• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

Priyanka Mahanta

3-time MLA Manohar Randhari becomes paddy farmer 2 months a year

August 20, 2020 By Priyanka Mahanta Leave a Comment

Bhubaneswar, August 20 (LocalWire): Manohar Randhari, a three-time MLA from Nabarangpur district, carries out paddy farming two months every year on his farmland.

Recently, a photo went viral on social media of Randhari working on his land.

The three-time MLA has earned praised from Vice President M Venkaiah Naidu and Chief Minister Naveen Patnaik for his activities.

“Odisha MLA Manohar Randhari works for two months on his paddy farm every year,” the Vice President wrote on his Twitter handle.

“Young people should not hesitate to help out in farming or farming-related activities,” Naidu quoted Randhari in his post.

Retweeting the Vice President’s tweet, Chief Minister Naveen Patnaik said that Randhari had set an example for others to follow.

Notably, while people are hesitant to venture into farming because of the hard work, low benefits and unpredictable nature of the work, Randhari works on his paddy farm at least two months a year.

Dabuga’s BJD MLA Manohar Randhari has sowed paddy this year on his land in Pujaripada after the rains favoured the kharif crop this year.

Randhari has employed labourers in order to finish the sowing of the paddy seeds before the Monsoon Session of the Vidhan Sabha.

“I don’t do the farming for the photos or publicity. I became an MLA in order to serve the people, but I am a farmer by profession,” he says.

“As I was an only son, I always helped out my father in his farm work. My father was a paddy farmer. I have nearly 25 acres of land in rainy areas like Pujaripada, Kesariguda and Bhatigaon,” he added.

Randhari, an MLA from Nabarangpur in 2009 and 2014, won the election from Dabuga in 2014.

He puts in a month of cultivation work every year before the winter harvest.

“My work as an MLA is not affected by my farm duties. I speak with my constituents in the evenings whenever I work on my farm during the day,” he said.

After keeping nearly 10 quintals of rice aside for guests and friends, he earns nearly 7-8 lakhs a year from selling his paddy in the market.

“Everyone should work in a farm. Farming helps to fulfill one’s own needs as well as the needs of other people by selling the produce in the market,” he says.

“I hope that other people will be inspired by my activities,” he added.

“If farmers can produce more and stockpile raw materials, the agro-based industries will definitely prosper,” he said.

“I never hesitate to introduce myself as a farmer. If the youth of today come forward to cultivate, they will be able to make a different and better identity for themselves in the society,” he said.

LocalWire

Filed Under: English Tagged With: Odisha

ଆଜି ରସଗୋଲା ଦିବସ : ରସଗୋଲା ବିଷୟରେ ଜାଣନ୍ତୁ କିଛି କଥା

July 4, 2020 By Priyanka Mahanta Leave a Comment

ଭୁବନେଶ୍ୱର, ଜୁଲାଇ ୪ (ଲୋକାଲ ୱାୟାର) : ଶ୍ରୀ ଜୀଉଙ୍କ ପବିତ୍ର ନିଳାଦ୍ରିବିଜେ ଅବସରରେ ରାଜ୍ୟରେ ଶନିବାର ରସଗୋଲା ଦିବସ ପାଳନ ହେଉଛି ।

କରୋନା କଟକଣା ଯୋଗୁଁ ଚଳିତଥର ନିରାଡମ୍ବରରେ ରସଗୋଲା ଦିବସ ପାଳିଛନ୍ତି ରାଜ୍ୟବାସୀ । ରସଗୋଲାକୁ ନେଇ ଆସନ୍ତୁ ଜାଣିବା କିଛି କଥା ।

୧- ରସଗୋଲା ଦିବସ ପ୍ରତିବର୍ଷ ମହାପ୍ରଭୁଙ୍କ ନିଳାଦ୍ରିବିଜେ ଦିନ ପାଳିତ ହୁଏ ।

୨- ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ପ୍ରଭୁ ଜଗନ୍ନାଥ, ଭାଇ ଓ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଚାଲିଯାଇଥାନ୍ତି ।

ଯାହାକୁ ନେଇ ମା’ ଲକ୍ଷ୍ମୀ କାଳିଆ ଠାକୁରଙ୍କ ଉପରେ ଅଭିମାନ କରିଥାନ୍ତି । ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରି ଦେଇଥାନ୍ତି ।

ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ଲାଗି ମହାପ୍ରଭୁଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଇଥାଏ ।

୩- ୨୦୧୫ ଜୁଲାଇ ୩୦ ତାରିଖରେ ଏହି ରସଗୋଲା ଦିବସ ପ୍ରଥମ କରି ପାଳନ ହୋଇଥିଲା ।

୪- ରସଗୋଲା ଉତ୍ପତ୍ତିକୁ ନେଇ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଦୀର୍ଘଦିନ ବିବାଦ ପରେ ୨୦୧୯ ମସିହା ଜୁଲାଇ ୨୯ ତାରିଖରେ ଭାରତ ସରକାର ପକ୍ଷରୁ ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ) ଟ୍ୟାଗ ମାନ୍ୟତା ମିଳିଥିଲା ।

୫- ‘ଜଗନ୍ନାଥଙ୍କ ରସଗୋଲା’ ନାମରେ ଚେନ୍ନାଇ ଜିଆଇ ରେଜିଷ୍ଟର ପକ୍ଷରୁ ଜିଆଇ ଟ୍ୟାଗ ପ୍ରଧାନ କରାଯାଇଥିଲା ।

୬- ଏହା ପୂର୍ବରୁ ପଶ୍ଚିମବଙ୍ଗର ରସଗୋଲାକୁ ‘ବଙ୍ଗଳା ରସଗୋଲା’ର ମାନ୍ୟତା ମିଳି ସାରିଛି ।

୭- ରସଗୋଲା ଓଡ଼ିଶାର ପୁରୀ ସହରରୁ କ୍ଷୀରମୋହନ ଭାବେ ଜନ୍ମିଥିବାର ଜଣାଯାଏ । ହେଲେ ପ୍ରମାଣର ଅଭାବ ହେତୁ ସଠିକ୍ ମସିହା ଲିପିବଦ୍ଧ ହୋଇ ପାରିନାହିଁ ।

୮- ପୁରୀରୁ ଆରମ୍ଭ ହୋଇ ପରେ ଏହା କଟକର ସାଲେପୁର ଓ ଭୁବନେଶ୍ୱରର ପାହାଳ ଠାରେ ପରମ୍ପରାଗତ ବେଉସାରେ ପରିଣତ ହୋଇଛି ।

୯- ପ୍ରସିଦ୍ଧ ରସଗୋଲା ଭିତରେ ରହିଛି ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳାରେ ପ୍ରସ୍ତୁତ ରସଗୋଲା ଭାରତ ସମେତ ଭାରତ ବାହାରେ ବେଶ୍ ପରିଚିତ ।

୧୦- ଉନ୍ନବିଂଶ ଶତାଦ୍ଦୀର ଶେଷାର୍ଦ୍ଧ ବେଳକୁ “କେଳୁ ଚରଣ ବେହେରା’’ ପାହାଳ ଠାରେ ରସଗୋଲା ପ୍ରସ୍ତୁତ କରି ବ୍ୟବସାୟ ଆରମ୍ଭ କରିଥିଲେ ।

୧୧- ରସଗୋଲା ଓଡ଼ିଶା ପରମ୍ପରା ସହ ୭୦୦ ବର୍ଷ ହେବ ଯୋଡି ହୋଇଥିବା ବେଳେ କଲିକତାରେ ମାତ୍ର ଦେଢ ଶହ ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ରସଗୋଲା ତିଆରି ହୋଇଥିଲା ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ, ରସଗୋଲା

ସେ ବି ଦିନେ ମୁଖ୍ୟମନ୍ତ୍ରୀ ଥିଲେ ; ନବକୃଷ୍ଣ ଚୌଧୁରୀଙ୍କ ବିଷୟରେ କିଛି କଥା

June 24, 2020 By Priyanka Mahanta Leave a Comment

ଭୁବନେଶ୍ୱର, ଜୁନ୍ ୨୪ (ଲୋକାଲ ୱାୟାର) : ଆଧୁନିକ ଶିଳ୍ପ ନଗରୀ ଅନୁଗୁଳର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ। ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି।

ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ ବଖୁରିଆ ଘର। ଅନେକ ସମୟରେ ସେ ଘର ଛାଉଣୀ ହୋଇ ପାରୁନଥିଲା ।

ବର୍ଷା ଦିନେ ପାଣି ଗଳୁଥିବା ସେ କୁଡିଆ ଘରେ ଏ ରାଜ୍ୟର ସବୁଠୁ ସମ୍ମାନନୀୟ ଓ ପ୍ରେରଣାଦାୟକ ବୁଢାବୁଢୀ ଦି ଜଣ ରହୁଥିଲେ।

ଆଦିବାସୀ ପିଲାଙ୍କ ସହ ସରଳ ଜୀବନ ବଞ୍ଚୁ ଏଇ ଅସାଧାରଣ ଦମ୍ପତି ଓଡିଶାର ସ୍ୱାଧିନତା ଆନ୍ଦୋଳନର ଅଗ୍ରଣୀ ନାୟକ ଓ ନାୟିକ। ଜଣେ ଥିଲେ ବାପି ଓ ଆଉ ଜଣେ ନୁମା ।

ଏ ନାଁ ସହ ଓଡିଶାର ନୁଆ ପ୍ରଜନ୍ମ ହୁଏତ ପରିଚିତ ନୁହନ୍ତି । ତେବେ ଇତିହାସରେ ଏ ଦୁହେଁ ଆମ ଲାଗି ଏକ ବିସ୍ମୟକର ଉଦାହରଣ ।

କ୍ଷମତାର ସବୁଠୁ ବଡ ଆସନରେ ବସି ମଧ୍ୟ ତ୍ୟାଗକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ବାପି ଥିଲେ – ସ୍ୱାଧୀନ ଓଡିଶାର ପ୍ରଥମ ରାଜସ୍ୱ ମନ୍ତ୍ରୀ ଓ ୧୯୫୦ ରୁ ୧୯୫୬ ଯାଏଁ ଓଡିଶାର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ।

ପଦବୀ ଓ କ୍ଷମତାର ଅହଙ୍କାର ନବ ଚୌଧୁରୀଙ୍କୁ କେବେବି ଛୁଇଁ ପାରିନଥିଲା।

ସେ ଜମିଦାର ପରିବାରରେ ଜନ୍ମ ନେଇ ଜୀବନ ତମାମ ଜମିଦାରୀ ବିରୋଧରେ ଲଢିଥିଲେ। ପ୍ରାଚୁର୍ଯ୍ୟ ଭିତରେ ବିତିଥିବା ପିଲାଦିନକୁ ଭୁଲି ଜଣେ ସାଧାରଣ କୃଷକର ଜୀବନ ବରଣ କରିଥିଲେ। ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଜମିରେ ହଳ କରି, ଅନୁଗୁଳ ସହରରେ କ୍ଷୀର ବିକି ସେ ତାଙ୍କର ଜୀବିକା ନିର୍ବାହ କରିଛନ୍ତି।

ରାଜନୀତି କ୍ଷମତା ହାସଲର ଷଡଯନ୍ତ୍ର ନୁହଁ, ଏହା ତ୍ୟାଗ ଓ ମାନବ ସେବାର ତପସ୍ୟା, ଏକଥା ନବ ବାବୁଙ୍କ ଜୀବନ ପ୍ରମାଣିତ କରିଛି ।

ଲୋକଙ୍କ ସହ ଓ ଲୋକଙ୍କ ପାଇଁ ରାଜନୀତି କରିଥିବା ନବକୃଷ୍ଣ ଚୌଧୁରୀ, ଭାରତର ରାଜନୀତିରେ ଅନ୍ୟତମ ନିଷ୍କଳଙ୍କ ଋଷି । ଆଜି ତାଙ୍କର ଶ୍ରାଦ୍ଧ ଅବସରରେ ତାଙ୍କ ବିଷୟରେ କିଛି କଥା-

୧. ବାପା- ଗୋକୁଳାନନ୍ଦ ରାୟ ଚୌଧୁରୀ, ଓଡିଶାର ନାମାଜାଦା ଓକିଲ ଓ ଜମିଦାର। ଅଥଚ ତାଙ୍କର ପୂରା ପରିବାର ସାମନ୍ତବାଦ ବିରୋଧରେ ସଂଘର୍ଷ କରିଛନ୍ତି ।

ଜଗତସିଂପୁର ଜିଲ୍ଲାର ଖେରସ ଗାଁ ରେ ନବକୃଷ୍ଣଙ୍କ ଜନ୍ମ ୨୩ ଜୁନ୍ ୧୯୦୧ ମସିହାରେ । ବଡ ଭାଇ ଗୋପବନ୍ଧୁ ଚୌଧୁରୀ ଓଡିଶା ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି ।

ଭାଉଜ ରମା ଦେବୀ, ସାରା ଓଡିଶା ବାସୀଙ୍କ ଅତି ଆଦରର ମାଁ। ପିଲା ବେଳେ ନବକୃଷ୍ଣ ଥିଲେ ବେଶ୍ ସୁକୁମାର।

ତାଙ୍କ ଝିଆରୀ ତଥା ଓଡିଶାର ଅନ୍ୟତମ ମହାନ ସ୍ୱାଧିନତା ସଂଗ୍ରାମୀ ଅନ୍ନପୁର୍ନା ଦେବୀ ତାଙ୍କ ଆତ୍ମଜୀବନୀ ରେ ଲେଖିଛନ୍ତି- ବାପି ପିଲାବେଳେ ବେଶ୍ ରାଗି ଥିଲେ।

ସରୁ ଚକୁଳି ଟିକେ ମୋଟା ହେଲେ ଫୋଫାଡି ଦେଉଥିଲେ। ସେ ବାପି ଗାନ୍ଧି ଆଶ୍ରମରେ ବଗଡା ଖାଇ, ସପ ବିଛେଇ ଜୀବନ ତମାମ୍ ଶୋଇଲେ ।

୨. ରେଭେନସା କଲେଜରେ ପଢୁଥିବା ସମୟରେ ଗାନ୍ଧିଜୀଙ୍କ ଡାକରାରେ ପାଠ ପଢ଼ା ଛାଡ଼ି ସେ ବାପୁଙ୍କ ସାବରମତୀ ଆଶ୍ରମରେ ଯୋଗଦାନ କରନ୍ତି ।

ଗାନ୍ଧିଙ୍କ ରଚନାତ୍ମକ କାର୍ଯ୍ୟକ୍ରମକୁ ଓଡିଶାର ଗାଁ ଗାଁ ରେ ପ୍ରସାରିତ କରିବାରେ ସେ ପ୍ରମୁଖ ଭୂମିକା ନିଅନ୍ତି। ୧୯୨୨ ରୁ ଜୀବନର ଶେଷ ନିଶ୍ୱାସ ଯାଏ ଗାନ୍ଧି ଆଦର୍ଶର ସେ ଥିଲେ ଅଗ୍ରଣୀ ନାୟକ ।

୩. ଦେଶର ସ୍ୱାଧିନତା ଆନ୍ଦୋଳନରେ ଯୋଗଦାନ କରି ୧୯୩୦, ୧୯୩୨, ୧୯୪୦ ଓ ୧୯୪୨ ଭାରତ ଛାଡ ଆନ୍ଦୋଳନ ବେଳେ ସେ କାରା ବରଣ କରିଛନ୍ତି ।

ଏପରିକି ସ୍ୱାଧିନ ଭାରତରେ ବି ତାଙ୍କୁ ଜେଲ୍ ଯିବାକୁ ପଡିଛି । ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିବାରୁ ସେତେବେଳେ ତାଙ୍କୁ ଜେଲ୍ ଭିତରେ ସାଧାରଣ କଏଦୀ ଭାବରେ ରଖାଯାଇଥିଲା ।

୪. ୧୯୨୫ ରେ ସେ କବି ଗୁରୁ ରବିନ୍ଦ୍ରନାଥ ପ୍ରତିଷ୍ଠିତ ଶାନ୍ତି ନିକେତନରେ ସ୍ନାତକ ପରୀକ୍ଷା ଦେଲେ । ସେଇଠି ମାଳତି ଦେବୀଙ୍କ ସହ ତାଙ୍କର ପ୍ରେମ ଓ ପରିଣୟ।ସଂଘର୍ଷ ଓ ତ୍ୟାଗର ଜୀବନ ପଥରେ ଉଭୟେ ଥିଲେ ପରସ୍ପରର ପରିପୂରକ ।

୫. ୧୯୩୭ ମସିହାର ସାଧାରଣ ନିର୍ବାଚନରେ କଂଗ୍ରେସ୍ ପ୍ରାର୍ଥୀ ଭାବେ ସେ ତିର୍ତୋଲ୍-ଏରସମା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହେଲେ।

ସ୍ୱାଧିନ ଭାରତର ପ୍ରଥମ ନିର୍ବାଚନରେ ସେ କେନ୍ଦ୍ରାପଡାରୁ ବିଧାନସଭାକୁ ଆସିଲେ ଓ କଂଗ୍ରେସ ସରକାରରେ ଓଡିଶାର ପ୍ରଥମ ରାଜସ୍ୱ, ଯୋଗାଣ ଓ ଜଙ୍ଗଲ ବିଭାଗର ମନ୍ତ୍ରୀ ଦାୟିତ୍ୱ ନେଲେ । କ୍ଷମତା ରାଜନୀତି ଓ ନବ ବାବୁଙ୍କ ସମ୍ପର୍କ ସବୁବେଳେ ଜଟିଳ ।
କ୍ଷମତା ତାଙ୍କ ପଛରେ ଗୋଡେଇ ଥିବା ବେଳେ ସେ କ୍ଷମତାକୁ ଫାଙ୍କଦେଇ ଦୌଡି ପଳାନ୍ତି। ଅଳ୍ପ ସମୟ ମନ୍ତ୍ରୀ ରହିବା ପରେ ସେ ଇସ୍ତଫା ଦିଅନ୍ତି।

୬. ୧୯୫୦ ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପୁଣି ଥରେ ନବକୃଷ୍ଣଙ୍କ ଉପରେ ଚାପ ପକାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାକୁ ।

ଅନେକ ଦ୍ୱିଧା ପରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ୧୨ ମେ ୧୯୫୦ ରେ ଦାୟିତ୍ୱ ନିଅନ୍ତି । ୧୯ ଅକ୍ଟୋବର ୧୯୫୬ ପର‌୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ସେ କାମ କରିଥିଲେ ।

୭. ଓଡିଶାର ମୌଳିକ ସମସ୍ୟାକୁ ବୁଝିବା ଓ ତାର ରଚନାତ୍ମକ ସମାଧାନ ବାହାର କରିବାରେ ତାଙ୍କ ପରି ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଆଉ ଓଡିଶା ଦେଖି ନାହିଁ।

ଜମିଦାରୀ ଉଛେଦ, ଭାଗଚାଷୀର ଭୂମି ଅଧିକାର, ଆଦିବାସୀ ଅଧିକାର, ଓଡିଆ ଭାଷାର ପ୍ରଶାସନିକ ପ୍ରୟୋଗ, ଅଞ୍ଚଳ ଶାସନ ବା ପଞ୍ଚାୟତି ରାଜ୍ ଓ ନିଶା ନିବାରଣ ଭଳି ମୌଳିକ କ୍ଷେତ୍ରର ଆଇନଗତ ସମାଧାନ ଖୋଜିବାରେ ସେ ଥିଲେ ଅନନ୍ୟ ଜନ ନାୟକ ।

ପ୍ରଶାସନ ଲୋକଙ୍କ ପାଖକୁ ଯାଉ ବୋଲି ସେ ନିଷ୍ଠାର ସହ ଚାହିଁଥିଲେ ଓ ସେଥିଲାଗି ନିଜେ ମୁଖ୍ୟମନ୍ତ୍ରୀ ଭାବେ ଗାଁ କୁ ଗାଁ ବୁଲୁଥିଲେ।

୮. ମୁଖ୍ୟମନ୍ତ୍ରୀ ଭାବରେ ହିରାକୁଦ ନଦୀ ବନ୍ଧ , ରାଉରକେଲା ଇସ୍ପାତ କାରଖାନା, ଓଡିଶା କୃଷି ମହାବିଦ୍ୟାଳୟ , ବୈଷୟିକ ମହାବିଦ୍ୟାଳୟ ଇତ୍ୟାଦି ତାଙ୍କର ଅବଦାନ ।

ନିଷ୍ଠା ର ସହିତ ନୂଆ ଓଡିଶା ଗଠନରେ ମନୋନିବେଶ କରିଥିବା ନବ ବାବୁ ସେତେବେଳର କଂଗ୍ରେସ ରାଜନୀତିରେ ଥିଲେ ବ୍ୟତିକ୍ରମ। କ୍ଷମତା ଲଢେଇ ଓ ରାଜନୈତିକ ପଶାଖେଳର ଖେଳାଳୀ ହେବାକୁ ସେ କେବେ ଚାହିଁ ନଥିଲେ।

ସେ ଯେଉଁ ଆଦର୍ଶ ଓ ନୈତିକତାର ରାଜନୀତି କରୁଥିଲେ କଂଗ୍ରେସ୍ ତା’ଠୁ ଆସ୍ତେ ଆସ୍ତେ ଦୂରେଇ ଯାଉଥିଲା। ଶେଷରେ ନବ ବାବୁ ୧୯ ଅକ୍ଟୋବର ୧୯୫୬ ରେ ଇସ୍ତଫା ଦେଇ ଚାଲିଗଲେ।

କୁହାଯାଏ , ମୁଖ୍ୟମନ୍ତ୍ରୀ ପଦ ଛାଡିବାର ଅଳ୍ପ କେଇ ଘଣ୍ଟା ଭିତରେ ସେ ସରକାରୀ ଘର ଖାଲି କରି ନିଜ ଟିଣ ଟ୍ରଂକଟିକୁ ମୁଣ୍ଡେଇ ରେଳଗାଡିରେ ଅନୁଗୁଳ ଫେରି ଯାଇଥିଲେ।

୯. କ୍ଷମତା ଛାଡିଲା ପରେ ଆଉ ଥରେ ବି ପଛକୁ ଫେରି ଚାହିଁବାର ଆବଶ୍ୟକତା ସେ ଅନୁଭବ କରି ନାହାନ୍ତି। ବାକି ଜୀବନ ଲୋକଙ୍କ ପାଇଁ ଲଢିଛନ୍ତି। ଧାଡିରେ ଠିଆ ହେଇ ରେଲ୍ ଟିକେଟ୍ କାଟିଛନ୍ତି ।

ନିଜକୁ ଅସାଧରଣ ବୋଲି କହିବା ତ ଦୂରର କଥା, ଆଚରଣରେ ଅତି ସାଧାରଣ ଚାଷୀ ପରି ସେ ବଞ୍ଚିଛନ୍ତି । କ୍ଷମତା ଅହଂକାରରେ ଗଣତନ୍ତ୍ର ବିରୋଧରେ ଯିଏ ବି କାମ କରିଛି ତାଙ୍କ ବିରୋଧରେ ନିର୍ଭୟ ଭାବେ ଛିଡା ହୋଇଛନ୍ତି ।

୧୦. ଅନ୍ତିମ ଜୀବନରେ ସାମ୍ୟବାଦ ଓ ସମାଜବାଦ ସହ ଗାନ୍ଧୀ ବାଦକୁ ଯୋଡ଼ିବାର ଏକ ସାହସିକ ପ୍ରୟାସ ସେ କରୁଥିଲେ । ଇନ୍ଦିରା ଗାନ୍ଧିଙ୍କ ଜରୁରୀ କାଳିନ ପରିସ୍ଥିତି ବିରୋଧରେ ତାଙ୍କ ପରିଣତ ବୟସରେ ଜେଲ୍ ଯିବାକୁ ପଡିଲା ।

ଜେଲ୍ ରେ ଥିବା ବେଳେ ତାଙ୍କ ଦେହ ଖରାପ ହେବା ଆରମ୍ଭ କଲା। ୨୪ ଜୁନ୍ ୧୯୮୪ ମସିହାରେ ଏହି ଅନନ୍ୟ ଜନନେତା ମୃତ୍ୟୁ ବରଣ କଲେ।

ଓଡିଶାରେ ବହୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ହେବେ। ହେଲେ ନବକୃଷ୍ଣ ଚୌଧୁରିଙ୍କ ପରି ମୁଖ୍ୟମନ୍ତ୍ରୀ ଏକ ଏବଂ ଅଦ୍ୱୀତିୟ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ

ପୁରୀରେ ଓକିଲ ଓ ମୋହରୀର କରୋନା ପଜିଟିଭ ଚିହ୍ନଟ ; ଜିଲ୍ଲାପାଳ କାର୍ଯ୍ୟାଳୟ ଏବଂ କୋର୍ଟ ବନ୍ଦ

June 17, 2020 By Priyanka Mahanta Leave a Comment

ପୁରୀ, ଜୁନ୍ ୧୭ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୮ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଓକିଲ ଓ ଜଣେ ମୋହରୀର ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ବୁଧବାର କହିଛି ।

ଏ ଦୁହିଁଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସ୍‌ଆର୍ କାର୍ଯ୍ୟାଳୟ ଏବଂ ଜୁଡିସିଆରି କୋର୍ଟ ବନ୍ଦ କରାଯାଇଛି ।

ମୋହରିରଙ୍କ ସ୍ତ୍ରୀ ଜୁଡିସିଆଲ କୋର୍ଟରେ କାର୍ଯ୍ୟରତ ଥିବାରୁ ଜୁଡିସିଆଲ କୋର୍ଟ ବନ୍ଦ କରାଯାଇଛି ।

ଜିଲ୍ଲା ପ୍ର୍ରଶାସନ ପକ୍ଷରୁ ପୁରୀ ହରିହର ଛକରୁ ଟାଉନ୍ ହଲ୍ ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ୍ ଜାରି ରହିଛି ।

ସେହିପରି ପୁରୀ ଜିଲ୍ଲା ବ୍ରହ୍ମଗିରି ଗାଁରୁ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବ୍ରହ୍ମଗିରି ପଞ୍ଚାୟତକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି ସରପଞ୍ଚ ।

ଅନ୍ୟପଟେ, ଜିଲ୍ଲାର କଣାସ ଓ ଗଡ଼ିଶାଗୋଦା ଥାନାରୁ ଦୁଇ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁରୀ ଏସ୍‌ପି ଉମାଶଙ୍କର ଦାଶ ଉଭୟ ଥାନାର ପୁଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅପରାଧିକ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗରିଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା । କୋର୍ଟ ଚାଲାଣ ପୂର୍ବରୁ ଅଭିଯୁକ୍ତଙ୍କ ରକ୍ତ ନମୁନା ପାଇଁ ଯାଇଥିଲା । ରିପୋର୍ଟ ଆସିବା ପରେ ଦୁଇ ଅଭିଯୁକ୍ତ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।

ପୁରୀ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୩ ଜଣ ସୁସ୍ଥ ହୋଇଛନ୍ତି ଓ ୮୫ ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ପୁରୀ

ବିଶେଷ: ମହିଳା ଦିବସ: ନବଜାତ ଶିଶୁକନ୍ୟାଙ୍କୁ ଟଙ୍କା ଉପହାର ଦେଇ ଉଦାହରଣ ସୃଷ୍ଟି କଲେ ଡାକ୍ତର

March 8, 2020 By Priyanka Mahanta Leave a Comment

ବୁର୍ଲା, ମାର୍ଚ୍ଚ ୦୮ (ଲୋକାଲ ୱାୟାର) ବୁର୍ଲା ଭିମ୍‌ସାର ଡାକ୍ତର ଶଙ୍କର ରାମଚନ୍ଦନୀ ରବିବାର ତିନୋଟି ନବ ଜନ୍ମିତ ଶିଶୁକନ୍ୟାଙ୍କୁ ଜଣ ପିଛା କୋଡିଏ ହଜାର ଟଙ୍କା ଉପହାର ଦେଇ ବିଶ୍ୱ ମହିଳା ଦିବସ ଅବସରରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ବରିଷ୍ଠ ଡାକ୍ତର ଶ୍ରୀ ରାମଚନ୍ଦନୀ ଅନ୍ତର୍ଜାତିକ ମହିଳା ଦିବସ ଦିନ ଜନ୍ମ ହୋଇଥିବା ଶିଶୁକନ୍ୟାଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଟଙ୍କା ଉପହାର ଦେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ।

ମଧ୍ୟାହ୍ନ ୧୨ଟା ସୁଦ୍ଧା ଗରୀବ ଶ୍ରେଣୀର ୩ଟି ଶିଶୁକନ୍ୟାଙ୍କୁ ସେ ଏହି ରାଶି ପ୍ରଦାନ କରିଥିବା ସେ ଲୋକାଲ ୱାୟାରକୁ କହିଛନ୍ତି।

ଭିମ୍‌ସାରରେ ପଢିବା ସମୟରେ ଛାତ୍ରନେତା ଭାବେ ଓ ଏବେ ସେଠାରେ ଜଣେ ବରିଷ୍ଠ ଡାକ୍ତର ଭାବେ ଶ୍ରୀ ରାମଚନ୍ଦନୀଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି ।

ରାତି ୧୨ଟା ମଧ୍ୟରେ ଯେତେ ଶିଶୁକନ୍ୟା ଜନ୍ମ ହେବେ ଓ ଗରିବ ପରିବାରର ହୋଇଥିବେ ତାଙ୍କୁ ସେ ଏହି ଅର୍ଥ ପ୍ରଦାନ କରିବେ ବୋଲି କହିଛନ୍ତି ।

ଏହାସହ ଆଜି ଜନ୍ମ ହୋଇଥିବା ପ୍ରଥମ ଶିଶୁକନ୍ୟାଙ୍କୁ ସେ ଶୁକନ୍ୟା ଯୋଜନା ମାଧ୍ୟରେ ପ୍ରତି ମାସ ୧ ହାଜର ଟଙ୍କା ବ୍ୟାଙ୍କ ଖାତାରେ ରଖିବେ ବୋଲି ଲୋକାଲ ୱାୟାରକୁ କହିଛନ୍ତି ।

ଏନେଇ ଡା. ରାମଚନ୍ଦନୀ ଆହୁରି ମଧ୍ୟ କହଛନ୍ତି ଯେ, ମୋର ଦୁଇ ଝିଅ ଅଛନ୍ତି । ହେଲେ ସମାଜରେ ଦିନକୁ ଦିନ ଝିଅମାନଙ୍କ ପ୍ରତି ବଢୁଥିବା ଅବହେଳା ଓ କନ୍ୟାସନ୍ତାନ ଭୃଣହତ୍ୟା ଯୋଗୁ ମୁଁ ପ୍ରତିବର୍ଷ ମହିଳା ଦିବସରେ କନ୍ୟାସନ୍ତାନଙ୍କୁ କିଛି ଟଙ୍କା ଉପହାର ଦେବା ପାଇଁ ନିଷ୍ପତ୍ତି ନେଇଛି ।

ଏହି ରାଶି ଗରିବ ଝିଅଙ୍କ ସଶକ୍ତିକରଣରେ ସହାୟକ ହେବ ।

ଏହାସହ ସେମାନେ ଯଦି ତାଙ୍କ ଇଚ୍ଛାଶକ୍ତିବଳରେ ଜୀବନରେ ଆଗକୁ ବଢିବାକୁ ଚାହୁଁଥିବେ ତେବେ ଏହା ତାଙ୍କୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

ଆଗକୁ ମଧ୍ୟ ପ୍ରତିବର୍ଷ ବିଶ୍ୱ ମହିଳା ଦିବସରେ ସେ ଏହି ରାଶି ପ୍ରଦାନ କରିବେ ବୋଲି ସେ କହିଛନ୍ତି ।

ଏହାସହ ଆଜି ଜନ୍ମ ହୋଇଥିବା ପ୍ରଥମ ଶିଶୁକନ୍ୟାଙ୍କ ନାମରେ ବ୍ଯାଙ୍କରେ ଆକାଉଣ୍ଟ ଖୋଲି ପ୍ରତି ମାସ ଏକ ହଜାର ଟଙ୍କା ଡିପୋଜିଟ କରିବେ ବୋଲି କହିଛନ୍ତି।

ଲୋକାଲ ୱାୟାର

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ, ବୁର୍ଲା, ସମ୍ବଲପୁର

ବିଶେଷ: ବିଜେଡି ସରକାରର ୨୦ ବର୍ଷ, ଏବେ ବି ନିଷ୍କଳଙ୍କ ଓ ନିଷ୍କଣ୍ଟକ ନବୀନ

March 5, 2020 By Priyanka Mahanta Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୫ (ଲୋକାଲ ୱାୟାର): ବାପା ବିଜୁ ପଟ୍ଟନାୟକ ଥିଲେ ମୁଖ୍ୟମନ୍ତ୍ରୀ, ହେଲେ ରାଜନୀତିଠାରୁ ବେଶ୍ ଦୂରରେ ଥିଲେ ନବୀନ ।

ହେଲେ ଏବେ ରାଜନୀତିର ବେଶ୍ ଲମ୍ବା ପାଳି ଖେଳିବାରେ ସଫଳ ହୋଇଛନ୍ତି।

ଓଡ଼ିଶାର ୫ ଥର ମୁଖ୍ୟମନ୍ତ୍ରୀ ହେବା ସହ ୨୦ ବର୍ଷ ଧରି ରାଜ୍ୟର ଶାସନ ଗାଦିରେ ବସିଛନ୍ତି ଆଉ ଓଡ଼ିଶା ରାଜନୀତିରେ ଏହା ଏକ ରେକର୍ଡ।

ହେଲେ ଏତେ ବର୍ଷ ପରେ ଓଡ଼ିଶାରେ ତାଙ୍କ ସମକକ୍ଷ ନେତା କେହି ନାହାନ୍ତି।

ବିଜୁ ଲିଗାସି

୧୭ ଏପ୍ରିଲ ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ଘଟିବା ପରେ ରାଜ୍ୟରେ ଅଣ-କଂଗ୍ରେସ ରାଜନୀତିରେ ଦେଖାଦେଇଥିଲା ଏକ ବିରାଟ ଶୂନ୍ୟତା।

ଅନ୍ୟ କୌଣସି ନେତାଙ୍କ ଭଳି ଦୀର୍ଘ ବର୍ଷ ରାଜ୍ୟର ଶାସନ ଡୋର ହାତରେ ଧରିନଥିଲେ ମଧ୍ୟ ବିଜୁବାବୁ ଯେ ଥିଲେ ଓଡ଼ିଆଙ୍କର ଅତି ଶ୍ରଦ୍ଧାଶୀଳ ରାଜନେତା, ଏହା ତାଙ୍କ ଶବାଧାର ସମୟରେ ପ୍ରମାଣିତ ହୋଇଥିଲା।

ତାଙ୍କ ଶେଷ ଦର୍ଶନ ଲାଗି ଲକ୍ଷ ଲକ୍ଷ ଲୋକ ଏକାଠି ହୋଇଥିଲେ କେବଳ ନୁହେଁ, ସେତେବେଳର ବହୁ ଜାତୀୟ ସ୍ତରର ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଓଡ଼ିଶା ପହଞ୍ଚିଥିଲେ ଓ ତାଙ୍କ କୃତିତ୍ବର ପ୍ରଶଂସା କରିଥିଲେ।

ଏପରିକି ବିଜୁବାବୁଙ୍କ ତୀବ୍ର ବିରୋଧୀ କୁହାଯାଉଥିବା କଂଗ୍ରେସ ମଧ୍ୟ ଏହି ଜନନେତାଙ୍କ ଅବଦାନକୁ ସ୍ବୀକାର କରିଥିଲା।

ତାଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଜାନକୀବଲ୍ଲାଭ ପଟ୍ଟନାୟକ ସେତେବେଳେ ବିଜୁବାବୁଙ୍କୁ ‘ଝଡ଼ର ଇଗଲ୍ ଓ ମାଟିର ମୂର୍ତ୍ତିକାର’ ବୋଲି କହିଥିଲେ।

ଅବର୍ତ୍ତମାନରେ ବିଜୁବାବୁଙ୍କ ଭଲ ପାଉଥିବା ଓ ତାଙ୍କ ନିକଟତର ତଥା ସହଯୋଗୀ ଭାବେ ସେତେବେଳେ ପରିଚିତ ସାରା ରାଜ୍ୟର ନେତା ଓ କର୍ମୀମାନେ ବିକ୍ଷିପ୍ତ ହୋଇଗଲେ।

ଏଭଳି ସ୍ଥିତିରେ ସମସ୍ତଙ୍କୁ ଯୋଡ଼ିବା ଲାଗି ବିଜୁବାବୁଙ୍କୁ ପରିବାର ପରିବାର ପକ୍ଷରୁ କେହି ନେତୃତ୍ବ ନେବାକୁ ସେମାନେ ଚାହିଁଲେ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଆଇ. କେ. ଗୁଜରାଲଙ୍କ ପରାମର୍ଶରେ ରାଜନୀତି ପ୍ରତି ଅମହ୍ଗ ଥିବା ନବୀନ ପଟ୍ଟନାୟକ ଶେଷରେ ରାଜନୀତିକୁ ପ୍ରବେଶ କରି ଆସ୍କା ଲୋକସଭା ଆସନରେ ଛିଡ଼ା ହୋଇ ବିଜୟୀ ହେଲେ।

ଏହା ପରେ ପରେ ସେ ହେଲେ କେନ୍ଦ୍ରମନ୍ତ୍ରୀ।

ସେତେବେଳେ ଜାତୀୟ ରାଜନୀତିରେ ଦେଖାଦେଇଥିଲା ଅସ୍ଥିରତା ଓ ଜନତା ଦଳ ଭିତରେ ଗୋଷ୍ଠୀ କନ୍ଦଳର ଆଭାସ ବି ମିଳିସାରିଥିବାବେଳେ ଓଡ଼ିଶାରେ ଏକ ଆଂଚଳିକ ଦଳର ସୂତ୍ରପାତ ହୋଇଥିଲା ଓ

ଜନତା ଦଳ ଦୁଇ ଭାଗ ହୋଇ ସେଥିରୁ ପ୍ରମୁଖ ନେତାମାନେ ଏକାଠି ହେଲେ।

ଏହିପରି ଭାବରେ ୨୬ ଡିସେମ୍ବର ୧୯୯୭ରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳର ଗଠନ ହେଲା ଓ ନବୀନ ପଟ୍ଟନାୟକ ହେଲେ ଏହାର ସଭାପତି।

ବିଜେପି-ବିଜେଡି ମେଣ୍ଟ

୧୯୯୮ରେ ବିଜେପି ସହ ବିଜୁ ଜନତା ଦଳ ମେଣ୍ଟ କରି ରାଜନୀତିରେ ତାର ପ୍ରଥମ ଭାଗ୍ୟ ପରୀକ୍ଷା କଲା।

ପ୍ରଥମ ପରୀକ୍ଷାରେ ଏହି ଦଳ ୯ଟି ଲୋକସଭା ଆସନରେ ବିଜୟୀ ହେଲା ଏବଂ ନବୀନ ପଟ୍ଟନାୟକ ସାଂସଦ ନିର୍ବାଚିତ ହୋଇ କେନ୍ଦ୍ର ଖଣିମନ୍ତ୍ରୀ ଦାୟିତ୍ବ ନେଲେ।

୧୯୯୯ର ଲୋକସଭା ନିର୍ବାଚନରେ ଏହି ଦଳ ୧୦ଟି ଆସନରେ ବାଜିମାତ୍ କଲା ଏବଂ ୨୦୦୦ ମସିହାର ନିର୍ବାଚନରେ ବିଜେପି ସହ ମେଣ୍ଟ କରି ନବୀନ ପଟ୍ଟନାୟକ ପ୍ରଥମ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୫ ମାର୍ଚ୍ଚ ୨୦୦୦ରେ ଶପଥ ନେଲେ।

ଏହି ନିର୍ବାଚନରେ ବିଜେଡି ୬୮ଟି ଆସନରେ ଜିତିଥିଲା।

ପଛରେ ପଡ଼ିଗଲା କଂଗ୍ରେସ

୧୯୯୯ ବର୍ଷ ଓଡ଼ିଶା ପାଇଁ ଶୁଭଙ୍କର ନଥିଲା।

କେନ୍ଦୁଝର ଜିଲ୍ଲାର ମନୋହରପୁରରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ର ଫିଲିପ ଓ ତିମୋତିଙ୍କୁ ଏକ ଗାଡ଼ି ଭିତରେ ଜାଳି ଦିଆଯାଇଥିଲା।

ଏଥିପାଇଁ ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ ହୋଇଥିଲା।

ଅଂଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ବି ତତ୍କାଳୀୟ କଂଗ୍ରେସ ସରକାର ଲୋକଙ୍କ ରୋଷର ଶିକାର ହୋଇଥିଲା।

ସେହି ବର୍ଷ ଅକ୍ଟୋବରରେ ଆର୍ଥିକ ଦୁର୍ଗତି ସହ ଲଢୁଥିବା ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିଦେଇଥିଲା ମହାବାତ୍ୟା।

୧୪ଟି ଜିଲ୍ଲାରେ ତାଣ୍ଡବ ଖେଳାଇଦେଇଥିବା ଏହି ମହାବାତ୍ୟା ପ୍ରାୟ ୧୦ ହଜାର ଲୋକଙ୍କ ଜୀବନ ନେଇଥିବାବେଳେ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଯାଇଥିଲେ।

ଏଭଳି ଏକ ପରିବେଶ ଓ ପରିସ୍ଥିତି ବିଜୁ ଜନତା ଦଳକୁ ରାଜ୍ୟବାସୀଙ୍କ ଆହୁରି ନିକଟତର କରିଦେଇଥିଲା।

ବିଜୁ ଅନୁଗାମୀଙ୍କୁ ବିଦା

ବିଜେଡି ଗଠନ ପରେ ପରେ ଜଣକ ପରେ ଜଣେ ବିଜୁ ଅନୁଗାମୀଙ୍କୁ ବିଦା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ନବୀନ।

ବିଜୟ ମହାପାତ୍ର, ନଳିନୀ ମହାନ୍ତି, ଦିଲ୍ଲୀପ ରାୟଙ୍କ ଭଳି ବିଜୁବାବୁଙ୍କ ଅତି ନିକଟତର କୁହାଯାଉଥିବା ନେତାମାନଙ୍କୁ ସେ ଦଳର ବିଦା କରିଦେଇ ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ।

ପରବର୍ତ୍ତୀ ସମୟରେ କମଳା ଦାସ, ପ୍ରଶାନ୍ତ ନନ୍ଦ, ଡାକ୍ତର ଦାମୋଦର ରାଉତ, ପ୍ରଫୁଲ୍ଲ ଚନ୍ଦ୍ର ଗଡ଼ାଇ ଓ ବୈଜୟନ୍ତ ପଣ୍ଡା ପ୍ରମୁଖ ଅନେକ ନେତାଙ୍କୁ ସେ ବାହାରକୁ ରାସ୍ତା ଦେଖାଇଦେଇଥିଲେ।

କନ୍ଧମାଳ ଦଙ୍ଗା

୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେପି ସହ ମେଣ୍ଟ କରିଥିବା ନବୀନ ୨୦୦୯ ନିର୍ବାଚନରେ ଆଉ ପଦକ୍ଷେପ ନେଇଥିଲେ, ତାହା ହେଲା ଏହି ନିର୍ବାଚନରେ ସେ ବିଜେପିର ହାତ ଛାଡ଼ିଦେଇଥିଲେ।

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରେ ୨୦୦୮ରେ କନ୍ଧମାଳରେ ଦେଖାଦେଇଥିଲା ସାମ୍ପ୍ରଦାୟକ ହିଂସାକାଣ୍ଡ।

ଏହାପରେ ବିଜେଡ଼ି ଓ ବିଜେପି ସମ୍ପର୍କରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ ।

୨୦୦୯ରେ ବିଜେପିର ହାତ ଛାଡି ବିଜେଡ଼ି ଏକାକୀ ଲଢ଼ିଥିଲା।

ଏହି ନିର୍ବାଚନରେ ନବୀନ ହାରିଯିବେ ବୋଲି ବହୁ ରାଜନୀତିକ ବିଶେଷଜ୍ଞ ମତ ଦେଇଥିଲେ ବି ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ପୁଣି ଓଡ଼ିଶାର ଶାସନ ଗାଦିକୁ ଫେରିଥିଲେ ନବୀନ ।

ମୋଦି ବି ପଡ଼ିଲେ ଫିକା

୨୦୧୪ ସାଧାରଣ ନିର୍ବାଚନରେ ସାରା ଦେଶରରେ ଚାଲିଥିଲା ମୋଦି ଲହର।

ଅଧିକାଂଶ ଲୋକସଭା ସିଟ୍ ବିଜେପି ହାତକୁ ଯାଇଥିଲା।

ତେବେ ଏହାର କୌଣସି ପ୍ରଭାବ ପଡ଼ିନଥିଲା ଓଡ଼ିଶାରେ ଆଉ ଏହାର ଏକମାତ୍ର କାରଣ ଥିଲେ ନବୀନ ପଟ୍ଟନାୟକ।

୨୦୧୯ ବିଧାନସଭା ନିର୍ବାଚନରେ ଚିତ୍ର ଟିକେ ଅଲଗା ଥିଲା ।

ବିଜେପି ରାଜ୍ୟରେ ନିଜକୁ ଆଗ ଅପେକ୍ଷା ମଜଭୁତ କରିବାରେ ସକ୍ଷମ ହୋଇପାରିଥିଲା।

ତେବେ ସଂଖ୍ୟାଗରିଷ୍ଠତା ହାସଲ କରି ଓଡ଼ିଶାରେ ବିଜେଡି ହିଁ ଗଢ଼ିଲା ସରକାର।

ନବୀନ ଓ ଓଡ଼ିଆ ଭାଷା

ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯିଏ ନିଜ ଆଞ୍ଚଳକ ଭାଷା ଠିକ୍ ଭାବେ ଜାଣିନାହାନ୍ତି ।

ରାଜ୍ୟରେ ୨୦ ବର୍ଷ ଶାସନ କଲା ପରେ ମଧ୍ୟ ସେ ଠିକ୍ ଭାବରେ ଓଡିଆ ଭାଷା କହିପାରୁନଥିବାରୁ ଅନେକ ସମୟରେ ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡ଼େ।

ପ୍ରାଶାସନିକ ଅଧିକାରୀଙ୍କ ଉପରେ ଭରସା

ନବୀନଙ୍କ ନାଁରେ ରାଜ୍ୟରେ ପ୍ରାଶାସନିକ ଅଧିକାରୀ ରାଜ୍ କରୁଥିବା ଅଭିଯୋଗ ହୁଏ ।

ନବୀନ ପ୍ରଥମ କରି ମୁଖ୍ୟମନ୍ତ୍ରୀ ହେବାବେଳେ ତାଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ହୋଇଥିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ୟାରୀମୋହନ ମହାପାତ୍ର ।

ସେତେବେଳେ ଦଳର ଓ ସମସ୍ତ ସରକାରୀ ନିଷ୍ପତ୍ତି ପ୍ୟାରୀବାବୁ ହିଁ ନେଉଥିବା ଅଭିଯୋଗ ହେଉଥିଲା।

ଏକ ବିବାଦୀୟ ଘଟଣାକ୍ରମରେ ପ୍ୟାରୀବାବୁ ବିଦା ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭି.କେ ପାଣ୍ଡିୟାନ ସମସ୍ତ ନିଷ୍ପତ୍ତି ନିଅନ୍ତି ବୋଲି ବିଜେଡିରୁ ବିଦା ହୋଇଥିବା ଅନେକ ନେତା ଓ ବିରୋଧୀ ଅଭିଯୋଗ କରିଆସୁଛନ୍ତି।

ସଫଳତା ପଛରେ ଯୋଜନା

ବାରମ୍ବାର ବିଜେଡ଼ିର ବିଜୟ ପଛରେ ରହିଛି ମାଳମାଳ ସରକାରୀ ଯୋଜନା ।

୨୦ ବର୍ଷ ଶାସନ ଭିତରେ ନବୀନ ଅନ୍ତୁଡିଶାଳରୁ ମଶାଣି ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ।

ପିଲା ଜନ୍ମ ହେଲା ବେଳେ ପ୍ରସୂତିଙ୍କୁ ମମତା ଯୋଜନା ଓ ଜୁଇ ଜଳିଲା ବେଳେ ହରିଶ୍ଚନ୍ଦ୍ର ଯୋଜନା ରହିଛି ।

ସେହିପରି ରାଜ୍ୟରେ ମହିଳାଙ୍କୁ ସ୍ୱତନ୍ତ୍ର ପରିଚୟ ଦେବାରେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ।

ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ମହିଳାଙ୍କୁ ସାମିଲ କରି ଆର୍ଥିକ ଓ ସାମାଜିକ ସ୍ୱାବଲମ୍ବୀ କରିବା ପାଇଁ ବିନା ସୁଧରେ ଟଙ୍କା ଯୋଗାଇ ଦେଉଛନ୍ତି ।

ଏହାସହ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ମହିଳାଙ୍କୁ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିଛନ୍ତି ।

ରାଜ୍ୟରେ କୌଣସି ଲୋକଙ୍କ ଭୋକରେ ନ ରହିବେ ସେଥିପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡପିଛା ୧ ଟଙ୍କାର ୫ କିଲୋ ଚାଉଳ ମଧ୍ୟ ଯୋଗାଇ ଦେଉଛନ୍ତି ।

ଏହା ସହ ସହର ଓ ମେଡ଼ିକାଲରେ ଲୋକଙ୍କୁ ୫ ଟଙ୍କାରେ ଡ଼ାଲିମା ଭାତ ଯୋଗାଉଛନ୍ତି ରାଜ୍ୟସରକାର।

ମହାବାତ୍ୟାର ମହାମୁକାବିଲା

୧୯୯୯ ମସିହାର ମହାବାତ୍ୟା ଓଡିଶାର ମେରୁଦଣ୍ଡ ଭାଙ୍ଗି ଦେଇଥିଲା।

ପ୍ରାୟ ୧୦ ହଜାର ଲୋକ ମୃତ୍ୟୁବରଣ କରିଥିଲେ ।

ହେଲେ ନବୀନ ସରକାର ସମୟରେ ଆସିଥିବା ଫାଇଲିନ, ହୁଡହୁଡ, ତିତଲି, ଫନୀ ଭଳି ମହାବାତ୍ୟାକୁ ଦୃଢତାର ସହ ସମ୍ମୁଖୀନ କରିବାରେ ସରକାର ସଫଳ ହୋଇଛନ୍ତି ।

ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ନବୀନ ସରକାର ପ୍ରଶଂସିତ ହୋଇଛନ୍ତି ।

କ୍ରୀଡା ହବ୍ ଓଡ଼ିଶା

କ୍ରାଡା କ୍ଷେତ୍ରରେ କେବେ ଅଣଦେଖା ହୋଇଆସୁଥିବା ଓଡ଼ିଶା ନବୀନ ସରକାର ଅମଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

କ୍ରୀଡ଼ା ପ୍ରୋତ୍ସାହନରେ ଓଡ଼ିଶା ଏବେ ଦେଶର ଏକ ନମ୍ବର ରାଜ୍ୟ ।

ଏସିଆନ ଆଥଲେଟିକ ଚାମ୍ପିୟନସିପ୍‌, ପୁରୁଷ ହକି ବିଶ୍ୱକପ, ହକି ଚାମ୍ପିୟନ୍ସ ଟ୍ରଫି ଏବଂ ଖେଲୋ ଇଣ୍ଡିଆ ପରି କ୍ରୀଡ଼ା ଆୟୋଜିତ କରି ରାଜ୍ୟ ଏବେ ଭାରତର କ୍ରୀଡା ହବରେ ପରିଣତ ହୋଇଛି ।

ଲେଖକ ନବୀନ

ନବୀନ ଜଣେ ଭଲ ଲେଖକ ମଧ୍ୟ।

ସେ ଲେଖିଥିବା ପୁସ୍ତକଗୁଡିକ ହେଲା ଏ ସେକେଣ୍ଡ ପାରାଡାଇଜ, ଏ ଡେଜର୍ଟ କିଙ୍ଗଡମ ଓ ଗାର୍ଡେନ ଅଫ ଲାଇଫ ।

ନବୀନଙ୍କ ଉପରେ ଲଖିତ ପୁସ୍ତକ ନବୀନ ପଟ୍ଟନାୟକ- ନୋ ଭାଇସ୍ ଟୁ ନଭେଲିଟିରେ ନବୀନ ଅଶି ଦଶକରେ ଏକ ଫିଲ୍ମରେ ଅଭିନୟ କରିଥିବା ସୂଚନା ମଧ୍ୟ ରହିଛି।

ଲୋକାଲ୍ ଓ୍ବାୟାର୍

Filed Under: Odia, Special, ବିଶେଷ Tagged With: Special, ଓଡିଶା, ବିଶେଷ

ସାକ୍ଷାତକାର: ଓଡ଼ିଶାକୁ ଭୋକମୁକ୍ତ କରିବା ଆମର ଲକ୍ଷ୍ୟ- ‘ସାଇ’ ଫାଉଣ୍ଡେସନ ଟ୍ରଷ୍ଟ ପ୍ରତିଷ୍ଠାତା

March 4, 2020 By Priyanka Mahanta Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୦୪ (ଲୋକାଲ୍ ୱାୟାର୍): ଅସହାୟ ଭୋକିଲାଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଥିବା ସାଇ ଫାଉଣ୍ଡେସନ ଟ୍ରଷ୍ଟ ଓଡ଼ିଶାରେ ପ୍ରଥମ ଫୁଡ୍ ବ୍ୟାଙ୍କ ଖୋଲିବା ସହ ପ୍ରତିଦିନ ଶହଶହ ଲୋକଙ୍କୁ ପେଟକୁ ଦାନା ଯୋଗାଇଆସୁଛି।

ଏହି ମହତ ପ୍ରୟାସ ଲାଗି ଏହି ଟ୍ରଷ୍ଟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବାବେଳେ ସାଇ ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠାତା ପିନାକୀ ମହାନ୍ତିଙ୍କ ସହ ଲୋକାଲ ୱାୟାରର ସ୍ବତନ୍ତ୍ର ସାକ୍ଷାତକାର ।

ସାଇ ଫାଉଣ୍ଡେସନ ଟ୍ରଷ୍ଟର ଉଦ୍ଦେଶ୍ୟ କଣ ?

-ଅନ୍ନଦାନ ମହାପୁଣ୍ୟ ବାର୍ତ୍ତା ନେଇ ଆମେ ସାଇ ଫାଉଣ୍ଡେସନ ଟ୍ରଷ୍ଟ କରିଛୁ ।

ମୁଁ ତା’ର ପ୍ରତିଷ୍ଠାତା ଥିବା ବେଳେ ମୋର କିଛି ବନ୍ଧୁ ଏଥିରେ ବିଶେଷ ସହଯୋଗ କରୁଛନ୍ତି ।

ଫୁଡ୍ ବ୍ୟାଙ୍କ ଭଳି ଏକ ନିଆରା ଚିନ୍ତାଧାରା ଆପଣଙ୍କ ମନକୁ କେମିତି ଆସିଲା, ଏଥିପାଇଁ ଆପଣ କାହାଠାରୁ ପ୍ରେରଣା ପାଇଛନ୍ତି ?

-ଦିନେ ଖାଇବା ନେଇ ଆମେ କିଛି ବସ୍ତିକୁ ଯାଇଥିଲୁ ଆଉ ସେଠାରେ୨୦ ଜଣ ଲୋକଙ୍କୁ ଆମେ ଖାଇବାକୁ ଦେଇଥିଲୁ।

ଏହି ସମୟରେ ଭୁବନେଶ୍ବର ଅଶୋକ ମାର୍କେଟ ପାଖରେ ଶୋଇଥିବା ଭୋକିଲା ଲୋକଙ୍କୁ ଆମେ ଖାଦ୍ୟ ଯୋଗାଇବାରେ ବିଫଳ ହୋଇଥିଲୁ ।

ସେହି ଭୋକିଲା ଲୋକଙ୍କୁ ଦେଖି ଆମେ ଏହି ଫୁଡ୍ ବ୍ୟାଙ୍କ ଆରମ୍ଭ କରିଥିଲୁ ।

କେଉଁ ସ୍ଥାନରୁ ଆପଣ ଖାଦ୍ୟ ପଦାର୍ଥ ସଂଗ୍ରହ କରୁଛନ୍ତି ?

-ବିଭିନ୍ନ ବାହାଘର କି ଅନ୍ୟ ଭୋଜି ସରିବା ପରେ ଆମେ ସେମାନଙ୍କଠାରୁ ବଳକା ଖାଦ୍ୟ ଆଣିଥାଉ।

ଏଥିପାଇଁ ଆମେ ୨ଟି ଗାଡ଼ି ମଧ୍ୟ ରଖିଛୁ ।

ଏଥିରେ କେଉଁ କେଉଁ ପ୍ରକାର ଖାଦ୍ୟ ରହୁଛି ଓ ଗୋଟିଏ ଦିନରେ କେତେ ଲୋକ ଖାଉଛନ୍ତି?

-ଆମେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ଆଣିଥାଉ ।

ଏଥିପାଇଁ ଭିନ୍ନ ଭିନ୍ନ ଫ୍ରିଜର୍ ବ୍ୟବହାର କରିଥାଉ ।

୧୫୦ରୁ ୨୦୦ ଭୋକିଲା ଲୋକଙ୍କ ପ୍ରତିଦିନ ଖାଇବାକୁ ଦେଇଥାଉ ।

ଏହି ଖାଦ୍ୟ ଆପଣ ଲୋକଙ୍କୁ ସଂପୂର୍ଣ୍ଣ ମାଗଣାରେ ଯୋଗାଉଛନ୍ତି ନା ସେମାନଙ୍କଠାରୁ କିଛି ଅର୍ଥ ନେଉଛନ୍ତି ?

-ଏହି ଖାଦ୍ୟ ଆମେ ମାଗଣାରେ ବିଭିନ୍ନ ବସ୍ତି ଓ ରାସ୍ତାକଡରେ ରହୁଥିବା ଭୋକିଲା ଲୋକଙ୍କୁ ଦେଇଥାଉ ।

ଏହାକୁ ଆପଣ କେମିତି ପରିଚାଳନା କରୁଛନ୍ତି ଓ କେଉଁ କେଉଁ ସ୍ଥାନରେ ଫୁଡ ବ୍ୟାଙ୍କ ରହିଛି ?

-ବଡ଼ ବଡ଼ ହୋଟେଲ, ବାହାଘର କିମ୍ବା ଜନ୍ମଦିନ ଭୋଜିରେ ଖାଦ୍ୟ ବଳିଗଲେ ଆୟୋଜକମାନେ ମୋବାଇଲ ଆପରେ ଆମକୁ ଯୋଗାଯୋଗ କରିଥାନ୍ତି ଏବଂ ୬୦ ଟଙ୍କା ଲେଖାଏଁ ପଠାଇଥାନ୍ତି ।

ଏହାପରେ ଆମେ ଯାଇ ତାଙ୍କଠାରୁ ଖାଦ୍ୟ ଆଣିଥାଉ ।

ଖାଦ୍ୟ ବାଣ୍ଟି ସାରିବା ପରେ ଆମେ ସେମାନଙ୍କୁ ଫଟୋ ପଠାଇ ଜଣାଇ ଦେଇଥାଉ ଯେ ଆପଣଙ୍କ ଖାଦ୍ୟ ବାଣ୍ଟି ଦିଆଯାଇଛି।

ଖାଦ୍ୟକୁ ଭୋଜିରୁ ଆଣିବା ପରେ ଆମେ ଏହାକୁ ପରଦିନ ବାଣ୍ଟିଥାଉ ।

ଏବେ ଆମର ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ଓ ବାରିପଦାରେ ଚାଲିଛି ।

ଅନ୍ୟ ୧୦ଟି ଜାଗାରେ ରୋଟରି କ୍ଲବ୍ ସହିତ ମିଶି ଆମେ ଫୁଡବ୍ୟାଙ୍କ କରିଛୁ ।

ଖାଦ୍ୟକୁ ଆପଣ କେମିତି ସଂରକ୍ଷିତ ରଖୁଛନ୍ତି ଆଉ କେଉଁଠି?

-ଖାଦ୍ୟକୁ ସଂରକ୍ଷିତ ରଖିବା ପାଇଁ ଆମେ ଫ୍ରିଜର୍ ବ୍ୟବହାର କରିଥାଉ ।

ଏଥିସହିତ ଷ୍ଟିଲ୍ ବାସନ ମଧ୍ୟ ବ୍ୟବହାର କରାଯାଇଥାଉ ।

ଏହାକୁ ଆମ ସ୍ବେଚ୍ଛାସେବୀମାନେ ସବୁବେଳେ ସଫା ରଖିଥାନ୍ତି ।

ଆଗକୁ ଆଉ କ’ଣ ଯୋଜନା ରଖିଛନ୍ତି ?

-ଗୁରୁଦ୍ୱାରାରେ ଯେପରି ଲଙ୍ଗର ବ୍ୟବସ୍ଥା ହୋଇଥାଏ, ଆମ ମନ୍ଦିରଗୁଡିକରେ ମଧ୍ୟ ସେପରି ବ୍ୟବସ୍ଥା କରିବାକୁ ଯୋଜନା କରିଛୁ ।

ପୁରୀ ଜଗନ୍ନାଥ ମନ୍ଦିର ଆଗରେ ଆମେ ଦୁଇଟି ଫ୍ରିଜର୍ ରଖିବା ଯୋଜନା କରୁଛୁ ।

ଯଦି ଅବଢା ବଳିଯାଏ, ତାକୁ ସେମାନେ ସେଠାରେ ଆଣି ରଖିବେ ।

ଯିଏ ଆସିବ, ସେଥିରୁ ଖାଇ ପାରିବେ ।

ଏହାସହ ଆମେ ‘ଶ୍ରଦ୍ଧା ଅର୍ପଣ’ କାର୍ଯ୍ୟକ୍ରମ ଆରମ୍ଭ କରିଛୁ, ଯେଉଁଥିରେ ଲୋକମାନେ ଚାଉଳ ଓ ଡ଼ାଲି କି ଅନ୍ୟ କିଛି ଜିନିଷ ଦାନ କରିବେ ।

ଏହାକୁ ନେଇ ଏହା ହଜାରେ ଲୋକଙ୍କ ପାଇଁ ରୋଷେଇ ବ୍ୟବସ୍ଥା କରାଯାଇଛି ।

ଲୋକାଲ୍ ଓ୍ବାୟାର୍

Filed Under: Interview, Odia, Special, ବିଶେଷ, ସାକ୍ଷାତକାର Tagged With: Interview, Special, ଓଡିଶା, ସାକ୍ଷାତକାର

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire