର ପୁଅ ତାଙ୍କ ପାଖରେ ରହୁଛି। ଉକ୍ତ ନାବାଳକ ପୁଅକୁ ରାନୀ ନିର୍ଯ୍ୟାତନା ଦେଉଥିଲେ।

ସୋମବାର ଦିନ ରାନୀ ଏକ ଛୁରୀକୁ ଗରମ କରି ଉକ୍ତ ନାବାଳକ ମୁହଁରେ ଚେଙ୍କ ଦେଇଥିଲେ। ଫଳରେ ନାବାଳକଙ୍କ ମୁହଁ, ନାକ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ମଙ୍ଗଳବାର ଏ ବିଷୟରେ ସୂଚନା ପାଇ ଶିଶୁ ସୁରକ୍ଷା କମିଟି ସଦସ୍ୟା ପ୍ରଗତୀ ମହାନ୍ତି ଚାଇଲ୍ଡ ଲାଇନକୁ ଜଣାଇବା ପରେ ଚାଇଲ୍ଡ ଲାଇନ ସଂଯୋଜକ ନାରାୟଣ ଶୁକ୍ଳା, ସଦସ୍ୟ ଅତୁଲ୍ୟ ଚନ୍ଦ୍ର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଉପରୋକ୍ତ ପଦକ୍ଷେପ ନେଇଛନ୍ତି।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ

ସମସ୍ତଙ୍କୁ ୩ ମାସର ଖାଦ୍ୟ ସାମଗ୍ରୀ ପ୍ରଦାନ ମାମଲାରେ ସରକାରଙ୍କୁ ନୋଟିସ

May 19, 2020 By Prabeen Sahoo Leave a Comment

କଟକ, ମେ ୧୯ (ଲୋକାଲ ୱାୟାର) : ମହାମାରୀ କରୋନା ସଂକ୍ରମଣକୁ ରୋକିବାକୁ ଜାରି ହୋଇଥିବା ଲକ ଡାଉନ ଯୋଗୁ ରୋଜଗାର ହରାଇଥିବା ସମସ୍ତ ପରିବାରକୁ ରାସନ ସାମଗ୍ରୀ ଯୋଗାଇବା ଲାଗି ଆଗତ ଦୁଇଟି ଜନସ୍ବାର୍ଥ ସମ୍ବଳିତ ମାମଲାକୁ ଏକତ୍ର ଶୁଣାଣି କରି ଏ ନେଇ ଜବାବ ଦାଖଲ କରିବାକୁ ଓଡିଶା ହାଇକୋର୍ଟ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

କଟକର ସମାଜସେବୀ ଅଧ୍ୟାପକ ବିଶ୍ୱାବସୁ ଦାସ ଏବଂ ଆଇନଜୀବୀ ଦିଲ୍ଲୀପ ରାୟଙ୍କ ପକ୍ଷରୁ ଏ ସମ୍ପର୍କରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି।

ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଏବଂ ବିଚାରପତି ବିଶ୍ୱଜିତ ମହାନ୍ତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଉପରୋକ୍ତ ନୋଟିସ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୨୬ ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି।

ଆବେଦନକାରୀ ଦର୍ଶାଇଛନ୍ତି ଯେ ଅଧିକାଂଶ ଲୋକ କାମଧନ୍ଦା ନ ପାଇ ଘରେ ବସିଛନ୍ତି।

କାମ ହରାଇଥିବା ପୁରୁଷ ବା ମହିଳାଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟ ଖାଦ୍ୟାଭାବର ଶିକାର ହୋଇଛନ୍ତି।

ଏଣୁ ସମସ୍ତଙ୍କୁ ଆସନ୍ତା ୩ ମାସ ଲାଗି ଖାଉଟି ସାମଗ୍ରୀ ଦିଆଯାଉ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ

ଲକ୍ ଡାଉନ୍‌କୁ ନେଇ ରିଲିଜ ହେଲା ଅଡିଓ ‘ମାନନୀୟ ମୁଖ୍ୟମନ୍ତ୍ରୀ’

May 18, 2020 By Prabeen Sahoo Leave a Comment

କଟକ, ମେ ୧୮ (ଲୋକାଲ ୱାୟାର) : ଲକ ଡାଉନରେ ଓଡିଆ ସଙ୍ଗୀତ ଜଗତର ଦୁଃଖ ଓ ଦୁର୍ଦ୍ଦଶାକୁ ବର୍ଣ୍ଣନା କରି ରବିବାର ଦିନ ଅଡିଓ କ୍ୟାସେଟ ‘ମାନନୀୟ ମୁଖ୍ୟମନ୍ତ୍ରୀ’ ରିଲିଜ ହୋଇଛି ।

ଏହି ଗୀତ ମାଧ୍ୟମରେ କଳାକାରମାନଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଛି ।

କୋଭିଡ-୧୯ ମୁକବିଲା ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଏଥିରେ ପ୍ରଶଂସା କରିବା ସହ କଳାକାରଙ୍କ ପ୍ରତି ସହାୟତାର ହାତ ବଢାଇବାକୁ ନିବେଦନ କରାଯାଇଛି ।

ଏହାକୁ ଓଡ଼ିଶା ମ୍ୟୁଜିକ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନର ସାଧାରଣ ସଂପାଦକ ତଥା ଅଭିନେତା ଜିତୁ ମଙ୍ଗରାଜ ପ୍ରଯୋଜନା କରିଥିବା ବେଳେ ଏହାର ଗୀତ ରଚନା, ସଙ୍ଗୀତ ନିର୍ଦ୍ଦେଶନା ସାଙ୍ଗକୁ କଣ୍ଠଦାନ କରିଛନ୍ତି ଅଭିଜିତ ମଜୁମଦାର ।

ଏହି ଗୀତଟିର ପରିଚାଳନା କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ମିହିର ମହାନ୍ତି । ଏହାର ପ୍ରଡଡକସନ ଡିଜାଇନ କରିଛନ୍ତି ବୀରେନ୍ଦ୍ର କୁମାର । ଏହି ଗୀତର ଚିତ୍ରାୟନର ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ-ଟୁବୁନ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ

ଲକ୍ ଡାଉନ୍ ପାଇଁ କ୍ଷତିରେ ଯୋବ୍ରା ସାମୁଦ୍ରିକ ସଂଗ୍ରହାଳୟ

May 14, 2020 By Prabeen Sahoo Leave a Comment

କଟକ, ମେ’ ୧୪ (ଲୋକାଲ ୱାୟାର) : କରୋନା ଲକ୍ ଡାଉନ୍ ପାଇଁ କଟକ ଯୋବ୍ରା ସ୍ଥିତ ସାମୁଦ୍ରିକ ସଂଗ୍ରହାଳୟ ଦେଢମାସ ହେବ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି । ଫଳରେ ମ୍ୟୁଜିୟମର ଆୟ ପ୍ରଭାବିତ ହୋଇଥିବା ଜଣେ ପଦାଧିକାରୀ ବୁଧବାର କହିଛନ୍ତି ।

ମ୍ୟୁଜିୟମର ପ୍ରତିଷ୍ଠା ଦିନ ଠାରୁ ଏ ପର୍ଯ୍ୟନ୍ତ ପରିଦର୍ଶକଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଆୟ ମଧ୍ୟ ବଢିଥିଲା ।

ମ୍ୟୁଜିୟମର ଆୟ ଚଳିତ ଆର୍ଥିକ ବର୍ଷରେ ୬୦ ଲକ୍ଷ ଟଙ୍କା ଟପିଛି ।

ଲକ୍ ଡାଉନ୍ ପୂର୍ବରୁ ରାଜ୍ୟ ଓ ରାଜ୍ୟ ବାହାରୁ ଦୈନକ ୫୦୦ ରୁ ୬୦୦ ଜଣ ପର୍ଯ୍ୟଟକ ମ୍ୟୁଜିୟମକୁ ପରିଦର୍ଶନ କରିବାକୁ ଆସୁଥିଲେ ।

ବିଗତ ୬ ବର୍ଷରେ ଏଠାକୁ ପ୍ରାୟ ୨୭୦ ଜଣ ବିଦେଶୀ ପର୍ଯ୍ୟଟକ ମଧ୍ୟ ଆସିଛନ୍ତି ।

୨୦୧୮-୧୯ରେ ଏଠାକୁ ମୋଟ ୧ ଲକ୍ଷ ୩୦ ହଜାର ୭୪୦ ଜଣ ପର‌୍ୟ୍ୟଟକ ଆସିଥିଲା ବେଳେ ୫୪ ଲକ୍ଷ ୯୭ହଜାର ୬୩୨ ଟଙ୍କା ଆୟ ହୋଇଥିଲା । ୨୦୧୯-୨୦ରେ ମାର୍ଚ୍ଚ ପୂର୍ବରୁ ଏହା ୬୦ ଲକ୍ଷ ଟପିଛି ।

ମ୍ୟୁଜିୟମରେ ରାଜ୍ୟର ସର୍ବବୃହତ ଆକ୍ୱାରିୟମ ଓ ଥ୍ରୀ-ଡି ଥିଏଟର ପ୍ରତିଷ୍ଠା ହେବା ପରଠାରୁ ମ୍ୟୁଜିୟମର ଆୟ ପାଖାପାଖି ୩୦ରୁ ୪୦ ପ୍ରତିଶତ ବଢିଛି ।

ମ୍ୟୁଜିୟମ ପରିସରରେ ପାର୍କିଂ ଫି ବାବଦରେ ୨ ଟଙ୍କାରୁ ୭୫ଟଙ୍କା ପର‌୍ୟ୍ୟନ୍ତ ଆଦାୟ କରାଯାଉଛି ।

ସେହିପରି ପ୍ରବେଶ ଫି ୧୦ ଟଙ୍କା ଓ ଆକ୍ୱାରିୟମ ପାଇଁ ୩୦ ଟଙ୍କା ରଖାଯାଇଛି । ଏହା ବାଦ ମ୍ୟୁଜିୟମର କନଭେନସନ ହଲ ମଲଟିମିଡିଆ ରୁମ ଆଦିର ଦୈନିକ ଭଡା ଯଥାକ୍ରମେ ୩୫୦୦ ଓ ୬୦୦୦ଟଙ୍କା ରଖାଯାଇଛି ।

ଥିଏଟର ପାଇଁ ଜଣକ ପିଛା ୬୦ ଟଙ୍କା ଥିବା ବେଳେ ଆକ୍ୱାରିୟମ ପାଇଁ ୩୦ ଟଙ୍କା ଧାର‌୍ୟ୍ୟ କରାଯାଇଛି । ତେବେ ଏ ସବୁ ବାବଦରୁ ମ୍ୟୁଜିୟମର ଆୟ ବଢିଛି ।

ମ୍ୟୁଜିୟମକୁ ଆସୁଥିବା ବିଦେଶୀ ପର‌୍ୟ୍ୟଟକଙ୍କ ଫି ୧୦୦ ଟଙ୍କା ରଖାଯାଇଛି । ତେବେ ଲକ ଡାଉନ ଯୋଗୁ ଏସବୁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ମ୍ୟୁଜିୟମରେ ୧ କୋଟି ୪୭ଲକ୍ଷ ଟଙ୍କା ବ୍ୟୟରେ ଆକ୍ବାରିୟମ ସଂପ୍ରସାରଣ ଓ ୪୭ଲକ୍ଷ ଟଙ୍କା ବ୍ୟୟରେ ମିରର ଇମେଜ ବ୍ୟବସ୍ଥା ଲାଗି ଲକଡାଉନ ପୂର୍ବରୁ ପ୍ରାରମ୍ଭିକ କାମ ଆରମ୍ଭ ହୋଇଥିଲା ଏବେ ଏହା ବନ୍ଦ ହୋଇଯାଇଛି ବୋଲି ସମ୍ପୃକ୍ତ ପଦାଧିକାରୀ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କଟକ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 180
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire