କଟକ,ମାର୍ଚ୍ଚ୧୧ (ଲୋକାଲ ୱାୟାର): ଲାଲବାଗ ଥାନା ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବଜାରର ଚକୁଳି ଓରଫ ପ୍ରକାଶ ବେହେରା(୪୬), ଡଗରପଡା ଭୂତିଆସାହିର ହାଡିଆ ଓରଫ ପ୍ରକାଶ ବେହେରା(୪୮), ବାୟା ଓରଫ ସରୋଜ ଦାସ(୨୭) ଓ ଶେଖବଜାର ନିୟୁ କଲୋନୀର ସାଗର ବେହେରା(୨୬)ପ୍ରମୁଖ ୪ ଜଣଙ୍କୁ ଗିରଫ କରିଥିବା ଜଣେ ପୁଲିସ ଅଧିକାର ବୁଧବାର ଦିନ କହିଛନ୍ତି।
ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ, ୭.୬୫ ଏମଏମର ୩ଟି ଗୁଳି, ଗୋଟିଏ(ଓଡି-୦୫-ଏଭି-୪୩୬୨) ଆକ୍ଟିଭା, ଗୋଟିଏ(ଓଆର-୦୫-ଏକେ-୧୭୭୬) ବାଇକ, ଗୋଟିଏ ଭୁଜାଲି ଓ ଲୁହା ରଡ ଆଦି ଜବତ ହୋଇଛି।
ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ଗୁରୁତର ଦଫାରେ ମାମଲାମାନ ରହିଛି।
ଅଭିଯୁକ୍ତ ହାଡିଆ ନାମରେ ଲାଲବାଗ, ମର୍କତନଗର, ବିଡାନାସୀ, କ୍ୟାଣ୍ଟନମେଣ୍ଟ ଥାନାରେ ମୋଟ ୨୧ଟି ମାମଲା ରହିଥିବା ବେଳେ ଚକୁଳି ନାମରେ ଲାଲବାଗ ଓ କ୍ୟାଣ୍ଟନମେଣ୍ଟ ଥାନାରେ ମୋଟ ୧୦ଟି ମାମଲା ହୋଇଛି।
ସରୋଜ ନାମରେ ଲାଲବାଗ ଥାନାରେ ୭ଟି ମାମଲା ରହିଛି।
ଲୋକାଲ ୱାୟାର