• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics

ଘଟଣା

ଟ୍ରାଫିକ୍ ଚେକିଂ: ତୃତୀୟ ଦିନରେ ୧୪୩୪ଙ୍କୁ ଇ-ଚାଲାଣ

March 4, 2020 By LocalWire Leave a Comment

ଭୁବନେଶ୍ୱର, ମାର୍ଚ୍ଚ ୩(ଲୋକାଲ ୱାୟାର): ଟ୍ରାଫିକ୍ ଯାଞ୍ଚ କଡ଼ାକଡ଼ି ହେବା ପରେ ତୃତୀୟ ଦିବରେ ମଙ୍ଗଳବାର ୧୪୩୪ ଜଣଙ୍କୁ ଆଇନ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟାଯାଇଥିବା ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ବିନା ହେଲମେଟ୍‌ରେ ବାଇକ ଚଳାଉଥିବାରୁ ୭୧୫ ଜଣଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି ।

୨୬ଜଣ ମଦ୍ୟପ ଗାଡ଼ି ଚାଳକ, ଦ୍ରୁତଗତିରେ ଗାଡ଼ି ଚଳାଉଥିବାରୁ ୧୨୯ ଜଣ, ରଙ୍ଗ୍ ରୁଟରେ ଡ୍ରାିଭିଂ ପାଇଁ ୧୨ଜଣ, ତିନି ଜଣ ବସି ଯାଉଥିବାରୁ ୩୩ ଜଣ ଏବଂ ମୋବାଇଲରେ କଥା ହୋଇ ଡ୍ରାଇଭିଂ କରୁଥିବାରୁ ୨୭ଜଣଙ୍କ ନାମରେ ଇ-ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ : ହତ୍ୟା ମାମଲା ରୁଜୁ ଦାବିରେ ରାସ୍ତାରୋକ

March 4, 2020 By Prabeen Sahoo Leave a Comment

କଟକ,ମାର୍ଚ୍ଚ ୩ (ଲୋକାଲ ୱାୟାର): ମଙ୍ଗଳାବାଗ ଥାନା ଅଞ୍ଚଳରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ନରହତ୍ୟା ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥÒବା ପୁଲିସ ମଙ୍ଗଳବାର ଦିନ କହିଛି।

ପ୍ରେମିକାର ପ୍ରତାରଣା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ମୃତଦେହ ନିକଟରୁ ଜବତ ସୁଇସାଇଡ ନୋଟରେ ଲେଖାଥିଲା ବେଳେ ମୃତ ଯୁବକର ପରିବାର ଲୋକ ଏହାକୁ ଏକ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।

ଏହି ସମ୍ବେଦନଶୀଳ ଘଟଣାରେ ପ୍ରେମିକା ଓ ତାଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ମୃତ ଯୁବକର ପରିବାର ଓ ଶୁଭେଚ୍ଛୁମାନେ ଅଡି ବସିଥିଲେ।

ଫଳରେ ମଙ୍ଗଳାବାଗ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ମୃତ ଯୁବକ ମହ୍ଲାସାହିର ରବିନ୍ଦ୍ର ଭୂୟାଁଙ୍କ ପୁଅ ବିଶ୍ୱନାଥ ଭୂୟାଁ(୨୫)। ସେ ଘରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିଲେ।

ଶବ ବ୍ୟବଚ୍ଛେଦ ପୂର୍ବରୁ ଶବ ପଞ୍ଚନାମା କଲା ବେଳେ ତାଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ଏଣୁ ତାଙ୍କୁ ହତ୍ୟା କରିବା ସନ୍ଦେହ ଘନିଭୁତ ହୋଇଛି।

ଏହାକୁ ନେଇ ଶତାଧିକ ଲୋକେ ମଙ୍ଗଳବାଗ ଥାନା ସମ୍ମୁଖରେ ମୃତ ଦେହକୁ ରଖି ଟାୟାର ଜାଳି ବିକ୍ଷୋଭ କରିଥିଲେ।

ଡିସିପି ଅଖିଳେଶ୍ୱର ସିଂହ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକର ପରିବାର ଲୋକଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, କଟକ, ଘଟଣା

ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀଙ୍କ ସମ୍ପତ୍ତି ୨.୭ କୋଟି (ଅପଡେଟ୍‌)

March 3, 2020 By LocalWire Leave a Comment

ବ୍ରହ୍ମପୁର, ମାର୍ଚ୍ଚ ୩(ଲୋକାଲ ୱାୟାର): ବ୍ରହପୁର ମଣ୍ଡଳ ରାସ୍ତା ଓ କୋଠାବାଡ଼ି ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ ବିନୋଦ କୁମାର ପାଢ଼ୀଙ୍କ ଘରେ ମଙ୍ଗଳ ବାର ଭିଜିଲାନ୍ସ ଚଢ଼ାଉ ହୋଇଥିବା ବେଳେ ତାଙ୍କର ୨.୭ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ମଙ୍ଗଳବାର ସକାଳେ ବ୍ରହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ଜଜଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ଶ୍ରୀ ପାଢ଼ୀଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା ।

ଶ୍ରୀ ପାଢ଼ୀଙ୍କ ବ୍ରହ୍ମପୁରସ୍ଥିତ ସରକାରୀ କାର୍ଯ୍ୟାଳୟ, ଗୋଦାବରୀଶ ନଗରରେ ରହୁଥିବା ସମ୍ପର୍କୀୟ ଅଶୋକ ପଣ୍ଡାଙ୍କ ଘର, ହିଲପାଟଣା ହରବିନୋ ସ୍କୁଲ ନିକଟ ସପିଙ୍ଗ୍ କମ୍ପେ୍ଲକ୍ସ, ଆମ୍ବପୁଆ ଓ ପାନକାଲାପଲ୍ଲୀ ଠାରେ ନିର୍ମାଣାଧୀନ କୋଠା, ଜୟପ୍ରକାଶ ନଗରସ୍ଥିତ ଠିକାଦାର ସଚିନ ପାଢ଼ୀଙ୍କ ଘର, ଗଞ୍ଜାମସ୍ଥିତ ପୈତୃକ ବାସଭବନ, ଗଞ୍ଜାମରେ ଥିବା ୨ଟି କୋଠା ଓ ସପିଙ୍ଗ କମ୍ପେ୍ଲକ୍ସ, ଗୋସାଇଁନୂଆଗାଁସ୍ଥିତ ଠିକାଦାର ସୀମାଞ୍ଚଳ ପାତ୍ରଙ୍କ ଘର, କମାପଲ୍ଲୀ ଭିଆଇପି କଲୋନୀସ୍ଥିତ ସରକାରୀ ବାସଭବନ, ଖଲ୍ଲିକୋଟ ବ୍ଲକ୍ ଡିମିରିଆସ୍ଥିତ ଫାର୍ମ ହାଉସ୍ ଏବଂ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ମେଟ୍ରୋ ରେସିଡେନ୍ସି ଫ୍ଲାଟରେ ଚଢ଼ଉ କରାଯାଇଥିଲା ।

ପ୍ରାରମ୍ଭିକ ଆକଳନ ଅନୁଯାୟୀ ଇଂ ପାଢ଼ୀଙ୍କର ପ୍ରାୟ ୨ କୋଟି ଟଙ୍କାର ସ୍ଥାବର/ଅସ୍ଥାବର ସମ୍ପତ୍ତି ଏବଂ ପ୍ରାୟ ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍ ଠାବ ହୋଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ କହିଛନ୍ତି ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ବ୍ରହ୍ମପୁର

ସଂସଦରେ ସଂଗୀତା ସିଂହଦେଓଙ୍କ ଉପରେ ଆକ୍ରମଣ

March 3, 2020 By LocalWire Leave a Comment

ବଲାଙ୍ଗିର, ମାର୍ଚ୍ଚ ୩ (ଲୋକାଲ ୱାୟାର) :ସଂସଦ ଭବନରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ବିରୋଧୀ ଦଳର ଦୁଇ ମହିଳା ସାଂସଦ ଭାମ୍ୟାଲକ୍ଷ୍ମୀ ଓ ଜ୍ୟୋତିମଣି ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି ।

ମୋ ହାତକୁ ଆଞ୍ଚୁଡ଼ି ଦେବା ସହ କହୁଣୀରେ ଛାତିକୁ ମାରିଥିଲେ ।

ସ୍ମୃତି ଇରାନି ମୋତେ ରକ୍ଷା କରିନଥିଲେ ମୁଁ ପଡ଼ି ଯାଇଥାନ୍ତି ବୋଲି ସଂଗୀତା କହିଛନ୍ତି ।

ଘଟଣା ପରେ ସେ ସଂସଦ ହସ୍ପିଟାଲ ଯାଇ ଚିକିତ୍ସା କରାଇଥିବା ଜଣାପଡ଼ିଛି ।

ମେଡ଼ିକାଲ ରିପୋର୍ଟ ସହ ବାଚସ୍ପତିଙ୍କୁ ଅଭିଯୋଗ କରିଥିବା ସେ କହଇଛନ୍ତି ।

ଆକ୍ରମଣକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ବଲାଙ୍ଗିର

ବ୍ୟାଙ୍କ ଧର୍ମଘଟ ସ୍ଥଗିତ, ୮ ଦିନ ବ୍ୟାଙ୍କ ବନ୍ଦ ଆଶଙ୍କା ଟଳିଲା

February 29, 2020 By LocalWire Leave a Comment

ଭୁବନେଶ୍ୱର, ଫେବ୍ରୁଆରୀ ୨୯(ଲୋକାଲ ୱାୟାର): ଆସନ୍ତା ୧୧ତାରିଖରୁ ପ୍ରସ୍ତାବିତ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇ ଯାଇଥିବାରୁ ୮ ଦିନ ଧରି ବ୍ୟାଙ୍କ ବନ୍ଦ ହେବା ନେଇ ଦେଖାଇଥିବା ଆଶଙ୍କା ଟଳି ଯାଇଛି ।

ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ସହ ହୋଇଥିବା ଆଲୋଚନା ଫଳପ୍ରଦ ହୋଇଥିବାରୁ ପ୍ରସ୍ତାବିତ ଧର୍ମଘଟ ସ୍ଥଗିତ ରଖାଯାଇଥିବା ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ(ୟୁଏଫବିୟୁ) ପକ୍ଷରୁ କୁହାଯାଇଛି ।

ଉଲ୍ଲେଖଯୋଗ୍ୟ, ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରହିଥିବାରୁ ଏବେ କେବଳ ୮ ତାରିଖ ରବିବାର, ୯ ତାରିଖ ଦୋଳ ଏବଂ ୧୦ ତାରିଖ ହୋଲିରେ ବ୍ୟାଙ୍କ ଛୁଟି ରହିବ ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା

ପରୀକ୍ଷାକୁ ଯାଉଥିବା ବେଳେ ପୁଅର ଆତ୍ମହତ୍ୟା, ପରେ ଜୀବନ ହାରିଲା ବାପା

February 29, 2020 By LocalWire Leave a Comment

ଝାରସୁଗୁଡ଼ା, ଫେବ୍ରୁଆରୀ ୨୯(ଲୋକାଲ ୱାୟାର): ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନାଞ୍ଚଳରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ବେଳେ ପୁଅ ଆତ୍ମହତ୍ୟା କରିଥିବା ବେଳେ କେଇ ଘଣ୍ଟା ମଧ୍ୟରେ ବାପା ଆତ୍ମହତ୍ୟା କରିଥିବା ସ୍ଥାନୀୟ ଗ୍ରାମବାସୀ ସୂଚନା ଦେଇଛନ୍ତି ।

ଲଇକେରା ଥାନା ଅନ୍ତର୍ଗତ ଭୀମଯୋର ପଞ୍ଚାୟତ ଭଉଁରା ଗ୍ରାମର ଈଶ୍ୱର ନାମକ ଛାତ୍ର ଶନିବାର ପରୀକ୍ଷା ଦେବାକୁ ଯାଉଥିବା ବେଳେ ବାଟରେ ବିଷ ପିଇ ଦେଇଥିଲା ।

ସେ ରାସ୍ତାରେ ଛଟପଟ ହେଉଥିବା ଦେଖି ସହପାଠୀମାନେ ତାଙ୍କ ଘରକୁ ଖବର ଦେଇଥିଲେ ।

ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା ।

ପରେ ଅପରାହ୍ଣରେ ଈଶ୍ୱରଙ୍କ ପିତା ରଞ୍ଜନ ରୋହିଦାସ (୪୦) ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କର ଅନ୍ୟ ଜଣେ ପୁଅ ପୁଲିସକୁ ସୂଚନା ଦେଇଥିଲେ ।

ସ୍ଥାନୀୟ ଥାନା ପୁଲିସ ଘଟଣାର ତଦନ୍ତ କରୁଥିବା ଜଣେ ଅଧିକାରୀ କହିଛନ୍ତି ।

ତେବେ ଗ୍ରାମବାସୀ କହିଛନ୍ତି, ଈଶ୍ୱର ପରୀକ୍ଷାକୁ ଯିବାକୁ ମନା କରିଥିଲା ।

ତାଙ୍କୁ ବାପା ବାଧ୍ୟ କରି ପରୀକ୍ଷାକୁ ପଠାଇବାରୁ ସେ ବାଟରେ ବିଷ ଖାଇ ଦେଇଥିଲା ।

ପୁଅର ମୃତ୍ୟୁ ଗ୍ଳାନିରେ ବାପା ମଧ୍ୟ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ଝାରସୁଗୁଡା

ଦୁଇଟି ବାଲ୍ୟ ବିବାହ ଭଣ୍ଡୁର କଲା ଗଞ୍ଜାମ ପ୍ରଶାସନ

February 29, 2020 By Hrusikesh Mohanty Leave a Comment

ବ୍ରହ୍ମପୁର, ଫେବ୍ରୁଆରୀ ୨୯ (ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲା ପ୍ରଶାସନ ଶନିବାର ବେଗୁନିଆପଡ଼ା ବ୍ଲକର ସାନ୍ଧାମୁଲା ଗ୍ରାମରେ ଆଉ ଦୁଇଟି ବାଲ୍ୟ ବିବାହକୁ ଭଣ୍ଡୁର କରିଥିବା କହିଛି ।

ଏହି ବାଲ୍ୟ ବିବାହକୁ ମିଶାଇ ଜିଲ୍ଲା ପ୍ରଶାସନ ପଞ୍ଚାୟତରେ ଗତ ଦୁଇ ଦିନ ମଧ୍ୟରେ ତିନୋଟି ବାଲ୍ୟ ବିବାହ ଉଦ୍ୟମକୁ ବନ୍ଦ କରିବାରେ ସଫଳ ହୋଇଥିବା ଜିଲ୍ଲା ପ୍ରଶାସନ ର ଜଣେ ଅଧିକାରୀ କହିଛନ୍ତି।

ନାବାଳିକାଙ୍କ ପିତା-ମାତା ବିବାହ କରୁଥିବା ଖବର ପାଇବା ପରେ ଜିଲ୍ଲା ପ୍ରଶାସନ, ପୋଲିସ ଓ ଚାଇଲ୍ଡ ଲାଇନର କାର୍ଯ୍ୟକର୍ତ୍ତା ଉକ୍ତ ଗାଁରେ ପହଞ୍ଚି ଥିଲେ ଓ ସେମାନଙ୍କୁ ଏହା ବେଆଇନ ବୋଲି ବୁଝାଇଥିଲେ।

ବର ଓ କନ୍ୟାଙ୍କ ବୟସ ୧୮ ବର୍ଷ ନ ହେବା ଯାଏଁ ତାଙ୍କ ବିବାହ କର ଯାଇପାରିବ ନହିଁ ଓ ଏହା ବେଆଇନ ।

ଯଦି ବିବାହ ଅନୁଷ୍ଠିତ ହୁଏ ତେବେ ଆଇନ ଅନୁସାରେ ସେମାନେ ଗିରଫ ହେବେ ବୋଲି ବୁଝାଇବା ପରେ ନାବାଳିକାଙ୍କ ପରିବାର ବିବାହ ବାତିଲ କରିଥିଲେ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଗଞ୍ଜାମ, ଘଟଣା

ମାଟିରେ ମିଶିଲା କଟକ ସିଟି ହସପିଟାଲ ନିକଟରେ ଥିବା ନେତାଜୀ ମାର୍କେଟ

February 28, 2020 By Prabeen Sahoo Leave a Comment

କଟକ,ଫେବୃଆରୀ ୨୮ (ଲୋକାଲ ୱାୟାର): କଟକ ସିଟି ହସପିଟାଲ ନିକଟରେ ଦୀର୍ଘ ଦିନରୁ ଚାଲି ଆସିଥିବା ନେତାଜୀ ମାର୍କେଟ ଓ ଚୌଧୁରୀ ବଜାର ଫୁଲ ମାର୍କେଟକୁ କଟକ ମହାନଗର ନିଗମ ପକ୍ଷରୁ ଶୁକ୍ରବାର ଦିନ ଉଚ୍ଛେଦ କରାଯାଇଛି ।

ଏଠାରେ ପ୍ରାୟ ୮୦ରୁ ଅଧିକ ଉଠା ଦୋକାନ ରହିଥିଲା ।

ସେମାନଙ୍କୁ ଅନ୍ୟ କୌଣସି ସ୍ଥାନରେ ଥଇଥାନ ନ କରି ଉଚ୍ଛେଦ କରିବାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଉଚ୍ଛେଦ ବେଳେ ପ୍ରାୟ ୩ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, କଟକ, ଘଟଣା

ବନ୍ଦ ଘରୁ ବାପା, ମା ଓ ଝିଅଙ୍କ ମୃତଦେହ ଉଦ୍ଧାର

February 26, 2020 By LocalWire Leave a Comment

ବ୍ରହ୍ମପୁର, ଫେବ୍ରୁଆରି ୨୬ (ଲୋକାଲ ୱାୟାର): ଗଂଜାମନ ଜିଲ୍ଲା ଛତ୍ରପୁର ନିକଟ ପାଲିଆ ଗାଁରେ ବୁଧବାର ଏକ ବନ୍ଦଘରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ପୁଲିସ ତନାଘନା ଆରମ୍ଭ କରିଛି।

ପୁଲିସର ସୂଚନା ଅନୁସାରେ, ଆଜି ସକାଳୁ ଏକ ବନ୍ଦ ଘରୁ ଗୋଟିଏ ପରିବାରର ବାପା, ମାଆ ଓ ଝିଅଙ୍କର ମୃତଦେହ ଉଦ୍ଧାର ହୋଇଛି ।

ବାହାରେ ମା ଓ ଝିଅଙ୍କ ରକ୍ତାକ୍ତ ମୃତଦେହ ମିଳିଥିବା ବେଳେ ଘର ଭିତରେ ବାପାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ମୃତକମାନେ ହେଲେ ବୃନ୍ଦାବନ ନାୟକ, ଉର୍ମିଳା ନାୟକ ଓ ସୁନୀତା ନାୟକ ।

ସ୍ତ୍ରୀ ଉର୍ମିଳା ଓ ଝିଅ ସୁନୀତାଙ୍କୁ ହତ୍ୟା କରିବା ପରେ ବୃନ୍ଦାବନ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି।

ସନ୍ଧାନୀ କୁକୁର ଓ ପୁଲିସ୍ ଟିମ୍ ସହ ଗଂଜାମ ଏସ୍.ପି. ବ୍ରିଜେଶ ରାୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

ଲୋକାଲ୍ ଓ୍ବାୟାର୍

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ବ୍ରହ୍ମପୁର

ଆଉ ଗୋଟେ ଦିନ ରିମାଣ୍ଡରେ ଗଲେ ଅନୁପ ସାଏ

February 26, 2020 By LocalWire Leave a Comment

ଝାରସୁଗୁଡ଼ା, ଫେବ୍ରୁଆରୀ ୨୬(ଲୋକାଲ ୱାୟାର): ଛତିଶଗଡ଼ର ହମିରପୁର ଡବଲ ମର୍ଡର ମାମଲାର ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଉ ଗୋଟିଏ ଦିନ ରିମାଣ୍ଡରେ ନେବାକୁ ମଙ୍ଗଳବାର କୋର୍ଟ ପୁଲିସକୁ ଅନୁମତି ପ୍ରଦାନ କରିଛନ୍ତି ।

ଚକ୍ରଧରନଗର ଥାନା ପୁଲିସ ପକ୍ଷରୁ ଅନୁପଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ ହୋଇଥିବା ରିମାଣ୍ଡ ଆବେଦନ ଉପରେ ରାୟଗଡ଼ ସିଜେଏମଙ୍କ ଅଦାଲତରେ ଶୁଣାଣି ହୋଇଥିଲା ।

ଅନୁପ ବାରମ୍ବାର ବୟାନ ବଦଳାଉଥିବାରୁ ତାଙ୍କର ନାର୍କୋ ଟେଷ୍ଟ କରିବାକୁ ମଧ୍ୟ ପୁଲିସ ଆବେଦନ କରିଥିଲା ।

ତେବେ କୋର୍ଟ ଗୋଟିଏ ଦିନ ରିମାଣ୍ଡ ମଂଜୁର କରିଥିବା ବେଳେ ନାର୍କେ ଟେଷ୍ଟ ଆବେଦନର ଶୁଣାଣିକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଥିବା ପୁଲିସ ପକ୍ଷରୁ ସୂଚାନ ଦିଆଯାଇଛି ।

ଲୋକାଲ ୱାୟାର

Filed Under: Odia, ଘଟଣା Tagged With: ଓଡିଶା, ଘଟଣା, ଝାରସୁଗୁଡା, ସୁନ୍ଦରଗଡ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 204
  • Go to Next Page »

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire