ଅନୁଗୁଳ, ଫେବ୍ରୁଆରୀ ୧୮ (ଲୋକାଲ ୱାୟାର): ଇଣ୍ଟରନ୍ୟାସନାଲ କିକ୍ ବକ୍ସିଂରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଆଣି ଫେରିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଂଚଳର ଦେଲିଶା ବିଶ୍ଵାଳ।
ଗତ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମଠାରେ ଅନୁଷ୍ଠିତ ଏହି ଚାମ୍ପିୟୟାନସିପରେ ଦେଲିଶା ବିଶ୍ଵାଳ ୩୨ କେଜି ପଏଣ୍ଟ ଫାଇଟ୍ ବିଭାଗରେ ତାଙ୍କ ପ୍ରତିଦ୍ଵନ୍ଦ୍ବୀ ସୃଷ୍ଟି ମିଶ୍ରଙ୍କୁ ୧୭.୮ ପଏଣ୍ଟରେ ହରାଇ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ।
ଛେଣ୍ଡିପଦା ବ୍ଲକ୍ ବାରମଞ୍ଚା ଗାଁର ଦୀପକ ବିଶ୍ଵାଳ ଓ ଇନ୍ଦ୍ରାଣୀ ବିଶ୍ଵାଳଙ୍କ ଝିଅ ଦେଲିଶା ଏବେ ତାଙ୍କ ବାପାମାଙ୍କ ସହ ହରିଆନାର ଫରିଦାବାଦରେ ରହି ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି ।
ତାଙ୍କର ଏହି ସଫଳତା ଲାଗି ସେ ଟ୍ରେନର୍ ଯୋଗେନ୍ଦ୍ର ସିଂ ଓ ବାପାମାଙ୍କୁ ଶ୍ରେୟ ଦେଇଛନ୍ତି ।
ଏହି ଚାମ୍ପିୟନସିପରେ ଭାରତ ସମେତ କାଜାକାସ୍ତାନ, ଜୋଡାନ, ୟୁକ୍ରେନ, ଇରାନ ଓ ନେପାଳର ହଜାରେରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ ।
ଲୋକାଲ୍ ଓ୍ବାୟାର୍