• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

କାର୍ଯ୍ୟାଳୟ

ତଦନ୍ତରେ ସଫଳତା ପାଇଁ ପୁଲିସ ଅଧିକାରୀ, ଆଇନଜୀବୀ ସମ୍ବର୍ଦ୍ଧିତ

March 5, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୪(ଲୋକାଲ ୱାୟାର): ୨୦୧୩ ମସିହାରେ ଉଷାଶ୍ରୀଙ୍କୁ ହତ୍ୟା କରି ୩ଶହ ଖଣ୍ଡ କରିବା ମାମଲା ଏବଂ ୨୦୧୮ ମସିହାର ଅଭିମନ୍ୟୁ ନାୟକ ହତ୍ୟା ମାମଲାର ତଦନ୍ତ ଓ ମାମଲା ପରିଚାଳନାରେ ସଫଳତା ପାଇଁ ପୁଲିସ ଅଫିସର ଓ ଆଇନଜୀବୀଙ୍କୁ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ବୁଧବାର ଏକ କାର୍ଯ୍ୟକ୍ରମ ଅବସରରେ ସମ୍ବର୍ଦ୍ଧିତ କରିଛନ୍ତି ।

ସମ୍ବର୍ଦ୍ଧିତଙ୍କ ମଧ୍ୟରେ ଅଛନ୍ତି ବର୍ତ୍ତମାନ ପାରାଦୀପରେ ଥିବା ଅତିରିକ୍ତ ଏସପି ବିଷ୍ଣୁ ଚରଣ ମିଶ୍ର, ରାଜନଗର ଥାନାରେ କାର୍ଯ୍ୟରତ ଏସଆଇ ଅଜୟ କୁମାର ସାହୁ, ପବ୍ଲିକ ପ୍ରସିକ୍ୟୁଟର (ପିପି) ଶରତ ଚନ୍ଦ୍ର ସାମନ୍ତ ଏବଂ ପିପି ସଲିଳ କୁମାର ପ୍ରଧାନ ।

ଉଲ୍ଲେଖଯୋଗ୍ୟ, ଉଷାଶ୍ରୀଙ୍କୁ ୨୦୧୩ ମସିହା ଜୁନ ମାସରେ ଭୁବନେଶ୍ୱରର ସିଆରପି ଅଞ୍ଚଳରେ ସ୍ୱାମୀ କର୍ଣ୍ଣେଲ ଡ. ସୋମନାଥ ପରିଡ଼ା ପତ୍ନୀ ଉଷାଶ୍ରୀଙ୍କୁ ହତ୍ୟା କରି ୩ ଶହ ଖଣ୍ଡ କରିଥିଲେ ।

ଏହି ମାମଲାରେ ନିକଟରେ ସୋମନାଥଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । ସେହିପରି ୨୦୧୮ରେ ଜନୈକ ଅଭିମନ୍ୟୁ ନାୟକଙ୍କୁ ତାଙ୍କ ଜ୍ୱାଇଁ ଚନ୍ଦନ ମଲ୍ଲିକ ମରଣାନ୍ତକ ଆକ୍ରମଣ କରିଥିଲେ ।

ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଏବେ ଜ୍ୱାଇଁ ଚନ୍ଦନଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି ।

ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ପୁଲିସ୍ କମିଶନର ସଞ୍ଜୟ ସିଂହ, ଡିସପି ଅନୁପ ସାହୁ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟାଳୟ Tagged With: ଓଡିଶା

ମାର୍ଚ୍ଚ ୧ରୁ କାର୍ଯ୍ୟକ୍ଷମ ହେବ ଏନଟିପିସିର ୮ଶହ ମେଗାୱାଟ ବିଦ୍ୟୁତ କେନ୍ଦ୍ର

February 29, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୯(ଲୋକାଲ ୱାୟାର): ୮ଶହ ମେଗାୱାଟ ସମ୍ପନ୍ନ ଦର୍ଲିପାଲି ତାପଜ ବିଦ୍ୟୁତ କେନ୍ଦ୍ର ଆଜି ମଧ୍ୟରାତ୍ରରୁ କାର୍ଯ୍ୟକ୍ଷମ ହେବ ବୋଲି ଏନଟିପିସି ପକ୍ଷରୁ କୁହାଯାଇଛି ।

ଏହି ତାପଜ କେନ୍ଦ୍ରର ପ୍ରଥମ ପର୍ଯ୍ୟାୟ ବ୍ୟବସାୟିକ କାର୍ଯ୍ୟକ୍ଷମ ହେବ ବୋଲି ଏନପିଟିସିର ନିୟାମକ ସମୀକ୍ଷାରେ କୁହାଯାଇଛି ।

ଏହି ବ୍ୟବସାୟିକ କ୍ଷମତା ଦ୍ୱାରା ଏନଟିପିସି ଓ ଏନଟିପିସି ସମୂହର ବିଦ୍ୟୁତ ଉତ୍ପାଦନ ଯଥାକ୍ରମେ ୪୯,୬୯୫ ମେଗାୱାଟ ଓ ୫୮,୧୫୬ ମେଗାୱାଟ ହୋଇଛି ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟାଳୟ Tagged With: ଓଡିଶା, କାର୍ଯ୍ୟାଳୟ

ରାସ୍ତାରୋକ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ

February 27, 2020 By LocalWire Leave a Comment

କଟକ,ଫେବୃଆରୀ ୨୭ (ଲୋକାଲ ୱାୟାର): ବିଭିନ୍ନ ପ୍ରସଙ୍ଗକୁ ନେଇ ହେଉଥିବା ରାସ୍ତାରୋକ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଗୁରୁବାର ଦିନ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂରେ ସମସ୍ତ ରେଞ୍ଜ ଆଇଜି, ପୁଲିସ କମିଶନର,ଡିସିପି ଓ ସବୁ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ବେଳେ ସେ ଏହି ନିର୍ଦ୍ଦେଶ ଦେବା ସହ ପୁଲିସ ସେବା ଅଧିନସ୍ଥ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର କାର୍ଯ୍ୟକାରୀତା ଏବଂ ଥାନା ଗୁଡିକରୁ ତଦନ୍ତାଧିନ ମାମଲା ସଂଖ୍ୟା ହ୍ରାସ କରିବାକୁ ଗୁରୁତ୍ବ ଦେଇଥିଲେ।

ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଅଥବା କୌଣସି ପ୍ରକାର ରାସ୍ତାରୋକ ପ୍ରସଙ୍ଗରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଲାଗି ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ସିସିଟିଏନଏସ(କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱର୍କ ସିଷ୍ଟମ)ର ସମସ୍ୟା ଓ ଚ୍ୟାଲେଞ୍ଜ ସଂପର୍କରେ ମଧ୍ୟ ଡିଜିପି ସମୀକ୍ଷା କରିଛନ୍ତି।

ଆସନ୍ତା ୮ତାରିଖରେ ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ଅଫିସରଙ୍କ କ୍ଷେତ୍ରରେ ଏକ କର୍କଟ ନିରୂପଣ ସ୍ବାସ୍ଥ୍ୟ ଶିବିର, ପୁଲିସ କର୍ମଚାରୀଙ୍କୁ ପୋଷାକ ବିତରଣ, କର୍ମଚାରୀଙ୍କ ପଦୋନ୍ନତି,ବିଭିନ୍ନ ସେବା ପଦକ ପାଇଁ ଆବେଦନ ଓ ଓଡିଶା ପୁଲିସ ଗୃହ ନିର୍ମାଣ ନିଗମ ଦ୍ବାରା ଶେଷ ହୋଇଥିବା ବିଭିନ୍ନ କୋଠାର ହସ୍ତାନ୍ତର ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ପୋଲିସ ମୁଖ୍ୟାଳୟ ଏଡିଜି ବିନୟତୋଷ ମିଶ୍ର, ଏଡିଜି ଆଇନଶୃଙ୍ଖଳା ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ଆଧୁନୀକିକରଣ ରେଖା ଲୋହାନୀ,ଆଇଜି ଏସସିଆରବି ରାଜେଶ କୁମାର, ଆଇଜି ଯତୀନ୍ଦ୍ର କୋଏଲ, କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟାଳୟ Tagged With: ଓଡିଶା, କଟକ, ପୁଲିସ

ସଚିବାଳୟକୁ ଯିବ ସଂସ୍କୃତି ବିଭାଗ ନିର୍ଦ୍ଦେଶାଳୟ

February 21, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୧(ଲୋକାଲ ୱାୟାର): ଦୀର୍ଘ ୧୫ବର୍ଷ ପରେ ଜିଏ ବିଭାଗ ନିୟମ ପାଳିବାକୁ ଯାଉଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ।
ସଚିବାଳୟକୁ ଯିବ ନିର୍ଦ୍ଦେଶାଳୟ । ଏକାଠି ବସିବେ ସମସ୍ତ କର୍ମଚାରୀ । ଗୋଟିଏ ଇସ୍ୟୁ ସେକ୍ସନ୍ ହେବ ।

ସବୁ କାର୍ଯ୍ୟ ସୁରୁଖୁରୁରେ ଚାଲିବ । ଅନ୍ୟପକ୍ଷରେ କିନ୍ତୁ ଏନେଇ ସଂସ୍କୃତି ସଙ୍ଗଠକଙ୍କ ଭିତରେ ଭାଳେଣି ପଡ଼ିଛି ।

ସଚିବାଳୟ ମଧ୍ୟକୁ ସମସ୍ତଙ୍କ ପ୍ରବେଶ ଲାଗି ଅନୁମତି ମିଳୁନଥିବାବେଳେ ନିର୍ଦ୍ଦେଶାଳୟ ସେଠାକୁ ଗଲେ ବହୁତ ସମସ୍ୟା ହେବ ।

କାରଣ ଦୈନିକ ବିଭିନ୍ନ କାର୍ଯ୍ୟକ୍ରମ ନେଇ ସଂଖ୍ୟାଧିକ କଳାକାର ଓ ସଙ୍ଗଠନ କର୍ମକର୍ତ୍ତାମାନେ ନିର୍ଦ୍ଦେଶାଳୟକୁ ଆସିଥାନ୍ତି ।

ଯଦି ଏଠି କେହି କର୍ମଚାରୀ ନରହିବେ ତେବେ କଳାକାରମାନଙ୍କୁ ହଇରାଣ ହରକତ ହେବାକୁ ପଡ଼ିବ ବୋଲି ଜଣେ କଳା ସଙ୍ଗଠକ କହିଛନ୍ତି ।

୨୦୦୬ ମସିହାରେ ଜିଏ ବିଭାଗ ପକ୍ଷରୁ ହୋଇଥିବା ନିଷ୍ପତ୍ତି ମୁତାବକ ସଂସ୍କୃତି ବିଭାଗ ଓ ନିର୍ଦ୍ଦେଶାଳୟ ଏକାଠି କାମ କରିବେ ।

ଗୋଟିଏ ସ୍ଥାନରେ ବସିବେ ସମସ୍ତ କର୍ମଚାରୀ । ଭଞ୍ଜକଳା ମଣ୍ଡପ ପଛପାଖରେ ଥିବା ସଂସ୍କୃତି ନିର୍ଦ୍ଦେଶାଳୟ ସଚିବାଳୟକୁ ଉଠିଯିବ ।

ଗୋଟିଏ ଇସ୍ୟୁ ସେକ୍ସନ୍ ହେବ । ଗୋଟିଏ ଡିଡିଓ ଓ ଡାଏରୀ ହେବ । ବର୍ତ୍ତମାନ କିନ୍ତୁ ଅଧା ବସୁଛନ୍ତି ସଚିବାଳୟରେ ଆଉ ଅଧା କର୍ମଚାରୀ, ଅଧିକାରୀ ବସୁଛନ୍ତି ସଂସ୍କୃତି ଭବନ ନିର୍ଦ୍ଦେଶାଳୟରେ ।

ଯାହାଫଳରେ ବିଭାଗର ବିଭିନ୍ନ କାର୍ଯ୍ୟଧାରାରେ ବାଧା ଉପୁଜୁଛି । ପୂର୍ବ ନିଷ୍ପତ୍ତିକୁ ଦୀର୍ଘ ବର୍ଷ ବିତିଯାଇଥିଲେ ବି ସଂସ୍କୃତି ବିଭାଗ ପକ୍ଷରୁ ଏଯାଏଁ ଏ ନିୟମ ପାଳନ ହୋଇପାରିଲା ନାହିଁ ।

ଶେଷରେ କିନ୍ତୁ ବିଭାଗ ନିୟମକୁ ପାଳନ କରିବାକୁ ଯାଉଥିବା ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟାଳୟ Tagged With: ଓଡିଶା, କାର୍ଯ୍ୟାଳୟ

ରାଜଧାନୀରେ ଟୋକାଙ୍କ ଖଟି, ଆଡ୍ଡା ଉପରେ ଚଢ଼ାଉ କରିବ ପୁଲିସ

February 21, 2020 By Jharana Jena Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୦ (ଲୋକାଲ ୱାୟାର): ବେଆଇନ ମଦ୍ୟପାନ ଓ ଡ୍ରଗ୍ସ ସେବନରେ ତରୁଣମାନଙ୍କ ସଂପୃକ୍ତି ଯୋଗୁଁ କମିଶନରେଟ ପୁଲିସ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ୧୮ ବର୍ଷରୁ ଅଧିକ ଅପରାଧୀଙ୍କୁ ତଡ଼ିପାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।

ନିକଟରେ ଦୁଇ ନମ୍ବର ମାର୍କେଟରେ ହୋଇଥିବା ଭଙ୍ଗାରୁଜା ଓ ପୋଷ୍ଟାଲ କଲୋନୀରେ ଜଣେ ଯୁବକଙ୍କୁ ହୋଇଥିବା ମରଣାନ୍ତକ ଆକ୍ରମଣରେ ବହୁ ସଂଖ୍ୟକ ତରୁଣ ଜଡ଼ିତ ଥିବା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ନିଆଯାଇଛି ।

ମାର୍କେଟ ବିଲଡିଂ ଘଟଣାରେ ୩୪ ଅଭିଯୁକ୍ତଙ୍କ ମଧ୍ୟରୁ ୧୯ ଜଣଙ୍କ ବୟସ ୧୮ରୁ କମ୍ ଥିଲା । ଓଡ଼ିଶା ସହରାଞ୍ଚଳ ପୁଲିସ ନିୟମ ଅନୁସାରେ ୪ ଜଣଙ୍କୁ ତଡିପାର ପ୍ରକ୍ରିୟାରେ ଭୁବନେଶ୍ୱର ବାହାରକୁ ପଠାଇ ଦିଆଯାଇଛି ।

ଡ୍ରଗ୍ସ ଓ ଅସାମାଜିକ କାର୍ଯ୍ୟକଳାପ ନିର୍ମୂଳ କରିବାକୁ କମିଶନରେଟ ପୁଲିସ ଉଦ୍ୟମ ଆରମ୍ଭ କରିଛି ।

ଯେଉଁଥିରେ ୧୫୦ ଚୋରା ଡ୍ରଗ୍ସ ବେପାରୀ ଗିରଫ ହୋଇ ସାରିଥିବା ବେଳେ ୧୫ ଜଣଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଅଟକ ରଖାଯାଇଛି ।

୧୭ରୁ ୨୦ ବୟସ ବର୍ଗର ପିଲାମାନେ ଦେଖା ଯାଉଥିବା ବିଭିନ୍ନ ଖଟି ଓ ଆଡ୍ଡା ଉପରେ ଚଢ଼ାଉ କରିବା ପାଇଁ ଏକ ୧୫ ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ ।

ଏପରି କାମରେ ଲିପ୍ତ ରହୁଥିବା ପିଲାମାନଙ୍କୁ ସହର କିମ୍ବା ନିର୍ଦ୍ଦିଷ୍ଟ ସ୍ଥାନରୁ ତଡିପାର କରିବାକୁ କାରଣଦର୍ଶାଅ ନୋଟିସ ଦିଆଯିବ ।

ନିକଟରେ ହୋଇଥିବା ଏକ ବୈଠକରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ୱର ଡିସିପି ଓ ଆଇଆଇସିମାନଙ୍କୁ ଯୁବ ବର୍ଗଙ୍କୁ କେନ୍ଦ୍ର କରି ନିବାରଣ ଓ ପ୍ରବର୍ତ୍ତନ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ।

ସମନ ବେଳେ ଯୁବକମାନଙ୍କ ଅଭିଭାବକଙ୍କୁ ସାମିଲ କରିବାକୁ ପୁଲିସର ଯୋଜନା ରହିଛି ଓ ଅଧିକାରୀମାନଙ୍କୁ ଏହା ସୁନିଶ୍ଚିତ କରିବାକୁ କୁହାଯାଇଛି । ପୁଲିସର ଆଶା ରହିଛି ଯେ, ଖଟିରେ ବସି ବେଆଇନ ମଦ୍ୟପାନ, ଡ୍ରଗ୍ସ ସେବନ, ମହିଳା ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରୁଥିବା କିଶୋର ଓ ଯୁବକମାନଙ୍କ ଅଭିଭାବକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ସେମାନେ ସାବାଡ ହେବେ ।

ମହିଳା, ଝିଅ ଓ ସାଧାରଣ ନାଗରିକଙ୍କ ଯିବା ଆସିବା ସ୍ୱାଧୀନତାରେ ବାଧକ ସାଜୁଥିବା ବ୍ୟକ୍ତିଙ୍କୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଡିସିପି, ଭୁବନେଶ୍ୱର ଓ ଆଇଆଇସିମାନଙ୍କୁ ଅସାମାଜିକ କାର୍ଯ୍ୟକଳାପ ତଥା ଅଶୋଭନୀୟ ଆଚରଣ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ପ୍ରତି ଜିରୋ-ଟଲେରାନ୍ସ ପ୍ରଦର୍ଶନ କରିବାକୁ କୁହାଯାଇଛି ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟାଳୟ Tagged With: ଓଡିଶା, ଘଟଣା, ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର

February 19, 2020 By LocalWire Leave a Comment

ଭୁବନେଶ୍ବର, ଫେବ୍ରୁଆରି ୧୯ (ଲୋକାଲ ୱାୟାର): ଭଦ୍ରକ ଜିଲ୍ଲାରେ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ଲାଗି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖିଛନ୍ତି।

ସେହିପରି ଉଚ୍ଚଶିକ୍ଷା ପାଇଁ ରାଜଧାନୀରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରୀମାନଙ୍କ ପାଇଁ ଭୁବନେଶ୍ବରରେ ଏକ ଛାତ୍ରୀନିବାସ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭୀଙ୍କୁ ମଧ୍ୟ ଧର୍ମେନ୍ଦ୍ର ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

ଭଦ୍ରକ ଜିଲ୍ଲାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ନଥିବାବେଳେ ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଠାରେ ଏକ ମେଡିକାଲ୍ କଲେଜ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଦେବାକୁ ନବୀନଙ୍କୁ ଧର୍ମେନ୍ଦ୍ର ଏହି ପତ୍ର ଲେଖିଛନ୍ତି।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ମେଡିକାଲ୍ କଲେଜ ପାଇଁ କେନ୍ଦ୍ର ସରକାର ଷାଠିଏ ପ୍ରତିଶତ ଖର୍ଚ୍ଚ ବହନ କରିବା ବ୍ୟବସ୍ଥା ରହିଛି।

ସୂଚନାଯୋଗ୍ୟ, ଓଡ଼ିଶାର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଛଅଟି ମେଡିକାଲ୍ କଲେଜ ଖୋଲିବାକୁ ନିକଟରେ ଉପସ୍ଥାପିତ କେନ୍ଦ୍ର ବଜେଟରେ ଅର୍ଥ ବରାଦ କରାଯାଇଛି।

ରାଜ୍ୟରେ ଦଶଟି ଆକାଂକ୍ଷୀ ଜିଲ୍ଲା ଥିବାବେଳେ ଏଥିରୁ କୋରାପୁଟ ଓ ବଲାଙ୍ଗିରରେ ଦୁଇଟି ମେଡିକାଲ୍ କଲେଜ କାର୍ଯ୍ୟକାରୀ ହୋଇସାରିଥିବାବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଆଉ ଦୁଇଟି ମେଡିକାଲ୍ କଲେଜ ଲାଗି ରାଜ୍ୟ ସରକାର ପ୍ରସ୍ତାବ ଦେଇସାରିଛନ୍ତି।

ଲୋକାଲ୍ ଓ୍ବାୟାର୍

Filed Under: Odia, କାର୍ଯ୍ୟାଳୟ Tagged With: ଓଡିଶା, କନ୍ଧମାଳ, କଳାହାଣ୍ଡି, କାର୍ଯ୍ୟାଳୟ

ବୁଦ୍ଧ ମନ୍ଦିରରେ ବୁଦ୍ଧ ମୂର୍ତ୍ତି ପୁନଃ ସ୍ଥାପିତ

February 19, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୧୯(ଲୋକାଲ ୱାୟାର): ଗତ ଫନି ମହାବାତ୍ୟାରେ ବୁଦ୍ଧମନ୍ଦିର ପରିସରରେ ଉପୁଡ଼ି ପଡ଼ିଥିବା ବୋଧିଦ୍ରୁମର ପୁନଃ ସ୍ଥାପନ ଓ ବୈଜ୍ଞାନିକ ପ୍ରକ୍ରିୟାର ସଫଳତା ପରେ, ମଙ୍ଗଳବାର ବୋଧିଦ୍ରୁମ ପରିସରରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।

ସର୍ବଭାରତୀୟ ମହାବୋଧି ସମିତିର ସାଧାରଣ ସମ୍ପାଦକ ମହାମାନ୍ୟ ଶିଓଲି ଥେରୋ ଏହାକୁ ପୁନଃ ପ୍ରତିଷ୍ଠା କରିଛନ୍ତି । ଏହି ଅବସରରେ ଓଡ଼ିଶା ଶାଖାର ଭାରପ୍ରାପ୍ତ ଭିକ୍ଷୁ ଆଶାଜୀ ଥେରୋ ସୂତ୍ର ପାଠ କରିଥିଲେ ।

କାର୍ଯ୍ୟକ୍ରମରେ ସଭାପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ଡ. ସୌରେନ୍ଦ୍ର କୁମାର ମହାପାତ୍ର ସ୍ୱାଗତ ଭାଷଣ ଓ ବିମଳ ଦାସ ଧନ୍ୟବାଦ ଦେଇଥିଲେ ।

ସର୍ବଭାରତୀୟ ଉପସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଆଗାମୀ ବୁଦ୍ଧ ପୂର୍ଣ୍ଣିମାରେ ଆନ୍ତର୍ଜାତିକ ଶାନ୍ତିସ୍ତୁପର ଶିଳାନ୍ୟାସ କରିବାକୁ ପ୍ରସ୍ତାବ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଅବସର ବେଉରିଆ, ନମ୍ରତା ଚଢ଼ା, ଅସୀତ ମହାନ୍ତି, ନରେନ୍ଦ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟାଳୟ Tagged With: ଓଡିଶା, କାର୍ଯ୍ୟାଳୟ

ନିର୍ମାଣ ଶ୍ରମିକ ପଞ୍ଜିକରଣ ଓ ଯୋଜନା ଖର୍ଚ୍ଚରେ ଓଡ଼ିଶା ଦ୍ୱିତୀୟ

February 14, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୧୪(ଲୋକାଲ ୱାୟାର): ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ୨୭ତମ ବୈଠକ ଶୁକ୍ରବାର ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ଅଧ୍ୟକ୍ଷତା କରି କହିଲେ, ନିର୍ମାଣ ଶ୍ରମିକମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ରାଜ୍ୟରେ ବିକାଶର ଧାରା ଆଗେଇ ଚାଲିଛି ।

ବର୍ତ୍ତମାନ ରାଜ୍ୟ ଶ୍ରମ ବିଭାଗ ତଥା କଲ୍ୟାଣ ବୋର୍ଡର କାର୍ଯ୍ୟଧାରାରେ ୫ ‘ଟି’ କାର୍ଯ୍ୟପଦ୍ଧତି ଆରମ୍ଭ କରାଯାଇଛି ।

ଉଭୟ ପଞ୍ଜିକରଣ ଓ ସହାୟତା ପ୍ରଦାନକୁ ସମ୍ପୂର୍ଣ୍ଣ ଅନଲାଇନ୍ କରାଯିବା ସହ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ପାଇଁ କାର୍ଯ୍ୟକ୍ଷେତ୍ରରେ ପଞ୍ଜିକରଣକୁ ଅଧିକ ଗୁରୁତ୍ୱାରୋପ କରାଯାଉଛି ।

ଏହି ଅବସରରେ ସୂଚନା ଦେଇ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସିଂହ କହିଥିଲେ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ଅଦ୍ୟାବଧି ୨୯ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇ ମୋଟ୍ ୧୫୧୮କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

ଉଭୟ ପଞ୍ଜିକରଣ ଓ କଲ୍ୟାଣକାରୀ ଯୋଜନାର ଖର୍ଚ୍ଚରେ ସମଗ୍ର ଦେଶରେ ଓଡ଼ିଶାର ସ୍ଥାନ ଦ୍ୱିତୀୟ । ଏଥିସହିତ କଲ୍ୟାଣ ବୋର୍ଡ ଦ୍ୱାରା ବିଭିନ୍ନ ଯୋଜନାମୂଳକ କାର୍ଯ୍ୟକ୍ରମ କରାଯାଉଛି ।

ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କର ସୁରକ୍ଷା ନିମନ୍ତେ ଦିଲ୍ଲୀ, ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ରାଜ୍ୟରେ ଓଡ଼ିଶା ପ୍ରବାସୀ ଶ୍ରମିକ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟାଳୟ Tagged With: କାର୍ଯ୍ୟାଳୟ, ଭୁବନେଶ୍ୱର

କଟକ ରାସ୍ତାରେ ଅଳିଆ ପକାଇଲେ ଏଣିକି ଜରିମାନା : ଡଷ୍ଟବିନ ରଖିବା ବାଧ୍ୟତାମୂଳକ

February 14, 2020 By Prabeen Sahoo Leave a Comment

କଟକ,ଫେବୃଆରୀ ୧୪ (ଲୋକାଲ ୱାୟାର): ବାଉନ ବଜାର ତେପନ ଗଳିର ସହର କଟକର ରାସ୍ତା କଡରେ ଅଳିଆ ଆବର୍ଜନା ପକାଇଲେ କିମ୍ବା ଜମା କଲେ ତଣ୍ଡ ଗଣିବାକୁ ପଡିବ ବୋଲି କଟକ ମହାନଗର ନିଗମ (ସିଏମସି)ର ଜଣେ ପଦାଧିକାରୀ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଉଠାଦୋକାନୀ ପରିବେଶକୁ ପ୍ରଦୂଷଣ କରୁଥିବା ଏବଂ ବଭିନ୍ନ ଅଞ୍ଚଳରେ ଘର ଆବର୍ଜନା ବାହାରେ ଫିଙ୍ଗୁଥିବା ଲୋକଙ୍କ ଉପରେ ଲଗାମ ଲଗାଇବା ପାଇଁ ସିଏମସି ଯୋଜନା କରୁଛି।

ପ୍ରଥମେ ପର୍ଯ୍ୟାୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଓ ପରେ ନିୟମ ଖିଲାଫ କଲେ ସେମାନଙ୍କ ବିରୋଧରେ ସିଏମସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଲୋକାଲ ୱାୟାର

Filed Under: Environment, Odia, କାର୍ଯ୍ୟାଳୟ, ପରିବେଶ Tagged With: କଟକ, କାର୍ଯ୍ୟାଳୟ, ପରିବେଶ

୫୮ଟି ଉପଖଣ୍ଡ ସଦର ମହକୁମାରେ ଡେ କେୟାର ସେଣ୍ଟର

February 14, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୧୪(ଲୋକାଲ ୱାୟାର): ଲୋକସେବା ଭବନକୁ ଗମନାଗମନ ନିମନ୍ତେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନଙ୍କ ସକାଶେ ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର ଯାନ ଶୁକ୍ରବାର ଲୋକାର୍ପିତ ହୋଇଛି ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଲୋକସେବା ଭବନ ଅଭ୍ୟର୍ଥନା ପ୍ରକୋଷ୍ଠ ନିକଟରେ ଏହି ଯାନର ଲୋକର୍ପଣ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ କାର୍ଯ୍ୟାଳୟଗୁଡ଼ିକରେ ଏପରି ସ୍ୱତନ୍ତ୍ର ଯାନ ରଖାଯିବା ପାଇଁ ଉଦ୍ୟମ କରାଯିବ ।

ରାଜ୍ୟର ୫୮ଟି ଉପଖଣ୍ଡ ସଦର ମହକୁମାରେ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ଡେ କେୟାର ସେଣ୍ଟର ପ୍ରତିଷ୍ଠା କରିବାର ଯୋଜନା ହାତକୁ ନିଆଯିବା କଥା ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି ।

ଲୋକସେବା ଭବନକୁ ପ୍ରତିଦିନ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନରୁ ଆସୁଥିବା ଭିନ୍ନକ୍ଷମ ତଥା ବରିଷ୍ଠ ନାଗରିକମାନଙ୍କ ସୁଗମ୍ୟ ଯାତାୟାତ ପାଇଁ ଏହି ଯାନ ସମର୍ପିତ ହୋଇଛି ।

ଏହି ଯାନରେ ଚାଳକଙ୍କ ବ୍ୟତୀତ ୪ଜଣ ବସି ପାରିବେ । ପରିବେଶ ଅନୁକୂଳ ବ୍ୟାଟେରୀ ଚାଳିତ ଏହି ଯାନର ମୂଲ୍ୟ ୬ଲକ୍ଷ ଟଙ୍କାରୁ ଅଧିକ ।

ଫେଡେରାଲ୍ ବ୍ୟାଙ୍କର୍ ଔଦ୍ୟୋଗିକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ହରମିସ୍ ମେମୋରିଆଲ୍ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର ଯାନ ଯୋଗାଇ ଦିଆଯାଇଛି ।

ଲୋକାର୍ପଣ କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଭାସ୍କର ଶର୍ମା, ନିର୍ଦ୍ଦେଶକ ବ୍ରତତୀ ହରିଚନ୍ଦନ, ଫେଡେରାଲ୍ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ କୈଳାସ ଚନ୍ଦ୍ର ଦାସ ଓ ବ୍ୟାଙ୍କର ଶାଖା ମୁଖ୍ୟ ରାକେଶ କୁମାରଙ୍କ ସମେତ ବିଭାଗୀୟ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟାଳୟ, ଯାତାୟାତ Tagged With: ଓଡିଶା, କାର୍ଯ୍ୟାଳୟ, ଯାତାୟାତ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 30
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire